ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରିଡ଼ା ଉତ୍ସବ


ଚଣ୍ଡିଖୋଲ,୨୧/୧୨: ବଡ଼ଚଣା ବ୍ଲକ ଶିକ୍ଷା ମଣ୍ଡଳ ଅଧିନସ୍ଥ ଧାନମଣ୍ଡଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରିଡ଼ା ୁଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମଚନ୍ଦ୍ର ଶୁକ୍ଳଙ୍କ ସଭାପତିତ୍ତ୍ୱରେ ଆୟୋଜିତ ଉତ୍ସବରେ ବଡ଼ଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ପିଲା ମାନଙ୍କର ମାନସିକ, ଶାରିରୀକ ଓ ବୌଦ୍ଧିକ ବିକାଶ ପାଇଁ କ୍ରିଡ଼ା ସାହାର୍ଯ୍ୟ କରିବା ସହିତ ପିଲା ମାନଙ୍କ ମଧ୍ୟରେ ଶୃଙ୍ଖଳା, ଭାଇଚାରା, ଓ ପ୍ରତିଯୋଗିତାର ମନୋବୃତି ଉଦ୍ରେକ କରିଥାଏ । ନିଜର ଚେଷ୍ଟା, କର୍ତ୍ତବ୍ୟନିଷ୍ଠା ଓ ଅଧ୍ୟବସାୟ ଫଳରେ ସଫଳତାର ଶୀର୍ଷରେ ପହଞ୍ଚିଥାଏ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବତନ ସଂପାଦକ ବିଭାସ ଚନ୍ଦ୍ର ନନ୍ଦ, ଧାନମଣ୍ଡଳ ଫାଣ୍ଡି ଅଧିକାରୀ ଅଜୟ ମହାନ୍ତି ସହ ସଂପାଦିକା ରଶ୍ମୀରେଖା ବରାଳ, ସମାଜ ସେବୀ ସୁବୋଧ କୁମାର ଜେନା, କ୍ରୀଡ଼ାବିତ୍ ବାସୁଦେବ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଓ ଦେସାତ୍ମକ ସଙ୍ଗୀତ ଗାନ କରିଥିଲେ । ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା କ୍ରୀଡ଼ା ଉତ୍ସବକୁ ପରିଚାଳନା କରିଥିଲେ । ୧୨ ଟି ବିଭାଗରେ ପ୍ରତିଯୋଗି ମାନେ ନିଜର କ୍ରୀଡ଼ା ନୌପୁଣ୍ୟ ପ୍ରଦର୍ଶନ କରିଥିଲେ

Comments