ନସିରୁଦ୍ଦିନ୍ ୨ଟି ବିବାଦୀୟ ମନ୍ତବ୍ୟ ଦେଇ ନିଜ ସମ୍ପର୍କରେ ଦେଶବାସୀଙ୍କ ନିକଟରେ ଯେଉଁ ଧାରଣା ସୃଷ୍ଟି କରିଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ
ବଲିଉଡ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ପୁରୁଖା ଅଭିନେତା ହେଉଛନ୍ତି ନସିରୁଦ୍ଦିନ୍ ଶାହା । ସେ ୧୯୭୦ ଦଶକରୁ ଚଳଚ୍ଚିତ୍ରରେ ଅଭିନୟ କରିଆସୁଛନ୍ତି । ଛୋଟବଡ଼ ଶତାଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ଯେତିକି ନିଖୁଣ ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ସେତିକି ମାର୍ଜିତ ଓ ସରଳ ହୋଇଥିବ ବୋଲି ଏକ ଧାରଣା ଥିଲା । ନସିରୁଦ୍ଦିନ୍ ଚଳଚ୍ଚିତ୍ର ଜଗତ ସହିତ ଜଡିତ ଥିଲେ ମଧ୍ୟ ସମାଜବାଦୀ ପାର୍ଟି ସହିତ ତାଙ୍କ ଘନିଷ୍ଠତା ରହିଆସିଛି । ଏପରିକି ମୁଲାୟମ ସିଂହଙ୍କ ପୈତୃକ ଗ୍ରାମରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ତାଙ୍କୁ ଅନେକ ଥର ଦେଖିବାକୁ ମିଳିଛି । ଜଣେ ବୁଦ୍ଧଜୀବୀ ଭାବେ ତାଙ୍କୁ ଲୋକମାନେ ସମ୍ମାନ କରନ୍ତି । କିନ୍ତୁ ନିକଟରେ ନସିରୁଦ୍ଦିନ୍ ସୋସିଆଲ ଗଣମାଧ୍ୟମରେ ୨ଟି ବିବାଦୀୟ ମନ୍ତବ୍ୟ ଦେଇ ନିଜ ସମ୍ପର୍କରେ ଦେଶବାସୀଙ୍କ ନିକଟରେ ଯେଉଁ ଧାରଣା ସୃଷ୍ଟି କରିଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ । ପ୍ରଥମ ଟିପ୍ପଣୀରେ ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା କୋଟି କୋଟି ଯୁବ ଭାରତୀୟଙ୍କ ହୃଦସ୍ପନ୍ଦନ ସାଜିଥିବା ବିରାଟ କୋହଲିଙ୍କ ସମ୍ପର୍କରେ କଦର୍ଯ୍ୟ ମନ୍ତବ୍ୟ ଦେଲେ । କୋହଲିଙ୍କ ଆଚରଣ ଅତ୍ୟନ୍ତ ଖରାପ ସେ ଗର୍ବୀ, ଅହଂକାରୀ ବୋଲି ଦର୍ଶାଇଲେ । ଏହା ପଛରେ ମଧ୍ୟ ଏକ କାରଣ ଥିଲା । ଠିକ୍ ଏହାର କିଛି ଦିନ ପୂର୍ବରୁ କୋହଲିଙ୍କ ଟ୍ୱିଟର ଆକାଉଣ୍ଟରେ ଜଣେ ପ୍ରଶଂସକ ଲେଖିଥିଲେ ଯେ, ଭାରତୀୟ ଖେଳାଳୀମାନେ ଭଲ ନୁହଁନ୍ତି । ଏହାର ଜବାବରେ କୋହଲି ଲେଖିଥିଲେ ଯାହାଙ୍କୁ ଭାରତୀୟ ଖେଳାଳୀ ଭଲ ଲାଗୁନାହାଁନ୍ତି ସେମାନେ ପାକିସ୍ତାନ ଯାଇପାରନ୍ତି । ଏଠାରେ କୋହଲି ପାକିସ୍ତାନ ସର୍ମ୍ପକରେ ଉଲ୍ଳେଖ କରିବାରୁ ଏହା ନସିରୁଦ୍ଦିନ୍ଙ୍କୁ ବାଧିଥିଲା । ଜଣେ ମୁସଲିମ ହୋଇଥିବାରୁ ପାକିସ୍ତାନ ସମ୍ପର୍କରେ ଥିବା ତାଙ୍କ ଦୁର୍ବଳତା ସ୍ପଷ୍ଟ ବାରିହୋଇପଡିଥିଲା । ନସିରୁଦ୍ଦିନ୍ଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ଥମି ନଥିବାବେଳେ ସେ ପୁଣି ଏକ ଟିପ୍ପଣୀ ଦେଇ ଦେଶକୁ ଲଜ୍ଜିତ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ, ତାଙ୍କ ପିଲାଏ ଏଠାରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ସାମାନ୍ୟ ଗାଈକୁ ହତ୍ୟା କରିବାରୁ ମୁସଲମାନମାନଙ୍କୁ ମାରି ଦିଆଯାଉଛି । ନସିରୁଦ୍ଦିନ୍ଙ୍କ ଏହି ମନ୍ତବ୍ୟ ୩ ବର୍ଷ ତଳେ ଅମୀର ଖାଁନ୍ଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ପଣୀର ଅବିକଳ ନକଲ । ଅମୀର ମଧ୍ୟ ନିଜକୁ ଓ ନିଜ ପରିବାରକୁ ଭାରତରେ ଅସୁରକ୍ଷିତ ମଣୁଥିବା ଦର୍ଶାଇଥିଲେ । କାଶ୍ମୀର ଉପତ୍ୟକାରେ ପଣ୍ଡିତ ଓ ବୁଦ୍ଧିଜୀବୀଙ୍କୁ ଗଣହତ୍ୟା କରାଯାଇଥିଲା । ସେତେବେଳେ ଦେଶର ତଥାକଥିତ ଶିକ୍ଷାବିତ୍ମାନେ ଚୁପ୍ ରହିଥିଲେ । କଳବୁର୍ଗୀଙ୍କ ହତ୍ୟାକୁ ହିନ୍ଦୁ ଦକ୍ଷିଣପନ୍ଥୀ ଷଡ଼ଯନ୍ତ୍ରର ଆଖ୍ୟା ଦିଆଗଲା । ମାତ୍ର ଆତଙ୍କବାଦୀ ଯେତେବେଳେ ମୁମ୍ବଇରେ ବିସ୍ଫୋରଣ ଭିଆଇଲେ ସେତେବେଳେ କୁହାଗଲା ଆତଙ୍କବାଦର ଧର୍ମନାହିଁ କି ରଙ୍ଗ ନାହିଁ । ଏଭଳି ଆକ୍ଷେପମୂଳକ ଅଭିଯାନରେ ଷଡ଼ଯନ୍ତ୍ର ଓ ମତଲବର ସ୍ପଷ୍ଟଛାପ ଦେଖାଯାଇଥାଏ । ଲେଖିକା ତସ୍ଲିମା ନସ୍ରିନ୍ଙ୍କ ଉପରେ ଯେତେବେଳେ ମୌଳବାଦୀଙ୍କ ଆକ୍ରମଣ ହେଲା ଓ ତାଙ୍କୁ ଜବରଦସ୍ତ ପ୍ରେସ୍କ୍ଲବରୁ ବାହାର କରିଦିଆଗଲା ସେତେବେଳେ ଲେଖକମାନେ କାହିଁକି ଚୁପ୍ ରହିଥିଲେ ? ସଂଗୀତ ନିର୍ଦେଶକ ଏ.