ବୋଟାଦ, ୩୧/୧୨ : ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବହୁ ବିବାଦୀୟ ବୟାନ ଦେଇଥିଲେ । ଏପରିକି ସେମାନେ ଦେବାଦେବୀଙ୍କୁ ମଧ୍ୟ କଟାକ୍ଷ କରିବାକୁ ପଛାଇ ନଥିଲେ । ବିଶେଷ କରି ହିନ୍ଦୁମାନଙ୍କ ଅନ୍ୟତମ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ‘ହନୁମାନଜୀ’ଙ୍କ ଜାତିକୁ ନେଇ ଅନେକ ବିବାଦୀୟ ବୟାନବାଜି ହୋଇଥିଲା । କେହି ହନୁମାନଜୀଙ୍କୁ ଦଳିତ କହିଥିଲେ ତ ଆଉ କିଏ ମୁସଲମାନ ତ ଆଉ କେତେକ ତାଙ୍କୁ ଖେଳାଳୀ ବୋଲି କହିଥିଲେ । ତେବେ ନବବର୍ଷ ପୂର୍ବରୁ ଗୁଜରାଟରେ ହନୁମାନଜୀଙ୍କୁ ସାନ୍ତା ପୋଷାକ ପିନ୍ଧା ଯିବାକୁ ନେଇ ନୂତନ ବିବାଦ ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ, ଗୁଜରାଟରେ ସ୍ଥିତ ବୋଟାଦରେ ଥିବା ପ୍ରସିଦ୍ଧ ସାରଙ୍ଗପୁର ହନୁମାନ ମନ୍ଦିରେ ସ୍ଥାପିତ ହନୁମାନଜୀଙ୍କ ବିଗ୍ରହକୁ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ମାନୁଥିବା ସାନ୍ତା କ୍ଲଜ୍ଙ୍କ ପୋଷାକ ପିନ୍ଧାଯାଇଥିଲା । ପରେ ଏହାର ଫଟୋ ସୋସିଆଲ୍ ମିଡିଆରେ ଛଡ଼ାଯାଇଥିଲା । ଏହା ଭାଇରାଲ୍ ହେବାରୁ ବିଭିନ୍ନ ହିନ୍ଦୁ ସଂଗଠନଗୁଡ଼ିକ ଏହାକୁ ନେଇ କଡ଼ା ବିରୋଧ କରିଥିଲେ । ପ୍ରକାଶଥାଉ କି, ଏଠାରେ ଦିନକୁ ଦୁଇ ଥର ହନୁମାନଜୀଙ୍କ ବସ୍ତ୍ରକୁ ବଦଳାଇବାର ବହୁ ପୂରାତନ ପରମ୍ପରା ରହିଛି । କିନ୍ତୁ ରବିବାର ଦିନ ହନୁମାନଜୀଙ୍କୁ ସାନ୍ତା ପୋଷାକ ପିନ୍ଧାଯିବାରୁ ବିବାଦ ଉପୁଜିଥିଲା । ହିନ୍ଦୁ ସଂଗଠନମାନେ ଏହାକୁ ବିରୋଧ କରି ହନୁମାନଜୀଙ୍କ ଏହି ପୋଷାକକୁ ତୁରନ୍ତ ବଦଳାଇବାକୁ ଦାବି କରିଥିଲେ ।

Comments
Post a Comment