ପୁଣେ (ଭିଏସ୍କେ): ସମସ୍ୟା ଆସିଲେ ସେଥିରେ ଭୟଭୀତ ନହେବା ଏହା ଭଗବତ୍ ଗୀତାର ପ୍ରଥମ ଶିକ୍ଷଣୀୟ ବିଷୟ ରହି ଆସିଛି । ଗୀତାକୁ ବ୍ୟକ୍ତି ବ୍ୟକ୍ତିଙ୍କ ନିକଟରେ ପହଂଚାଇବାକୁ ପଡିବ ଯଦି ଭଗବତ୍ ଗୀତା ଘର ଘରକୁ ପହଂଚିଗଲା ଏବଂ ଏହାର ସଠିକ୍ ଅର୍ଥରେ ବ୍ୟବହାରିକ ହୋଇଗଲା ତେବେ ଭାରତ ଆଜି ତୁଳନାରେ ଶହେଗୁଣ ସାମଥ୍ୟର ସହିତ ବିଶ୍ୱଗୁରୁ ରୂପେ ସମ୍ମୁଖରେ ଉଭା ହୋଇପାରିବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡଃ ମୋହନଜୀ ଭାଗବତ ପ୍ରକାଶ କରିଛନ୍ତି ।
ପୁଣେ ସ୍ଥିତ ଗୀତାଧର୍ମ ମଣ୍ଡଳ ସଂସ୍ଥା ଦ୍ୱାରା ପ୍ରକାଶିତ ଗୀତା ଦର୍ଶନ ମାସିକ ପତ୍ରିକାର ସ୍ୱର୍ଣ୍ଣଜୟନ୍ତୀ ବର୍ଷର ବର୍ଷାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସରସଂଘଚାଳକଜୀ କହିଲେ ଯେ ବ୍ୟକ୍ତି ଜୀବନକୁ କେଉଁଭଳି ଭାବେ ବିତାଇବା ଦରକାର, ଏହାର ମାର୍ଗ ଓ ନିର୍ଦ୍ଦେଶ ଭଗବତ୍ ଗୀତାରେ ରହିଛି । ଏଥିପାଇଁ ଗୀତାର ଅଧ୍ୟୟନ ଏବଂ ଆଚରଣ ମହତ୍ୱପୂର୍ଣ୍ଣ । ଭାଗବତ୍ ଗୀତାକୁ ସମସ୍ତଙ୍କ ନିକଟରେ ପହଂଚାଇବାର ପ୍ରୟାସ କରିବାର ଆବଶ୍ୟକ । ଭାରତକୁ ପୁଣି ଥରେ ବିଶ୍ୱଗୁରୁ ପଦରେ ଅଧିଷ୍ଠିତ କରିବା ପାଇଁ ଆମକୁ ଗୀତାର ମାର୍ଗରେ ଚାଲିବାକୁ ପଡିବ । ଏହି କାର୍ଯ୍ୟ କୋ÷ଣସି ବ୍ୟକ୍ତି, ସଂଗଠନ ବା ରାଜନୈତିକ ଦଳର ନୁହେଁ, ସାରା ସମାଜର । ସମାଜ ଗୀତାର ଆଚରଣ ଯେବେ ସଠିକ୍ ଭାବେ କରିବ, ତେବେ ଯାଇଁ ଏଇ ଅପେକ୍ଷିତ ରାଷ୍ଟ୍ରର କଳେବର ପ୍ରତୀତମାନ ହେବ ।
ସେ କହିଲେ ଯେ କର୍ତବ୍ୟ ପାଇଁ ଆହ୍ୱାନ ଆସିଲେ ସେଥିରେ ଭୟଭୀତ ହେବାନାହିଁ ଏହା ଗୀତାର ପ୍ରଥମ ଉପଦେଶ । ଏଥିପାଇଁ ଭଗବତ୍ ଗୀତା କହେ ଯେ ସମସ୍ୟରୁ ମୁହଁ ଫେରାଇ ନେବା ଉଚିତ୍ ହେବନାହିଁ ଅପରପକ୍ଷେ ସମସ୍ୟା ଉପରେ ବିଚାର କରି କରି ଚାଲିଲେ ସେଥିରୁ ହିଁ ରାସ୍ତା ବାହାରିବ । ଅର୍ଜ୍ଜୁନ ପକ୍ଷେ ଯାହା ହେଲା ତାହା ଭୟ କାରଣରୁ ନୁହେଁ କେବଳ ବିବେକ କାରଣରୁ ହୋଇଥିଲା । ସର୍ଜ୍ଜନ ହିଁ ସମାଜର ହୀତ ଉଦ୍ଦେଶ୍ୟ ଚିନ୍ତାକରେ, ଏଥିପାଇଁ ଏପରି ସମସ୍ୟାଗୁଡିକ ବେଳେ ବେଳେ ସଜ୍ଜନଙ୍କ ସାମନାରେହିଁ ଆସିଥାଏ । ଏହାର ବିପରୀତରେ ଦୁର୍ଜ୍ଜନ କେବଳ ନିଜ ସ୍ୱାର୍ଥ ଓ ତତ୍କାଳୀନ ସୁଖକୁ ଦେଖେ । ସେଥି ପାଇଁ ତାଙ୍କ ସମ୍ମୁଖରେ ଏପରି ପ୍ରଶ୍ନ ଆସେ ନାହିଁ । ତେଣୁ ସେ ଯାହାପାଏ ତା କରିଚାଲେ । ଉଗ୍ର ବ୍ୟକ୍ତିକୁ ପ୍ରସିଦ୍ଧି ମଧ୍ୟ ଚଂଚଳ ମିଳେ । କିନ୍ତୁ ଭୋ÷ତିକ ସୁଖର ପିଛା କରି ନିଜ ଭିତରକୁ ଉଣ୍ଡି ଦେଖିବା ଜ୍ଞାନ ଆମର ପୂର୍ବଜଙ୍କୁ ପ୍ରାପ୍ତ ହୋଇଥିଲା ଏବଂ ନିଜ ଅର୍ନ୍ତମନରେ ଏହାର ଅନ୍ୱେଷଣ ପୂର୍ଣ୍ଣରୂପେ କେବଳ ଭାରତରେ ହିଁ ହୋଇପାରିଛି ଯେତେବେଳେ ଏହି ସତ୍ୟ ସମସ୍ତଙ୍କ ନିକଟରେ ପହଂଚାଗଲା ସେତେବେଳେ ଏହାକୁ ହିନ୍ଦୁ ବା ଆର୍ଯ୍ୟ ସଭ୍ୟତାର ନାଁ ମିଳିଲା । ଆପଣଙ୍କୁ ମାନଙ୍କୁ ଏହି ଶଦ୍ଦଟିରେ ଆପତି ଆସୁଛି ତେଣୁ ଆପଣମାନେ ଏହାର ଅନ୍ୟଏକ ଶଦ୍ଦ ପ୍ରୟୋଗ କରିପାରନ୍ତି କିନ୍ତୁ କଥା ସେଇଆ ରହିବ ।
ଗୀତା ହିଁ ଶାସ୍ୱତ ଧର୍ମ ବୋଲି ପ୍ରକାଶ କରି ସେ କହିଲେ ଯେ ଉପଯୋଗ ପରିବର୍ତେ ତ୍ୟାଗ ଏବଂ ସଂଯମତା ତଥା ଶାଶ୍ୱତ ସୁଖର ମାର୍ଗ ଗୀତାହିଁ ଦେଖାଇ ଥାଏ । ସେ ମହାଭାରତ ପୂର୍ବରୁ ଏବଂ ଏହାପରେ ସମସ୍ତ ବିଚାରଧାରାର ସାର ସଂଗ୍ରହ ଗୀତାରେ ଦେଖିବାକୁ ମିଳେ । କେବଳ ଏତିକି ନୁହଁ ଅନ୍ୟାନ୍ୟ ପନ୍ଥର ମାନତ୍ୟାମାନର ପ୍ରତିବିମ୍ବ ମଧ୍ୟ ଏଥିରେ ଦେଖିବାକୁ ମିଳେ । ଯଦିଓ ତାଙ୍କର