ଆର.ରହମାନ ଏବଂ ମଜିଦ୍ ମଜିଦ୍ ଚଳଚ୍ଚିତ୍ରର ନିର୍ଦେଶକଙ୍କ କଣ୍ଠରୋଧ ପାଇଁ ହୋଇଥିବା ଉଦ୍ୟମବେଳେ ନସିରୁ୍ଦ୍ଦିନଙ୍କ ଭଳି ବୁଦ୍ଧିଜୀବୀମାନେ ପାଟି ଖୋଲି ନଥିଲେ । ଜରୁରୀ ପରିସ୍ଥିତିର ତମସାଚ୍ଛନ୍ନ ସମୟରେ ଏଭଳି ଅନେକ ବୁଦ୍ଧିଜୀବୀ ଚୁପ୍ ରହିବାକୁ ଶ୍ରେୟସ୍କର ମଣିଥିଲେ । ପ୍ରମୁଖ ସମ୍ବାଦପତ୍ରର କଣ୍ଠରୋଧ ସମୟରେ ଏଭଳି ଅନେକ ବୁଦ୍ଧିଜୀବୀ ସବୁକଥା ଠିକ୍ଠାକ୍ ଚାଲିଛି ବୋଲି କହିବା ସହ ଜରୁରୀ ପରିସ୍ଥିତିର ଜୟଗାନ କରିଥିଲେ । ଯେତେବେଳେ ବରିଷ୍ଠ ବିଚାରପତିଙ୍କୁ ଉପେକ୍ଷା କରି କନିଷ୍ଠମାନଙ୍କୁ ପଦୋନ୍ନତି ଦିଆଗଲା ଏବଂ ବିଚାରପାଳିକାର ସ୍ୱାଧୀନତା ହନନ ହେଲା ସେତେବେଳେ ଏମାନେ ପାଟି ଖୋଲିନଥିଲେ । ବିରୋଧୀଦଳର ନେତାମାନଙ୍କୁ ଜେଲରେ ରଖିବା ସହ ଜଣେ ବ୍ୟକ୍ତିର ସ୍ୱାର୍ଥ ପାଇଁ ସମ୍ବିଧାନର ସଂଶୋଧନ କରାଯିବାବେଳେ ଏହି ଲୋକମାନେ ଏସବୁ କାମର ନିରବ ସମର୍ଥକ ଥିଲେ । ଯେତେବେଳେ ହଜାରହଜାର ଲୋକଙ୍କୁ ବଳପୂର୍ବକ ଖାସୁ କରାଗଲା ଏହି ଲୋକମାନେ ତୁଣ୍ଡ ଖୋଲିନଥିଲେ । ୧୯୮୪ରେ ମଧ୍ୟ ଶିଖ ଗଣହତ୍ୟା ସମୟରେ ଏହି ବୁଦ୍ଧିଜୀବୀଙ୍କ ମଧ୍ୟରୁ ଅନେକ ଚୁପ୍ ଥିଲେ । ଏକ ବିରାଟ ବରଗଛ ଟଳି ପଡ଼ିଲେ ମାଟି ଦୁଲୁକି ଉଠେ ବୋଲି ମନ୍ତବ୍ୟ ଦେଇ କଂଗ୍ରେସ ନେତୃମଣ୍ଡଳୀ ସେତେବେଳେ ଏହି ଗଣହତ୍ୟାକୁ ଯଥାର୍ଥ ଆଖ୍ୟା ଦେଇଥିଲେ । ଜରୁରୀ ଅବସ୍ଥା ଜାରି ଭାରତୀୟ ସମ୍ବିଧାନ ଓ ଦେଶର ଜନତାଙ୍କ ମୌଳିକ ଅଧିକାର ଉପରେ ଏକ କ୍ରୂର ଆକ୍ରମଣ ଥିଲା । ଏହାର ବିରୋଧ କରି ସେହି ସମୟରେ ନସିରୁଦ୍ଦିନଙ୍କ ଭଳି କଳାକାର ଓ ବୁଦ୍ଧିଜୀବୀ ମୁହଁ ଖୋଲି ନଥିଲେ । ଏବେ ବି କେରଳରେ ଆରଏସ୍ଏସ୍, ଏବିଭିପି ଓ ଅନ୍ୟାନ୍ୟ ବିଜେପି କର୍ମୀଙ୍କ ଉପରେ ବାମପନ୍ଥୀ, ମାର୍କ୍ସବାଦୀମାନେ ଦମନଲୀଳା ଚଳାଇଛନ୍ତି । କିନ୍ତୁ କାହିଁ ନସିରୁଦ୍ଦିନଙ୍କ ଭଳି କେହି ବି ସେଥି ନେଇ କିଛି କହୁ ନାହାନ୍ତି ? ସୁବିଧା ସୁଯୋଗ ଦେଖି ନସିରୁଦ୍ଦିନ୍ଙ୍କ ଭଳି ସେଲିବ୍ରିଟିମାନେ ଏତେ ତଳକୁ ଖସିଯିବେ ବୋଲି ଆଶା କରାଯାଏ ନାହିଁ । ଭାରତର ଜନସାଧାରଣ ବୁଦ୍ଧିମାନ । ଆମେ ଦୃଢ଼ ନିଶ୍ଚିତ ଯେ ସେମାନେ ଏହି ଈର୍ଷାପରାୟଣ ଅଭିଯାନର ଉଦ୍ଦେଶ୍ୟ ଠିକ୍ ଭାବେ ବୁଝିପାରିବେ ଏବଂ ଦେଶ ଏହାର ଠିକଣା ଜବାବ ଦେବ । ସୋସିଆଲ ମିଡିଆରେ ଏଭଳି ଅଭିଯାନ କରୁଥିବା ବୁଦ୍ଧିଜୀବୀ ଓ ସଂଖ୍ୟାଲଘୁଙ୍କ ପାଇଁ ଗୋରୁ ଗାଈ ତାଙ୍କ ପାଇଁ ଇତର ପଶୁ ହୋଇପାରନ୍ତି । ତଥାକଥିତ ବୁଦ୍ଧିଜୀବୀ, ବାମପନ୍ଥୀ, ଧର୍ମନିରପେକ୍ଷ ଦଳର ନେତା ଓ ମୁସଲମାନମାନଙ୍କ ପାଇଁ ଖାଦ୍ୟ ହୋଇପାରେ । କିନ୍ତୁ ଶହେ କୋଟି ହିନ୍ଦୁଙ୍କ ପାଇଁ ଗୋରୁ ହେଉଛି ପବିତ୍ର ଗୋମାତା । ଇସଲାମର ସୃଷ୍ଟି ମାତ୍ର ୧୨୦୦ ବର୍ଷ ତଳେ ହୋଇଛି । କିନ୍ତୁ ଭାରତ ବର୍ଷର ସମ୍ପୃଦ୍ଧ, ସଂସ୍କୃତି, ପରମ୍ପରା, ଜୀବନଶୈଳୀ ଓ ସନାତନ ଧର୍ମ କେଉଁ ଅନାଦି କାଳରୁ ରହିଆସିଛି । ଭାରତ ବର୍ଷ ହେଉଛି ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଭୂମି । ଏଠାରେ ଗୋ-ମାତାର ପୂଜା କରାଯାଏ । ଗୋ-ମାତାର କ୍ଷୀର ମଣିଷ ପିଣ୍ଡରେ ଜୀବନ ସଞ୍ଚାର କରେ । ତେଣୁ ଗୋରୁ ଆମ ପାଇଁ ମାତା ସଦୃଶ । ଗୋମୁତ୍ର ଓ ଗୋବରକୁ ମଧ୍ୟ ଏଠାରେ ପବିତ୍ର ମଣାଯାଏ । ଗୋ-ମାତା ଆମର ଧର୍ମ, ସଂସ୍କୃତି, ପରମ୍ପରା, ଜୀବନଶୈଳୀ ଓ ଦୈନନ୍ଦିନ ଜୀବନରଏକ ଅବିଚ୍ଛେଦ୍ୟ ଅଂଗ । ଗୋ-ମାତା ବିନା ଭାରତ ବର୍ଷ ଓ ଏହାର ସଂସ୍କୃତି ଇତିହାସ ସବୁ ଅଧୁରା । ହିନ୍ଦୁମାନଙ୍କ ଭାବନା ସହିତ ଗୋ-ମାତାର ଗଭୀର ସମ୍ପର୍କ ରହିଛି । ଚାଷଠାରୁ ଆରମ୍ଭ କରି ଶାଳଗ୍ରାମ ଓ ଶିବଲିଙ୍ଗକୁ ପୂଜା ପାଇଁ ଗୋମାତାର ଆବଶ୍ୟକତା ପଡେ । ତେଣୁ ଗୋ-ମାତା ସମ୍ପର୍କରେ ନସିରୁଦ୍ଦିନ୍ଙ୍କ ଭଳି ବୁଦ୍ଧିଜୀବୀମାନେ ଟିପ୍ପଣୀ ଦେବାବେଳେ ଶହେ କୋଟି ହିନ୍ଦୁମାନଙ୍କର ଧର୍ମୀୟ ଭାବନାକୁ ଧ୍ୟାନରେ ରଖିବା ଉଚିତ୍ । ଭାରତ ବର୍ଷ ସବୁ ଧର୍ମର ଲୋକମାନଙ୍କୁ ଆପଣାଇ ନେଇଛି । ଯେତେବେଳେ ବିଶ୍ୱରେ ଅନ୍ୟ କୌଣସି ଧର୍ମ ନଥିଲା ସେତେବେଳୁ ହିନ୍ଦୁ ଧର୍ମ ଅହିଂସା ଓ ପବିତ୍ର ଜୀବନଶୈଳୀର ବାର୍ତ୍ତା ଦେଇଆସିଛି । ଏହି କାରଣରୁ କେବେହେଲେ ହିନ୍ଦୁମାନେ ଅନ୍ୟ କୌଣସି ଧର୍ମାବଲମ୍ବୀଙ୍କ ଧର୍ମ ଭାବନାକୁ ଆଞ୍ଚ ଆସିଲା ଭଳି କାର୍ଯ୍ୟ ବା ଆଚରଣ ପ୍ରଦର୍ଶନ କରନ୍ତି ନାହିଁ । ଯଦିଓ ଅନ୍ୟ ସମ୍ପ୍ରଦାୟର ଲୋକମାନେ ବାରମ୍ବାର ହିନ୍ଦୁମନ୍ଦିର ଉପରେ ଆକ୍ରମଣ କରିବା, ହିନ୍ଦୁମାନଙ୍କୁ ଧର୍ମାନ୍ତରଣ କରିବା, ହିନ୍ଦୁ ଦେବାଦେବୀଙ୍କ ଛବିକୁ କୁତ୍ସିତ କରି ମଦ ବୋତଲ, ଅନ୍ତଃବସ୍ତ୍ର ଓ ଜୋତା ଚପଲରେ ଲାଗାଇଦେଇ ବିବାଦ ସୃଷ୍ଟି କରିବାର ନଜିର ରହିଛି । ମୁସଲମାନମାନଙ୍କ ପୂର୍ବରୁ ପାର୍ସୀ ଓ ଇହୁଦୀମାନେ ମଧ୍ୟ ଭାରତକୁ ଆସିଥିଲେ । ସେମାନଙ୍କୁ ସେତେବେଳର ଶାସକମାନେ ଗୋଟିଏ ସର୍ତ୍ତ ରଖିଥିଲେ ଯେ, ଗୋରୁ ହତ୍ୟା କରାଯାଇ ପାରିବ ନାହିଁ । ସେମାନେ ମଧ୍ୟ ହିନ୍ଦୁମାନଙ୍କ ଧର୍ମ ଭାବନାକୁ ସମ୍ମାନ ଦେବା ସହ ଏ ଦେଶକୁ ଆପଣାଇନେଇଛନ୍ତି । ତେଣୁ ସେମାନଙ୍କ ସହିତ କେବେହେଲେ ବିଦ୍ୱେଷ ସୃଷ୍ଟି ହୁଏ ନାହିଁ । କିନ୍ତୁ ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ଅଣଦେଖା କରି ସମାଜରେ ଅଶାନ୍ତି ସୃଷ୍ଟି କଲାଭଳି ମନ୍ତବ୍ୟ ଦେଉଥିବା ନସିରୁଦ୍ଦିନ୍ଙ୍କ ଭଳି ବ୍ୟକ୍ତି ପ୍ରକୃତରେ ଆମ ସମାଜ ଓ ଦେଶ ପାଇଁ ଅବାଞ୍ôଚତ ବ୍ୟକ୍ତି । ସେମାନେ ପରୋକ୍ଷରେ ଦଙ୍ଗା ପାଇଁ ଉସକାଉଛନ୍ତି । ଧର୍ମୀୟ ଅସହିଷ୍ଣୁତା ସେହି ମାନଙ୍କ ବକ୍ତବ୍ୟ ଓ ଟିପ୍ପଣୀରେ ପ୍ରତିଫଳିତ ହେଉଛି । ସେମାନଙ୍କ ମନ୍ତବ୍ୟ ଦେଶକୁ ବଦ୍ନାମ କରୁଛି । ଏଭଳି ତଥାକଥିତ ବୁଦ୍ଧିଜୀବୀମାନେ ଦେଶର ହିତ ଚାହାଁନ୍ତି ନାହିଁ । ଯଦି ସେମାନେ ସମାଜରେ ଶାନ୍ତି, ସଦ୍ଭାବ ଓ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ଚାହୁଁଥାନ୍ତେ ତେବେ ଅସହିଷ୍ଣୁ ଟିପ୍ପଣୀ ନଦେଇ ବରଂ ଜୀବେ ଦୟା ଓ ହିନ୍ଦୁମାନଙ୍କ ଧର୍ମ ଭାବନାକୁ ସମ୍ମାନ ଦେବାଭଳି ମନ୍ତବ୍ୟ ଓ ପରାମର୍ଶ ଦେଇପାରିଥାନ୍ତେ । ଏହା ନକରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଅସହିଷ୍ଣୁ, ଅସୁରକ୍ଷିତ ଭାବନା ସୃଷ୍ଟି କରିବା ପାଇଁ ହୀନ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ଏଭଳି ବିପଜ୍ଜନକ ବିଚାରଧାରା ଦେଶକୁ ବିପର୍ଯ୍ୟୟକୁ ଠେଲିଦେବ । ଧାର୍ମିକ ରଙ୍ଗ ଦେଇ ରାଜନୀତି କରିବା ବନ୍ଦ ହେଉ । କିଛି କଥିତ ଧର୍ମନିରପେକ୍ଷବାଦୀ ଏଭଳି ଘଟଣାରେ ସଂଖ୍ୟାଲଘୁ ଆକ୍ରମଣର ଶିକାର ହେଉଥିବାରୁ ଏହାକୁ ଧର୍ମ ସହ ଯୋଡୁଛନ୍ତି । ଯେଉଁ ମାନେ ଏଭଳି କରୁଛନ୍ତି ସେମାନେ ମଧ୍ୟ ଭୁଲି ଯିବା ଉଚିତ ନୁହେଁ ଯେ, ଏଭଳି ଘଟଣା ପଛରେ ଧର୍ମ ହିଁ ମୂଳ କାରଣ । ଧାର୍ମିକ ଆଧାରର ଏଭଳି ହୀନ ରାଜନୀତିର ବିପଜ୍ଜନକ ବିଚାରଧାରା ଦେଶକୁ ବିପର୍ଯ୍ୟୟକୁ ଠେଲିଦେବ । ଗୋ ହତ୍ୟା ଦ୍ୱାରା ହିନ୍ଦୁମାନଙ୍କ ଧର୍ମ ଭାବନା କିଭଳି ଲୁଣ୍ଠିତ ହେଉଛି ତାହା ଯେତେ କହିଲେ ମଧ୍ୟ କମ ହେବ । ଏହା ପଛରେ ସଂଖ୍ୟାଲଘୁ ତୁଷ୍ଟୀକରଣକୁ ପ୍ରୋତ୍ସାହିତ କରିଆସିଥିବା କଂଗ୍ରେସ ହିଁ ଦାୟୀ । ଜାତିର ଜନକ ମହାତ୍ମାଗାନ୍ଧି ତାଙ୍କ ପତ୍ରିକା ‘ନବଜୀବନ’ର ଫେବୃଆରୀ ୨୫,୧୯୨୫ ସଂଖ୍ୟାରେ ଲେଖିଥିଲେ ‘ଗୋରକ୍ଷାର ପ୍ରଶ୍ନ ସ୍ୱରାଜ୍ୟ ପ୍ରଶ୍ନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ’ । ଲୋକମାନ୍ୟ ତିଲକ, ମଦନ ମୋହନ ମାଲବ୍ୟ, ଗୋପାଳକୃଷ୍ଣ ଗୋଖେଲ ପ୍ରମୁଖ ଘୋଷଣା କରିଥିଲେ ସ୍ୱରାଜ୍ୟ ମିଳିବା ମାତ୍ରକେ ଗୋ ହତ୍ୟା ତୁରନ୍ତ ବନ୍ଦ କରି ଦିଆଯିବ; କିନ୍ତୁ ତାହା ହେଲା ନାହିଁ । ୧୯୬୬ ମସିହା ନଭେମ୍ବର ମାସରେ ଦିଲ୍ଲୀ ସଂସଦ ଭବନଠାରେ ଗୋହତ୍ୟା ବିରୋଧରେ ଗୋଭକ୍ତମାନଙ୍କର ଜାତିଧର୍ମ ନିର୍ବିଶେଷରେ ଏକ ସମ୍ମିଳନୀ ହୋଇ ଗୋସୁରକ୍ଷା ଦାବି କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୁରୀର ଶଙ୍କରାଚାର୍ଯ୍ୟ ୭୩ ଦିନ ଅନଶନ କରିଥିଲେ । ଖୋଦ ମହାତ୍ମାଗାନ୍ଧି ଭାରତରେ ଗୋ-ହତ୍ୟା ନିଷିଦ୍ଧ ହେବା ଚାହୁଁଥିଲେ । କିନ୍ତୁ କଂଗ୍ରେସ ତାଙ୍କରି ନାମରେ ରାଜନୀତି କରୁଥିଲେ ହେଁ ଗୋ-ହତ୍ୟାକୁ ପ୍ରୋତ୍ସାହିତ କରିଆସିଛି । ପୂର୍ବରୁ ୟୁପିଏ ସରକାର ସମୟରେ ଗୋ ହତ୍ୟା ଓ ପିଙ୍କ ରିଭଲ୍ୟୁସନ ଯୋଗୁଁ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ଉପଚାର ଏତେ ଶୀଘ୍ର ହେବ ନାହିଁ । ଦେଶବାସୀ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ଗୋରୁ ହତ୍ୟା ବିରୋଧରେ ସ୍ୱରଉତ୍ତୋଳନ କରିବା ଉଚିତ । ଗୋସୁରକ୍ଷା ଆଇନରେ ରହିଥିବା ବ୍ୟବସ୍ଥାକୁ ସମ୍ମାନ ଜଣାଇ ସମସ୍ତଙ୍କ ସମ୍ମତି ଭିତ୍ତିରେ ଗୋସୁରକ୍ଷା ପାଇଁ ସମର୍ପିତ ହେବା ଆବଶ୍ୟକ । ତେବେ ହୁଏତ ଭିଡତନ୍ତ୍ର ଭଳି ଦୁଷ୍କର୍ମ ଘଟନ୍ତା ନାହିଁ । କାରଣ ଗୋଟିଏ ଗାଈ ଯେଉଁଠି ବି ହତ୍ୟା କରାଗଗଲେ ତାହା ସବୁ ହିନ୍ଦୁଙ୍କୁ ବାଧୁଛି । ତେଣୁ ସେମାନଙ୍କ ମଧ୍ୟରେ ଧର୍ମୋନ୍ମାଦ ସୃଷ୍ଟି ହୁଅନ୍ତା ନାହିଁ
Comments
Post a Comment