ପ୍ରୟାଗରାଜ, ୨୯/୧ : ଉତ୍ତରପ୍ରଦେଶ ସରକାର ବିଶ୍ୱର ସବୁଠାରୁ ଦୀର୍ଘତମ ଏକ୍ସପ୍ରେସୱେ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି । ପ୍ରୟାଗରାଜରୁ ମିରଟ ପର୍ଯ୍ୟନ୍ତ ଦୀର୍ଘ ୬ଶହ କି.ମି. ଏକ୍ସପ୍ରେସ୍ ୱେ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେବା ସହ ସମଗ୍ର ଉତ୍ତର ପ୍ରଦେଶରେ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିଛନ୍ତି । ଉକ୍ତ ପ୍ରସ୍ତାବିତ ଏକ୍ସପ୍ରେସ୍ୱେର ନାମ ‘ଗଙ୍ଗା ଏକ୍ସପ୍ରେସୱେ’ ରଖାଯିବ । ଏଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ କ୍ୟାବିନେଟ୍ ସଦସ୍ୟମାନେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ରାମ ମନ୍ଦିର ନ୍ୟାସକୁ ଜମି ଫେରାଇବା ଦାବିକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମର୍ଥନ ଜଣାଇନ୍ତି । ଅଯୋଧ୍ୟାର ବିବାଦୀୟ ଜମି ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ମୋଦି ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ ଉକ୍ତ ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ମାନ୍ୟବର ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି । ତେବେ ୬୭ ଏକର ସରକାରୀ ଜମି ମଧ୍ୟରୁ କେବଳ ୨.୭୭ ଏକର ଜମିକୁ ନେଇ ବିବାଦ ରହିଥିବାବେଳେ ବାକି ଜମିକୁ ନେଇ କୌଣସି ସମସ୍ୟା ନାହିଁ । ଏଣୁ ଏହି ବିବାଦୀୟ ୨.୭୭ ଏକର ଜମି ବ୍ୟତୀତ ଅନ୍ୟ ଜମିଗୁଡ଼ିକ ଉପରେ ସ୍ଥିତାବସ୍ଥା ବଜାୟ ରଖିବାର କୌଣସି ଆବଶ୍ୟକତା ନାହି ଏବଂ ଏଥିରୁ କିଛି ଅଂଶ ରାମ ଜନ୍ମଭୂମି ନ୍ୟାସକୁ ପ୍ରଦାନ କରିବା ପାଇଁ ମୋଦି ସରକାର ଏକ ପିଟିସନ୍ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କ ଠାରୁ ଅନୁମତି ଲୋଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମର୍ଥନ ଓ ସ୍ୱାଗତ କରିଥିବାବେଳେ ରାମଲାଲାଙ୍କ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବାବ୍ରୀ ମସଜିଦ୍ ପକ୍ଷରୁ ଆବେଦନକାରୀ ଇକବାଲ୍ ଅନସାରୀ ମଧ୍ୟ ସ୍ୱାଗତ କରି କହିଛନ୍ତି ଯେ, ସୁପ୍ରିମ୍କୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଥିବା ପିଟିସନ୍ ନେଇ ତାଙ୍କର କୌଣସି ଆପତ୍ତି ନାହିଁ । ଦେଶର ସ୍ଥିତିକୁ ଦେଖି ସରକାର ଏଭଳି ପଦକ୍ଷେପ ନିଅନ୍ତୁ ତାହାଦ୍ୱାରା ଯେଭଳି ହିନ୍ଦୁ ଓ ମୁସଲମାନ ସମସ୍ତେ ଖୁସିବ୍ୟକ୍ତ କରିବେ ।

Comments
Post a Comment