ସମ୍ବଲପୁର,୨୮ା୧୨: ସମ୍ବଲପୁର ଜିଲ୍ଲା ମନ୍ଦଲିଆ ପଡ଼ିଆ ଠାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆସନ୍ତା ୩୦ ତାରିଖ ପୂର୍ବାହ୍ନ ୧୧ଟାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେବ । ତେଣୁ ଏନେଇ ଶୁକ୍ରବାର ଅପରାହ୍ନରେ ଏକ ବାଇକ୍ ଶୋଭାଯାତ୍ରା ବୃକ୍ସହିଲ ହନୁମାନ ମନ୍ଦିରରୁ ବାହାରି ସହରର ପରିକ୍ରମା କରିଥିଲା । ପ୍ରଥମେ ବାଇକ୍ ର୍ୟାଲି ଜିଲ୍ଲା ସ୍କୁଲ-ଲକ୍ଷ୍ମୀଟକିଜ-ମୁଦିପଡା-ଅଇଁଠାପାଲି-ବରେଇପାଲ-କ୍ଷେତରାଜପୁରବଡବଜାର-କୁଞ୍ଜେଲପଡା-ବଡସଡକ-ସାନସଡକ-ହୀରାକୁଦ କଲୋନୀ-ଜେଲଛକଗୋବିନ୍ଦତୋଲା-ଧନୁପାଲି ଅଞ୍ଚଳ ପରିକ୍ରମା କରିବା ପରେ ରାଣୀସତୀ ମନ୍ଦିରରେ ପହଞ୍ôଛ ଥିଲା । ଏଥିରେ ରାଜୀବ ଶତପଥି, ପ୍ରଦୀପ ବହିଦାର, ବିଶ୍ୱରଞ୍ଜନ ପୂଝାରୀ, ସୁଧୀର ବହିଦାର, ପଣ୍ଡିତ ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ନାଉରୀ ନାୟକ, ଗିରିଶ ପଟେଲ, ଶିବୁ ଅଗ୍ରୱାଲ, ଜୟବ୍ରତ ଦେ, ଦେବାଶିଷ ପୁରୋହିତ, ହରି ମହାନନ୍ଦ, ତପନ ପଟ୍ଟନାୟକ, ଶରତ ପ୍ରଧାନ, ପ୍ରଦୀପ ସୂପକାର, ଅଶ୍ୱିନୀ ମାଝୀ ପ୍ରମୁଖ ଶତାଧିକ ଯୁବକ ଯୋଗ ଦେଇଥିଲେ । ଶୋଭାଯାତ୍ରାକୁ ଆଖି ଆଗରେ ରଖି ସହରର ପ୍ରମୁଖ ଛକ ଗୁଡିକରେ ଗୈରିକ ଧ୍ୱଜ ଲଗାଯାଇଛି । ସୂଚନା ଯୋଗ୍ୟ, ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆଇନ୍ ପ୍ରଣୟନ କିମ୍ବା ଅଧ୍ୟାଦେଶ ଉପସ୍ଥାପନ ପାଇଁ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସନ୍ଥ ସମାବେଶରେ ଦାବୀ କରାଯାଇଥିଲା । ସୋମନାଥ ମନ୍ଦିର ଭଳି ଶ୍ରୀରାମଙ୍କ ଜନ୍ମ ଭୂମିରେ ମନ୍ଦିର ନିର୍ମାଣ ସକାଶେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଉକ୍ତ ବୈଠକରେ ଗୃହୀତ ପ୍ରସ୍ତାବ ସମ୍ପର୍କରେ ଦେଶବ୍ୟାପୀ ଜନଜାଗରଣ ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି । ଏହି ପରିପ୍ରେକ୍ଷୀରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷଯଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସମ୍ବଲପୁର, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା ପ୍ରଭୃତି ଜିଲ୍ଲାରୁ ସାଧୁସନ୍ଥଙ୍କ ସହିତ ୧୫ ହଜାର ନାଗରିକ ଯୋଗ ଦେବେ ।

Comments
Post a Comment