ବିରାଟ ହିନ୍ଦୁ ସମ୍ମିଳନୀ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ


ରାଉରକେଲା, ୨୪ ।୧୨  : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାରା ଭାରତରେ ହିନ୍ଦୁ ସମ୍ମିଳନୀମାନ କରି ଲୋକଙ୍କ ମଧ୍ୟରେ ରାମ ମନ୍ଦିରକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ୩୦ ଡିସେମ୍ବରରେ ରାଉରକେଲା ଉଦିତନଗରଠାରେ ବିରାଟ ହିନ୍ଦୁ ସମ୍ମିଳନୀ ଆୟୋଜନ ହୋଇଅଛି  । ସମ୍ମିଳନୀକୁ ସଫଳ କରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଗତକାଲି ପ୍ରଚାର ପ୍ରସାର ପାଇଁ ଏକ ପ୍ରଚାର ଗାଡିର ଶୁଭ ଉଦ୍‍ଘାଟନ କରାଯାଇଥିବା ଜଣାପଡିଛି  ।

Comments