ପୂଜାପଦ୍ଧତି ଅଲଗା ଅଲଗା ହେଉ ପଛକେ ଏହାହିଁ ଗୀତାର ସାମର୍ଥ । ଗୀତୋକ୍ତି ଧର୍ମକୁ ହିଁ ଆମେ ଗୀତା ଧର୍ମ କହୁ କିନ୍ତୁ ବାସ୍ତବରେ ତାହା ବିଶ୍ୱଧର୍ମ ଏବଂ ଶାଶ୍ୱତ, ସନାତନ ଧର୍ମ । ବିଶ୍ୱର ଉତ୍ପତି ଠାରୁ ତାହା ଏପର୍ଯ୍ୟନ୍ତ ଚାଲି ଆସୁଛି । ତାହାରି ଅନୁସାରେ ବିଶ୍ୱର ସ୍ଥିତି, ଗତି, ଏବଂ ଲୟ ଜାରୀ ରହିଛି ।ସେ କହିଲେ ଯେ ଗୀତାର ୨, ୧୨,୧୫, ୧୬, ୧୭, ଏବଂ ୧୮ ଅଧ୍ୟାୟ ପ୍ରତିଦିନ ପଢିବା ଦରକାର ଏବଂ ତାକୁ ଚିନ୍ତନ କରିବା ଦରକାର । ଗୀତା କୋ÷ଣସି ଜଣେ ବ୍ୟକ୍ତି ଦ୍ୱାରା କରିବାର ସାଧନା ନୁହେଁ । ଯାହା ଆମକୁ କରିବାକୁ ଅଛି ତାର ଉଦ୍ଦେଶ୍ୟ ଲୋକ ସଂଗ୍ରହ କରିବା । ଏହାହିଁ ଗୀତାର ଆଉ ଏକ ମହତ୍ୱପୂର୍ଣ୍ଣ ପାଠ । ଧର୍ମର ବାଖ୍ୟା କରି ମୋହନଜୀ କହିଲେ ଯେ ଧର୍ମ ଅର୍ଥ ସନ୍ତୁଳିତ ଆଚରଣ । ନିଜ ପ୍ରାଣର ରକ୍ଷା କରିବା ଲାଗି ମଧ୍ୟ ଧର୍ମକୁ ଛାଡିବା ଉଚିତ୍ ନୁହେଁ । ଯିଏ ଧର୍ମ ଲାଗି ବଂଚେ ସେ ଦେଶ ଲାଗି ବଂଚେ ।
ଭଗବତ ଗୀତାରେ ‘ଅଧିଷ୍ଠାନଂ ତଥା କର୍ତା କରଣଂ ଚ ପୃଥକବିଦ୍ୱଂ, ବିବିଧାଂଶ୍ଚ ପୃଥକ ଚେଷ୍ଟା ଦେବ÷ଂ ଚୈବାତ୍ରଂ ପଂଚମମ୍ ଶ୍ଳୋକର ବାଖ୍ୟା କରିବାକୁ ଯାଇ କହିଲେ ଯେ ବ୍ୟକ୍ତି ବା ସଂଗଠନକୁ ପୁରା ମନପ୍ରାଣ ଦେଇ ପ୍ରୟାସ କରିବା ଦରକାର, କିନ୍ତୁ ଏହାର ଫଳ ମିଳିବାରେ ସଠିକ୍ ସମୟ ଆସିବା ଦରକାର । ଜରୁରୀ ପରିସ୍ଥିତି ସମୟରେ ସଂଘ ଉପରେ ପ୍ରତିବଂଧ ଲାଗିଲା ସେହି ସମୟରେ ଆମେ ସତ୍ୟାଗ୍ରହ କରୁଥାଉ, ଭଲ ବ୍ୟକ୍ତି ଏବଂ ସଂଗଠନ ଉପରେ ଏମିତି ସମୟ କାହିଁକି ଆସେ, ଭାଗବାନ କ’ଣ ଏସବୁ ଦେଖୁନାହାନ୍ତି, ଏହିପରି ପ୍ରଶ୍ନ ମୁଁ ଆମର ବରିଷ୍ଠ ପ୍ରଚାରକ ନାନା ମୁଲେଙ୍କୁ କରିଥିଲି । ସେ କହିଥିଲେ ଯେ ପ୍ରୟାସ କରିବାକୁ କେବେ ଛାଡିନ୍ତୁ ନାହିଁ । ଆମକୁ ସ୍ୱପ୍ନରେବି ଲାଗୁନଥିଲା କି ଆଜି ଭଳି ସଂଘର ଦିନ ଆସିବ । କିଏ ଯଦି ଆମକୁ କେହି ଆମକୁ ଏପରି କହୁଥିଲା ଆମେ ଏକଥାକୁ ଅସ୍ୱୀକାର କରୁଥିଲୁ । ଯେ କେହି ଯୋଉ କାମକରୁ ନା କାହିଁକି ତା ପଛରେ କେତେକଙ୍କ ଯୋଗଦାନ ରହିଥାଏ । ଆମର ମଧ୍ୟ ଏପରି ଅଭ୍ୟାସ ଅଛି ଯେ, ଯାହା ମୁଁ କରୁଛି ତାହାହିଁ ଭଲ,ମୁଁ ୟା କଲି, ମୁଁ ତା କଲି ଏପରି ଅହଂକାରକୁ ନେଇ କ’ଣ କରିବାକୁ ଅଛି ? ଭଗବତ୍ ଗୀତାରେ କୁହାଯାଇଛି ଆମେ ଆମର କାମ କରିଯିବା ଦରକାର, କିନ୍ତୁ ଫଳର ଅପେକ୍ଷା କରିବା ଉଚିତ୍ ନୁହେଁ । ଯାହା କରିବାକୁ ଅଛି ସେହି କାମକୁ ଏକାକାର ହୋଇ କରିବା ଦରକାର, କିନ୍ତୁ ସେଥିରେ ଲିପ୍ତ ନହେବା ଦରକାର । ତେଣୁ ଆମେ ସଂଘର କାର୍ଯ୍ୟକର୍ତାମାନଙ୍କୁ କହୁଛୁ କି ଯାହା କରୁଛ ତାକୁ ସମରସ ହୋଇ କର, କିନ୍ତୁ ତା’ରି ଭିତରେ ଫସି ରୁହନାହିଁ । ଏହି କାରଣରୁ ଆମର କାର୍ଯ୍ୟକର୍ତାମାନେ କୋ÷ଣସି କାର୍ଯ୍ୟକୁ ସ୍ୱଭାବିକ ରୂପେ କାର୍ଯ୍ୟ କରନ୍ତି ।
ଗୀତା ଧର୍ମ ମଣ୍ଡଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ. ମୁକୁନ୍ଦ ଦାତାର କହିଲେ ଯେ ଗୀତା ଧର୍ମ ମଣ୍ଡଳ ପୁଣେର ସାଂସ୍କୃତିକ ଆକାଶରେ ମୁଁ ଭୃଗୁ ଶୀର୍ଷ ନକ୍ଷତ୍ର, ଗୀତାଧର୍ମ ମାନେ ଗୀତୋକ୍ତି ଧର୍ମ ଭାରତର ରାଷ୍ଟ୍ରଧର୍ମ । ନିଷ୍କାମ କର୍ମଯୋଗର ଯୁକ୍ତି ଗୀତା ଦେଇଛି । ଗୀତା କାରଣରୁ ବ୍ୟକ୍ତିକୁ ଭଗବତ୍ ଭକ୍ତି ଏବଂ ସମାଜକୁ ଶ୍ରେୟ ମିିଳୁଛି ।
ଏହି କାର୍ଯ୍ୟକ୍ରମରେ କାର୍ଯ୍ୟବାହ ବିନୟା ମେହେଦଲେ, ମୁକୁନ୍ଦ କେଡୱେକର, ଏବଂ ମହେଶ୍ୱର ଯୋଶୀ ଆଦି ଉପସ୍ଥି୍ିତ ଥିଲେ ।
Comments
Post a Comment