ବଡବିଲ,୧୦/୧୨ : ବଡବିଲ ପୌରାଂଚଳରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତି ସମାରୋହ ଉଦଘାଟିତ ହୋଇଯାଇଛି । ରଜତ ଜୟନ୍ତି ସମାରୋହର ପ୍ରଥମ ଦିନରେ ସକାଳ ୮ ଟାରେ ଶତାଧିକ ମହିଳା ଓ ଛାତ୍ରୀ ସ୍ଥାନୀୟ ହରିହର ମନ୍ଦିର ପରିସରରୁ ପୂର୍ଣ୍ଣ କୁମ୍ଭ କଳସ ଶୋଭାଯାତ୍ରାରେ ବାହାରି ବଡବିଲ ସରହର ପରିକ୍ରମା କରି ଶିଶୁ ବିଦ୍ୟା ମନ୍ଦିରରେ ପହଂଚିଥିଲେ । ପରେପରେ ପୂଜାର୍ଚ୍ଚନା ଓ ଯଜ୍ଞର ଆୟୋଜନ କରାଯାଇଥିଲା । ଏହି ଅବସରରେ ସନ୍ଧ୍ୟାରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ହିମାଂଶୁ ଶେଖର ପାତ୍ର ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ବଡବିଲ ବନାଂଚଳ ଅଧିକାରୀ ପଦ୍ମନାଭ ରାଉତ, ସମ୍ମାନୀତ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦର ମଦନ ମୋହନ ଦ୍ୱିବେଦୀ, ଶିକ୍ଷା ବିକାଶ ସମିତି ଉତର ସମ୍ଭାଗର ସମ୍ପାଦକ କୈଳାଶ ଚନ୍ଦ୍ର ମହାନ୍ତ, ସଂଯୋଜକ ସୁକାନ୍ତ ବେହେରା, ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ରାଜ କିଶୋର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ସଭାପରେ ଦଶମ ଶ୍ରେଣୀ ଟପର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ପରେ ସନ୍ଧ୍ୟାରେ ଭୂବନେଶ୍ୱର ନିଗମ କଳ୍ପତରୁ ଆଶ୍ରମର ଅଧ୍ୟକ୍ଷ ପରମହଂସ ଶ୍ରୀମଦ୍ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ପ୍ରବଚନ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଭା ପ୍ରଦର୍ଶନ ହୋଇଥିଲା । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଡମ୍ବରୁଧର ମହାନ୍ତ, ଗୁରୁଜୀ ମନମୋହନ ସାମଲ, ବସନ୍ତ ବାରିକ, ଦୟାନିଧି ନାଏକ, ଇନ୍ଦ୍ରମଣି ମହାନ୍ତ, ଗୁରୁମା ନନ୍ଦିନୀ ମହାନ୍ତି, ଅନିତା ନାୟକ, ପୁଷ୍ପଶ୍ରୀ ପତି, ରଶ୍ମୀ ମଂଜରୀ ଜେନା, ଲୀଳାବତୀ ମହାନ୍ତ, ରଶ୍ମୀରେଖା ନାଏକ, ବୀଣାପାଣି ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments
Post a Comment