ଝୁମ୍ପୁରା,୨୨ା୧୨ : ଝୁମ୍ପୁରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ୩୨ ତମ ବାର୍ଷିକ କ୍ରୀଡା ଉତ୍ସବ ହାଇସ୍କୁଲ ଖେଳ ପଡିଆ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି କୁଞ୍ଜବିହାରୀ ପ୍ରଧାନ ଯୋଗଦାନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଏହି ବିଦ୍ୟାଳୟର ୧ରୁ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲା ମାନଙ୍କୁ ୪ଟି ବିଭାଗରେ ବିଭକ୍ତ କରି ଖେଳ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, ଗୋଲାଫିଙ୍ଗା, ଥାଳିଆ ପିଙ୍ଗା, ସହିତ ଅନ୍ୟାନ୍ୟ ଖେଳ ଆୟୋଜନ କରାଯାଇଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟର ୬୫୦ ଜଣ ଶିଶୁ ଭାଇ ଭଉଣୀ ଖେଳରେ ଅଂଶ ଗ୍ରହଣ କରି ଖେଳ ପ୍ରର୍ଦଶନ କରିଥିଲେ ।

Comments
Post a Comment