ଭାରତ ‘ହିନ୍ଦୁ ରାଷ୍ଟ୍ର’ ହେବା ଉଚିତଥିଲା: ମେଘାଳୟ ମୁଖ୍ୟ ବିଚାରପତି ସେନ

ନୂଆଦିଲ୍ଲୀ, ୧୨/୧୨  : ଡୋମିସାଇଲ୍ ସାର୍ଟିଫିକେଟ ସମ୍ପର୍କିତ ଏକ ମାମଲାର ବିଚାର କରି ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍.ଆର୍.ସେନ କହିଛନ୍ତି ଯେ, ଧର୍ମ ଆଧାରରେ ଦେଶ ବିଭାଜନ ହୋଇଥିଲା , ଭାରତ ହିନ୍ଦୁ ରାଷ୍ଟ୍ର ହେବା ଉଚିତ ଥିଲା । କିନ୍ତୁ ଏବେ ଭାରତକୁ ମୁସଲିମ ରାଷ୍ଟ୍ର କରିବାକୁ ଉଦ୍ୟମ ହେଉଛି ; ଏହାକୁ ରୋକା ଯିବା ଉଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ସେ ଆସ୍ଥା ବ୍ୟକ୍ତ କରି କହିଛନ୍ତି ଯେ, ମୋଦିଜୀ ଏଭଳି ଉଦ୍ୟମକୁ ରୋକିବା ଉଚିତ । ଏହି ଅବସରରେ ସେ ସ୍ପଷ୍ଟ କରିଛନ୍ତି ଯେ, କେହି ବି ଭାରତକୁ ଦ୍ୱିତୀୟ ଇସଲାମିକ୍ ରାଷ୍ଟ୍ର ଭାବେ ପରିଣତ କରିବାକୁ ଚେଷ୍ଟା ନ କରନ୍ତୁ, ନଚେତ ଏହାର ପରିଣତି ଭାରତ ସହ ପୂରା ବିଶ୍ୱ ପାଇଁ ଭୟାନକ ହେବ  । ତେବେ ଏହି ପ୍ରସଙ୍ଗର ଗୁରୁତ୍ୱକୁ ଉପଲବ୍ôଧ କରି କେନ୍ଦ୍ରର ମୋଦି ସରକାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି କରିବାକୁ ଦେବେ ନାହିଁ ବୋଲି ଡୋମିସାଇଲ୍ ସାର୍ଟିଫିକେଟ୍ର ସମର୍ଥନରେ ରୁଜୁ ଏକ ମାମଲାର ଶୁଣାଣି କରି ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ସେନ୍ ୩୭ ପୃଷ୍ଠା ସମ୍ବଳିତ ରାୟରେ ଉଲ୍ଲେଖ କରିଛନ୍ତି  । ଏହି ପରିପ୍ରେକ୍ଷୀରେ ଜଷ୍ଟିସ ସେନ୍ ଆହୁରି କହିଛନ୍ତି ଯେ, ପାକିସ୍ତାନ ନିଜକୁ ଏକ ଇସ୍ଲାମିକ୍ ରାଷ୍ଟ୍ର ଭାବେ ଘୋଷିତ କରିସାରିଛି  । ଦେଶ ବିଭାଜନ ସମୟରେ ଧର୍ମ ଆଧାରରେ ଭାରତ ନିଜକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରିପାରିଥାନ୍ତା  । ମାତ୍ର ଭାରତ ତାହା ନକରି ନିଜକୁ ଧର୍ମନିରପେକ୍ଷ ରାଷ୍ଟ୍ର ଘୋଷଣା କରିଥିଲା  । ଏହି ପରିପ୍ରେକ୍ଷୀରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ପଳାଇଆସୁଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ, ଖ୍ରୀଷ୍ଟ, ଖାସୀ, ଜୟନ୍ତିଆ ଓ ଗାରୋ ଧର୍ମର ଲୋକଙ୍କୁ ବିନା କୌଣସି ପ୍ରଶ୍ନରେ ଦେଶର ନାଗରିକ ଭାବେ ଗ୍ରହଣ କରିବା ନିମନ୍ତେ ସଂସଦରେ ଏକ ଅଧିନିୟମ ପାରିତ କରିବାକୁ ସେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଆଇନ୍ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି  ।

Comments