ରାଉରକେଲା, ୨୨ ।୧୨ : ଅଯୋଧ୍ୟାଠରେ ରାମ ମନ୍ଦିର ନିର୍ମାଣ ଅହେତୁକ ବିଳମ୍ବ ଯୋଗୁଁ ସରକାରଙ୍କ ଉପରେ ରାମ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ନିମିତ୍ତ ଚାପ ସୃଷ୍ଟି କରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ରାଉରକେଲାରେ ହେବାକୁ ଯାଉଛି ବିଶ୍ୱ ହିନ୍ଦୁ ସମ୍ମିଳୀନ, ଆଜି ବିଶ୍ୱହିନ୍ଦୁ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବିହିପର ପଶ୍ଚିମ ପ୍ରାନ୍ତ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ସର୍ବେଶ୍ୱର ଦାସ କହିଥିଲେ କି ରାମ ମନ୍ଦିର ହେଉଛି ଦୀର୍ଘ ୫୦୦ ବର୍ଷର ଯେଉଁଥି ପାଇଁ ୭୬ ଥର ସଂଘର୍ଷ ହୋଇ ପ୍ରାୟ ୩ ଲକ୍ଷ ୫୦ ହଜାର ହିନ୍ଦୁଙ୍କ ଜୀବନ ମଧ୍ୟ ଯାଇଛି । ଗତ ୨୬ ବର୍ଷ ୪୪୯ ଏହାର ନିର୍ମାଣ ପାଇଁ ନ୍ୟାୟାଳୟରେ ମକୋଦ୍ଧମା ଚାଲିଥିବାବେଳେ ୧୦୦ କୋଟି ଲୋକଙ୍କ ଭାବନାକୁ ସମ୍ମାନ ଦେବା ତ ଦୂରର କଥା । ଏପରି ଏକ ସମ୍ବେଦନଶୀଳ ଘଟଣାର ତୁରନ୍ତ ଶୁଶାଣି ପାଇଁ ନ୍ୟାୟାଳୟ ପାଖରେ ସମୟ ନଥିବା ନେଇ ସୁପ୍ରିମ କୋର୍ଟର ରାୟକୁ ନେଇ ଶ୍ରୀ ଦାସ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ବିକଳ୍ୱ ବ୍ୟବସ୍ଥା ସ୍ୱରୂପ ସରକାର ଏଥିପାଇଁ ବିଶେଷ ନିୟମ ବନାଇ ଅଥବା ଅଧ୍ୟାଦେଶ ବଳରେ ମନ୍ଦିର ନିର୍ମାଣ କରିବା ଆବଶ୍ୟକତା କହି କହି ଏଥିପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ବିଶ୍ୱହିନ୍ଦୁ ପକ୍ଷରୁ ସମଗ୍ର ଦେଶରେ ହିନ୍ଦୁ ସମ୍ମିଳନୀ ଗମାନ ଆୟୋଜନ କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ଏହି କ୍ରମରେ ଆସନ୍ତା ୩୦ ।୧୨ ।୧୯ ରେ ଉଦିତନଗରଠାରେ ସୁନ୍ଦରଗଡ ଜିଲ୍ଲା ସ୍ଥାନୀୟ ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଶ୍ରୀ ଦାସ କହିଥିଲେ ଏହି ସାମ୍ବାଦିକ ସମ୍ମିଳନୀରେ ଜଗଦିଶ ଖାଡିଙ୍ଗା, ମନୋଜ ନାୟକ, ଚନ୍ତାମଣି ନାୟକ, ରାମଚନ୍ଦ୍ର ନାୟକ ପ୍ରମୁଖ ମଧ୍ୟ ଉପସ୍ଥିତଥିଲେ ।

Comments
Post a Comment