ବୁଲା ଗାଈଗୋରୁଙ୍କ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ


ଲକ୍ଷେ୍ନø, ୨୬/୧୨  : ରାଜ୍ୟରେ ଗୋହତ୍ୟା ରୋକିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ପଦକ୍ଷେପ ନେଇଛନ୍ତି  । ରାସ୍ତାରେ ବୁଲୁଥିବା ବୁଲା ଗାଈଗୋରୁଙ୍କ ଯତ୍ନ ନେବା ପାଇଁ ସେ ତାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ସେହିପରି ରାଜ୍ୟରେ ଥିବା ଚାରଣ ଭୂମିଗୁଡ଼ିକୁ ଜମି ମାଫିଆଙ୍କ କବ୍ଜାରୁ ସୁରକ୍ଷିତ ରଖିବା ପାଇଁ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସହାୟ ଭାବେ ବୁଲୁଥିବା ଗୋରୁଗାଈଗୁଡ଼ିକୁ ଥଇଥାନ କରିବା ନିମନ୍ତେ ୧୬ଟି ନଗର ନିଗମକୁ ୧୦ କୋଟି ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଛି  । ସେହିପରି ଗୋଶାଳା ନିର୍ମାଣ ଲାଗି ୧.୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି  । ସେହିଭଳି ରାଜ୍ୟରେ ଥିବା ଗାଈଗୋରୁଙ୍କୁ ଅବୈଧ ବଧ ଓ ଅବୈଧ କଂସେଇଖାନାଗୁଡ଼ିକ ଉପରେ କଟକଣା ଲଗାଇବା ପାଇଁ ଯୋଗୀ ଆଦିତ୍ୟନାଥ ଆଦେଶରେ ସ୍ପଷ୍ଟ କରିଛନ୍ତି  । ସେହିପରି ବେଆଇନ୍ କଂସେଇଖାନା ମାଲିକଙ୍କ ବିରୁଦ୍ଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି  । ରାଜ୍ୟରେ ଥିବା ବୁଲା ଗାଈଗୋରୁ ଯେଭଳି ସୁରକ୍ଷିତ ରହିବେ ସେଥିଲାଗି ଉଚିତ ପଦକ୍ଷେପ ନେବାଲାଗି ସମସ୍ତ ଜିଲ୍ଲାପାଳ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଭିଡିଓ କନଫରେନ୍ସ୍ର ଜରିଆରେ ନିର୍ଦ୍ଦେଶ ଜାରି କରାଯାଇଛି  ।

Comments