ଅଲିଗଡ଼, ୨୯/୧ : ଦେଶ ବିରୁଦ୍ଧରେ ସର୍ବଦା ବିଷ ଓଗାଳୁଥିବା ପୂର୍ବତନ କ୍ରିକେଟ୍ର ତଥା ବର୍ତ୍ତମାନ ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ, ବଲିଉଡ୍ର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା ଓ ଅମୀର ଖାନଙ୍କ ତୁଳନା ରାଜା ଜୟଚନ୍ଦ୍ର ଓ ବଙ୍ଗଳାର ନବାବ ମୀର ଜାଫରଙ୍କ ସହିତ କରି ସେମାନଙ୍କୁ ‘ଦେଶଦ୍ରୋହୀ’ ବୋଲି ସମାଲୋଚନା କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ୨୬/୧୧ରେ ମୁମ୍ବାଇରେ ଆତଙ୍କୀ ହମଲା କରି ଫାଶୀ ପାଇଥିବା ଅଜମଲ କସାବ ଭଳି ମୁସଲିମ ଯୁବକଙ୍କ ଦେଶକୁ ଆବଶ୍ୟକତା ନାହିଁ । ସେହଭଳି ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଖଳନାୟକ ୟାକୁବ ମେନନ ଓ ଦେଶ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିବା ଇଶରାଜ ଜହାଁଙ୍କୁ ଅନୁକରଣ ନ କରିବା ପାଇଁ ସେ ମୁସଲିମ ଯୁବକମାନଙ୍କୁ ଚେତାବନୀ ଦେଇଥିଲେ । ଅନ୍ୟଥା ସେମାନଙ୍କୁ ‘ଦେଶଦ୍ରୋହୀ’ ଭାବେ ପରିଗଣିତ ହେବେ ବୋଲି ସେ କହିଛନ୍ତି । ଅପିତୁ ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିଥିବା ଓ ଅଗ୍ନି କ୍ଷେପଣାସ୍ତ୍ରର ଜନକ ତଥା ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏ.ପି.ଜେ ଅବଦୁଲ କଲାମଙ୍କୁ ନିଜର ଆଦର୍ଶ ଭାବେ ମନେ କରି ତାଙ୍କ ମାର୍ଗକୁ ଅନୁକରଣ କରିବା ପାଇଁ ଇନ୍ଦ୍ରେଶ କୁମାର ପରାମର୍ଶ ଦେଇଛନ୍ତି ।

Comments
Post a Comment