ନାସିରୁଦ୍ଦିନ ଶାହାଙ୍କୁ ସଂଖ୍ୟାଲଘୁ କମିଶନଙ୍କ ଜବାବ : ଦେଶରେ ରହିଛି ଶାନ୍ତି
ନୂଆଦିଲ୍ଲୀ, ୨୧/୧୨ : ଗୋହତ୍ୟାକୁ ନେଇ ବୁଲନ୍ଦସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ପ୍ରସଙ୍ଗରେ ବରିଷ୍ଠ ବଲିଉଡ୍ ଅଭିନେତା ନାସିରୁଦ୍ଦିନ ଶାହା କିଛି ଦିନ ତଳେ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ, ଦେଶର କେତେକ ଅଞ୍ଚଳରେ ଗାଈର ମୃତ୍ୟୁକୁ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସେହିପରି ନିଜର ପିଲାମାନଙ୍କ ସୁରକ୍ଷା ନେଇ ସେ ଚିନ୍ତାବ୍ୟକ୍ତ କରିବା ସହ ସେ ସେମାନଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମର ବୋଲି ଶିଖାଇ ନଥିବା ନାସିରୁଦ୍ଦିନ କହିଥିଲେ । ଏହି ମର୍ମରେ ସେ କଟାକ୍ଷ କରି କହିଥିଲେ ଯେ, ବିଷ ମଞ୍ଜି ବୁଣାଯାଇ ସାରିଛି । ଏବେ ଏହା ଏକ ଜିନ୍ର ରୂପ ଧାରଣ କରିସାରିଥିବାବେଳେ ଏହାକୁ ବୋତଲରେ ବନ୍ଦ କରିବା ମୁସ୍କିଲ୍ ଅଟେ । ଯେଉଁମାନେ ଆଇନ୍କୁ ହାତକୁ ନେଉଛନ୍ତି ସେମାନେ ନିରାପଦରେ ବାହାରେ ବିଚରଣ କରୁଛନ୍ତି । ଅନ୍ୟପଟେ ନାସିରୁଦ୍ଦିନଙ୍କ ଏହି କଟାକ୍ଷକୁ ଭୁଲ୍ ବୋଲି କହିବା ସହ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସଂଖ୍ୟାଲଘୁ କମିଶନ ଗୟରୁଲ ହସନ । ସେ କହିଛନ୍ତି ଯେ, ବର୍ତ୍ତମାନ ସମଗ୍ର ଦେଶରେ ଶାନ୍ତି ବିରାଜମାନ କରୁଛି ଓ ନାସିରୁଦ୍ଦିନଙ୍କ ମନ୍ତବ୍ୟ ନିରର୍ଥକ ଅଟେ । ସେ ପୁଣି କହିଛନ୍ତି ଯେ ଯେଉଁ ଦେଶ ତାଙ୍କୁ ଏତେ ସମ୍ମାନ ଦେଇଛି ତା’ ବିରୁଦ୍ଧରେ ସେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ ।

Comments
Post a Comment