ନୂଆଦିଲ୍ଲୀ, ୨୭/୧୨ : ଗତକାଲି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ହାତରେ ଧରାପଡ଼ିଥିବା ଇସଲାମିକ ଷ୍ଟେଟ୍ (ଆଇଏସ୍) ମଡ୍ୟୁଲର ୧୦ ଜଣ ଆତଙ୍କବାଦୀ ଅଯୋଧ୍ୟାସ୍ଥିତ ରାମଜନ୍ମଭୂମି ଉପରେ ଆତଙ୍କୀ ହମ୍ଲା କରିବାକୁ ମସୁଧା କରିଥିଲେ ଓ ଗତ ନଭେମ୍ବର ୨୯ ତାରିଖରେ ଏହି ଯୋଜନାକୁ ବାସ୍ତବରେ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଥିଲେ ବୋଲି ଏନ୍ଆଇଏ କହିଛି । ଜାଫରାବାଦରୁ ଗିରଫ ଆତଙ୍କବାଦୀମାନଙ୍କ ଠାରୁ ଜବତ ମୋବାଇଲ୍ର ଚାଟିଂରୁ ଏହି ତଥ୍ୟ ଏନ୍ଆଇଏ ହାସଲ କରିଛି । ଦିଲ୍ଲୀର ଜାଫରାବାଦରୁ ଅନସ୍ ନାମକ ଯେଉଁ ଆତଙ୍କବାଦୀ ଗିରଫ ହୋଇଥିଲା ତା’ର ମୋବାଇଲକୁ ଯାଞ୍ଚ କରିବାବେଳେ ଅଏନ୍ଆଇଏ ଏହି ଚାଞ୍ଚଲ୍ୟକର ତଥ୍ୟ ପାଇଛି । ଉକ୍ତ ତଥ୍ୟାନୁଯାୟୀ ଗତ ନଭେମ୍ବର ୨୯ ତାରିଖରେ ସେମାନେ ରାମଜନ୍ମ ଭୂମି ଠାରେ ଆତ୍ମଘାତୀ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ଗିରଫ ଅନସ୍ର ହ୍ୱାଟ୍ସଆପ୍ ମ୍ୟାସେଜରୁ ଏନ୍ଆଇଏ ଜାଣିବାକୁ ପାଇଛି । ଏତଦ୍ବ୍ୟତୀତ ଏନ୍ଆଇଏ ହାତରେ ଏକ ଭିଡିଓ କ୍ଲିପିଂ ପଡ଼ିଛି ଯେଉଁଥିରେ ଗିରଫ ଆତଙ୍କବାଦୀମାନେ ଟାଇମ୍ବମ୍ ବନାଉଥିବାର ଦୃଶ୍ୟ ରେକର୍ଡିଂ ହୋଇଛି ଓ ଏହି ଭିଡିଓ ଗିରଫ ଆତଙ୍କବାଦୀ ସୋହେଲ ଘରେ ସୁଟିଂ କରାଯାଇବା ଏନ୍ଆଇଏ କହିଛି । ଏନ୍ଆଇଏ୍ ଦ୍ୱାରା ଗିରଫ ୧୦ ଜଣ ଆଇଏସ୍ ମଡ୍ୟୁଲର ସଦସ୍ୟଙ୍କ ମଧ୍ୟରେ ଜଣେ ମୌଲବୀ ସମେତ ଛାତ୍ରମାନେ ମଧ୍ୟ ଅଛନ୍ତି । ଅନ୍ୟପଟେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ଦ୍ୱାରା ପ୍ରଭାବିତ ହୋଇ ହର୍କତ-ଉଲ-ହର୍ବ-ଇସଲାମ ନାମକ ସଂଗଠନ ଗଢ଼ି ଏହି ଆତଙ୍କବାଦୀମାନେ ଭାରତରେ ବ୍ୟାପକ ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିଲେ ବୋଲି ଏନଆଇଏ ଏନ୍ଆଇଏ ମହାନିର୍ଦ୍ଦେଶକ ଅଲୋକ ମିତ୍ତଲ କହିଛଡନ୍ତି । ସୂଚନା ପାଇ ଏନ୍ଆଇଏ ବୁଧବାର ୟୁପି ଓ ଦିଲ୍ଲୀର ୧୭ଟି ସ୍ଥାନରେ ଚଢ଼ାଉ କରି ସେମାନଙ୍କ ଠାରୁ ବହୁ ଗୁଳିଗୋଳା, ବିସ୍ଫୋରକ, ସିଡି, ହାର୍ଡଡିସ୍କ, ନଗଦ ୫ ଲକ୍ଷ ଟଙ୍କା ଓ କିଛି ମୌଳବାଦୀଙ୍କ ତଥ୍ୟ ଏବଂ ଦଲିଲକୁ ଜବତ କରିଥିଲା । ଗିରଫ ଆତଙ୍କବାଦୀମାନେ ଦିଲ୍ଲୀ ଓ ଉତ୍ତର ଭାରତର ଅନେକ କ୍ଷେତ୍ରକୁ ଟାର୍ଗେଟ କରିବା ସହ ରାଜନେତା ଓ ସରକାରୀ ଅଧିକାରୀମାନଙ୍କୁ ଅପହରଣ ବା ହତ୍ୟା କରିବା ସହ ଦେଶରେ ସିରିଜ ବିସ୍ଫୋରଣ କରିବାକୁ ମଧ୍ୟ ଯୋଜନା କରିଥିଲେ ବୋଲି ଶ୍ରୀ ମିତ୍ତଲ କହିଛନ୍ତି । ଚଢ଼ାଉ ସମୟରେ ସେମାନଙ୍କ ଠାରୁ ଦେଶୀ ରକେଟ୍ ଲଞ୍ଚର ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ, ଆତ୍ମଘାତୀ ବୋମା ବିସ୍ଫୋରଣରେ ବ୍ୟବହୃତ ଜ୍ୟାକେଟ୍ ଏବଂ ଟାଇମ୍ ବମ୍ ବନାଇବାରେ ବ୍ୟବହୃତ ୧୧୨ଟି ଆର୍ଲାମ ଘଣ୍ଟାକୁ ଜବତ କରାଯାଇଥିବାରୁ ଆତଙ୍କବାଦୀମାନେ ଏକାସଙ୍ଗେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ଯୋଜନା କରୁଥିଲେ ବୋଲି ସେ କହିଛନ୍ତି । ତେବେ ଅଧିକ ପଚରାଉଚରା ପାଇଁ ଗିରଫ ୧୦ ଜଣ ଆଇଏସ୍ ମଡ୍ୟୁଲ ଆତଙ୍କବାଦୀମାନଙ୍କୁ ଅନ୍ୟୁନ ୨ ସପ୍ତାହ ରିମାଣ୍ଡରେ ନୋବ ନିମନ୍ତେ ଅଦାଲତଙ୍କୁ ଆବେଦନ କରାଯାଇଥିବା ଏନ୍ଆଇଏ ମହାନିର୍ଦ୍ଦେଶକ କହିଛନ୍ତି ।

Comments
Post a Comment