ନୂଆଦିଲ୍ଲୀ, ୧୭/୧୨ : ବିଭାଜନ ପରେ ଦେଶର ସବୁଠାରୁ ବଡ଼ ହିଂସା ଭାବେ ବିବେଚିତ କରି ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସମ୍ପୃକ୍ତ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କ ସହ ତାଙ୍କର ଅନ୍ୟଦୁଇ ସହଯୋଗୀଙ୍କୁ ଆଜୀବନ ଏବଂ ଅନ୍ୟ ଦୁଇ ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ଅପରାଧୀକ ଷଡ଼ଯନ୍ତ୍ର, ହିଂସା ସୃଷ୍ଟି ଅଭିଯୋଗ ଓ ଦଙ୍ଗା ପାଇଁ ଉସ୍କାଇବା ଭଳି ଅଭିଯୋଗରେ ସଜ୍ଜନ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ସ୍ୱର୍ଗତା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇ ଶିଖ ସୁରକ୍ଷାକର୍ମୀ ହତ୍ୟା କରିବା ପରେ ୧୯୮୪ ନଭେମ୍ବର ୧ ରୁ ୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦିଲ୍ଲୀରେ ଲୋମ ହର୍ଷଣକାରୀ ଦଙ୍ଗା ସୃଷ୍ଟି କରାଯାଇଥିଲା । ଏହି ଦଙ୍ଗାରେ ପାଖାପାଖି ୩୦୦୦ ଶିଖଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ସହ ସେମାନଙ୍କ ସମ୍ପତ୍ତିକୁ ଲୁଣ୍ଠନ କରିବା, ମହିଳାମାନଙ୍କ ସହ ଅସଦାଚରଣ କରିବା ଏବଂ ସେମାନଙ୍କ ଘରକୁ ପୋଡି ଦେବା ଭଳିୀ ବୀଭତ୍ସ ଦୃଶ୍ୟ ଦେଖିବାକୁ ମିଳିଥିଲା । ହତ୍ୟାକାରୀ ଶିଖ ସମ୍ପ୍ରଦାୟର ହୋଇଥିବାରୁ ଏହି ଶିଖମାନଙ୍କ ଉପରେ ପ୍ରତିଶୋଧ ନେବା ପଇଁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ସଜ୍ଜନ କୁମାର, ଜଗଦୀଶ ଟାଇଟଲର ଓ କମଳ ନାଥ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ପୀଡିତ ଶିଖମାନେ ଦୀର୍ଘ ଦିନ ଧରି ଅଭିଯୋଗ କରିଆସିଥିଲେ । ଏହି ତିନି ଚାରି ଦିନ ଉତ୍ପାତକାରୀମାନେ ବିଭତ୍ସ ହତ୍ୟାକାଣ୍ଡ ଏବଂ ପୋଡାଜଳା ଖୋଲା ଖୋଲି ଭାବେ କରୁଥିଲେ ହେଁ ପୋଲିସ, ଅନ୍ୟାନ୍ୟ ନିରାପତ୍ତାରକ୍ଷୀ, ସେନା, ଏପରିକି ଦମକଳ ବାହିନୀ ବାରାକରୁ ବାହାରି ନଥିଲେ । ଦିଲ୍ଲୀରେ କଂଗ୍ରେସ ଶାସନ ଥିବା ପର୍ଯ୍ୟନ୍ତ ଏସଂକ୍ରାନ୍ତର ସମସ୍ତ ମାମଲାକୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଶିରୋମଣୀ ଅକାଳୀ ଦଳ ବିଜେପି ସହ ମିଶି ଶାସନକୁ ଆସିବା ପରେ ପୁଣି ଥରେ ଏହି ମାମଲାଗୁଡିକର ବିଚାର ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଦିଲ୍ଲୀ ଛାୱନୀ ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରିଥିବା ନେଇ ସଜ୍ଜନ କୁମାରଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ୩୪ ବର୍ଷ ପରେ ଶିଖମାନଙ୍କ ବିରୋଧରେ ହୋଇଥିବା ଏହି ନରସଂହାର ମାମଲାର ରାୟ ଶୁଣିବା ପାଇଁ ଆଜି ଦିଲ୍ଲୀ ହାଇକୋର୍ଟ ପରିସରରେ ହଜାର ହଜାର ସଂଖ୍ୟାରେ ଶିଖ ରୁଣ୍ଡ ହୋଇଥିଲେ । ରାୟରେ ମାନ୍ୟବର କୋର୍ଟ ସଜ୍ଜନ କୁମାରଙ୍କ ସମେତ ସମସ୍ତ ଦୋଷୀଙ୍କୁ କାରାଦଣ୍ଡାଦେଶ ଶୁଣାଇବା ସହ ଟିପ୍ପଣୀ ଦେଇଥିଲେ ଯେ, ଏହି ଦଙ୍ଗା ସୃଷ୍ଟିକାରୀମାନଙ୍କୁ ବହୁ ବର୍ଷ ଧରି ରାଜନୈତିକ ସଂରକ୍ଷଣ ପ୍ରାପ୍ତ ହୋଇଥିଲା । ରାୟ ପ୍ରକାଶ ପାଇବା ପରେ ଅଭିଯୋଗକାରୀଣୀ ଜଗଦୀଶ କୌରଙ୍କ ସମେତ ଦଙ୍ଗା ପୀଡିତମାନେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥିଲେ ମଧ୍ୟ ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ସୁପ୍ରିମକୋର୍ଟରେ ଅପିଲ କରିବେ ବୋଲି କହିଛନ୍ତି । ସେପଟେ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ସ୍ୱାଗତ ଜଣାଇଛନ୍ତି ଶିରୋମଣୀ ଅକାଳୀ ଦଳ । ମନଜିତ ସିଂହ ସିରସା କୋର୍ଟଙ୍କ ରାୟକୁ ସ୍ୱାଗତ ଜଣାଇବା ସହିତ ଶିଖ୍ ବିରୋଧୀ ଦଙ୍ଗା ପାଇଁ ଦାୟୀ ସଜ୍ଜନ କୁମାର ଓଅନ୍ୟତମ ଅଭିଯୁକ୍ତ ଜଗଦୀଶ ଟାଇଟେଲରଙ୍କୁ ଫାଶୀ ଦଣ୍ଡ ଦେବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି । ଏହି ରାୟକୁ ଏନଡିଏ ତରଫରୁ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି ସ୍ୱାଗତ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ କମଳ ନାଥଙ୍କୁ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କରାଯାଉଥିବାରୁ କଂଗ୍ରେସକୁ କଠୋର ସମାଲୋଚନା କରିଥିଲେ । ତେବେ ଏହି ମାମଲା ପରେ ଏହି ଦଙ୍ଗା ମାମଲାରେ ଚାଲିଥିବା ଅନ୍ୟାନ୍ୟ ଶହ ଶହ ମାମଲାର ରାୟ ଆଗାମୀ ଦିନ ମାନଙ୍କରେ ପ୍ରକାଶିତ ହେବାକୁ ଯାଉଥିବାରୁ ସମସ୍ତଙ୍କ ଉତ୍ସୁକତା ବୃଦ୍ଧି ପାଇଛି ।

Comments
Post a Comment