ନୂଆଦିଲ୍ଲୀ, ୩୧/୧୨ : ବହୁ ଚର୍ଚ୍ଚିତ ୧୯୮୪ ଶିଖ ବିରୋଧୀ ଦଙ୍ଗା ପାଇଁ ଦାୟୀ ମୁଖ୍ୟ ଅଭିଯୁକ୍ତ ଥିବା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତ ମହେନ୍ଦ୍ର ଯାଦବ ଓ କିଷନ ଖୋକର ଆଜି ଦିଲ୍ଲୀର ଏକ ସ୍ଥାନୀୟ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି । ଅଦାଲତ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଜ୍ଜନ କୁମାରଙ୍କୁ ମଣ୍ଡୋଲି ଜେଲ୍କୁ ପଠାଇ ଦେଇଥିବାବେଳେ ଅନ୍ୟ ୨ ଅଭିଯୁକ୍ତ ମହେନ୍ଦ୍ର ଯାଦବ ଓ କିଷନ ଖୋକରଙ୍କୁ ମଧ୍ୟ ଜେଲ୍କୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମହେନ୍ଦ୍ର ଯାଦବଙ୍କୁ ଚାଲିବାବେଳେ ଆବଶ୍ୟକତା ପଡ଼ୁଥିବା ବାଡ଼ି ଓ ଚଷମାକୁ ସାଙ୍ଗରେ ରଖିବାକୁ ଅଦାଲତ ଅନୁମତି ଦେଇଛନ୍ତି । ପ୍ରକାଶ୍ୟ ଯେ, ୧୯୮୪ ଅକ୍ଟୋବର ୩୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ଶିଖ ଅଙ୍ଗରକ୍ଷୀ ଗୁଳି କରି ହତ୍ୟା କରିବା ପରେ କଂଗ୍ରେସ ନେତା ଓ କର୍ମୀମାନେ ହିଂସ୍ର ହୋଇପଡ଼ିଥିଲେ । ଏଣୁ ଇନ୍ଦିରା ଗାନ୍ଧିଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ସେମାନେ ରକ୍ତମୁଖା ହୋଇପଡ଼ିଥିଲେ । ଏହାର ନେତୃତ୍ୱ ନେଇଥିଲେ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ସଜ୍ଜନ କୁମାର । ସେ ଦିଲ୍ଲୀରେ ବସବାସ କରୁଥିବା ଶିଖମାନଙ୍କୁ ନିର୍ମମ ଭାବେ ହତ୍ୟା କରିବା ପାଇଁ ଦଳୀୟ କର୍ମୀଙ୍କୁ ଉସ୍କାଇଥିଲେ । ଖାଲି ସେତିକି ନୁହେଁ ଦକ୍ଷିଣ ପଶ୍ଚିମ କଲୋନୀର ରାଜନଗର ପାର୍ଟ-୧ ଓ ୨ରେ ରହୁଥିବା ୫ ଜଣ ଶିଖଙ୍କୁ କଂଗ୍ରେସ କର୍ମୀ ଓ ସମର୍ଥକମାନେ ନିର୍ମମ ଭାବେ ହତ୍ୟା କରି ପୋଡ଼ିଦେଇଥିଲେ । ପରେ ମୃତକ ଶିଖଙ୍କ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନମାନେ ଏହି ଘଟଣାରେ ସଜ୍ଜନ କୁମାରଙ୍କୁ ଦାୟୀ କରିବା ସହ ତାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦାୟର କରିଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ଏହି ଶିଖ୍ ବିରୋଧୀ ଦଙ୍ଗାର ବିଧିବଦ୍ଧ ତଦନ୍ତ କରାଯାଇଥିଲା । ମାତ୍ର ତଦନ୍ତ ସମୟରେ ମଧ୍ୟ ରାଜନୈତିକ ଚାପ ପକାଇ କଂଗ୍ରେସ ନେତା ସଜ୍ଜନ କୁମାର ଗିରଫଦାରୀକୁ ଏଡ଼ାଇଚାଲିବା ସହ ତଦନ୍ତକୁ ବିଭ୍ରାନ୍ତ କରିବାକୁ ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ । ଫଳରେ ଅଦାଲତରେ ଏହି ମାମଲାର ଶୁଣାଣିକୁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଇଥିଲା । ମାମଲାର ଶୁଣାଣି କରି ମିଳିଥିବା ତଥ୍ୟ ଓ ପ୍ରମାଣ ଏବଂ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଗତ ଡିସେମ୍ବର ୧୭ ତାରିଖରେ ଦିଲ୍ଲୀ ହାଇକୋର୍ଟ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଡିସେମ୍ବର ୩୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରବାକୁ ଆଦେଶରେ ସ୍ପଷ୍ଟ କରିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ପରେ କଂଗ୍ରେସରୁ ସଜ୍ଜନ କୁମାରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ମାତ୍ର ସଜ୍ଜନ କୁମାର ବିଭିନ୍ନ ଆଳ ଦେଖାଇ ଆତ୍ମସମର୍ପଣର ଅବଧିକୁ ବୃଦ୍ଧି କରିବା ନିମନ୍ତେ ଅଦାଲତଙ୍କୁ ନିବେଦନ କରିଥିଲେ । କିନ୍ତୁ ମାନ୍ୟବର ଅଦାଲତ ତାଙ୍କର ଏହି ଆବେଦନକୁ ଅଗ୍ରାହ୍ୟ କରିଦେବା ସହ ପୂର୍ବରୁ ଦେଇଥିବା ଆଦେଶକୁ କାଏମ ରଖିଥିଲେ । ଏଣୁ ଆଜି ବାଧ୍ୟ ହୋଇ ସଜ୍ଜନ କୁମାରଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତ ମହେନ୍ଦ୍ର ଯାଦବ ଓ କିଷନ ଖୋକର କକଡଡୁମା ନିମ୍ନ ଅଦାଲତରେ ଆତ୍ମସର୍ମଣ କରିଛନ୍ତି ।

Comments
Post a Comment