ଭଦ୍ରକ,୧୭ା୧: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘର ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆଶାକର୍ମୀ ସଂଘର ସଭାନେତ୍ରୀ କନକଲତା ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ରାଉତ ତାଙ୍କ ବକ୍ତବ୍ୟରେ କହିଥିଲେ କି ରାଜ୍ୟ ସଂଗଠନ ଓ ଅଖିଳ ଭାରତୀୟ ଆଶାକର୍ମୀ ମହାସଂଘର ନିଷ୍ପତ୍ତି ଅନୁଯାୟୀ ଆଗାମୀ ଜାନୁଆରୀ ୩୧ ତାରିଖ ଦିନ ସମଗ୍ର ଭାରତର ଆଶାକର୍ମୀମାନେ ନିଜ ନିଜ ରାଜ୍ୟ ଅଧିନରେ ଥିବା ଜିଲ୍ଲାମାନଙ୍କରେ ଏକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କରାଯିବ । ଏହା ପରେ ଆସନ୍ତା ଫେବୃଆରୀ ମାସ ୨୮ ତାରିଖ ଦିନ ବିଧାନସଭା ନିକଟରେ ଆନ୍ଦୋଳନ କରାଯିବ । ଏଣୁ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସମସ୍ତଙ୍କୁ କହିଥିଲେ । ଜିଲ୍ଲାର ଉପସଭାନେତ୍ରୀ କନକଲତା ବିଶ୍ୱାଳ କହିଥିଲେ ଆଶାମାନେ ଦିନର ଯେକୌଣସି ସମୟରେ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ କରାଇବାକୁ ପଛାଉ ନାହାନ୍ତି । ଦିନକୁ ଦିନ ପାଣି ଛଡାଇ ରାତି ନାହିଁ ଦିନ ନାହିଁ ଖରା ନାହିଁ ବର୍ଷା ନାହିଁ ସବୁ ବେଳେ କାମରେ ଲାଗିଥାଆନ୍ତି । କିନ୍ତୁ ସରକାର ଏ ସବୁ ସତ୍ତେ୍ୱ ଆଶାମାନଙ୍କର ପେଟକୁ ଠିକ୍ ଭାବେ ଦାନା ଦେଉ ନାହାନ୍ତି । ଯାହା ବି ଘୋଷଣା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ମିଳୁ ନାହିଁ । ଏହାକୁ ପ୍ରତିବାଦ କରି ଆପଣମାନେ ସମସ୍ତେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅନୁରୋଧ । ଉକ୍ତ ସଭାରେ ଧାମନଗର ବ୍ଲକରୁ ଆରତୀ ପଣ୍ଡା, ନିରୁପମା ପତ୍ରୀ, ସ୍ୱର୍ଣ୍ଣଲତା ମଲିକ, ଲକ୍ଷ୍ମୀପ୍ରିୟା ବାରିକ, ସୁଲୋଚନା ଯେନା, ରଞ୍ଜିତା ନାୟକ, ବନ୍ତ ବ୍ଳକରୁ- ପ୍ରଭାତୀ ମହୁରୀ, କନକ ଲତା ଯେନା, ମଞ୍ଜୁଲତା ସାହୁ, ରଞ୍ଜିତା ପଣ୍ଡା, ପାର୍ବତୀ ଖଣ୍ଡା, ଭଦ୍ରକ ବ୍ଳକ- ମୃଗତୃଷ୍ଣା ପଟ୍ଟନାୟକ, ମଙ୍ଗିଲତା ସାହୁ, ସ୍ନେହଲତା ଦେହୁରୀ, ଶର୍ମିଳା ପରିଡା, କମଳା ପାତ୍ର, ସ୍ୱର୍ଣ୍ଣଲତା ପରିଡା, କମଳା ଯେନ. ଜୟନ୍ତୀ ଦାସ, ପୁଷ୍ପଲତା ଲେଙ୍କା, ରଞ୍ଜିତା ନାୟକ, କବିତା ସ୍ୱାଇଁ, ରଞ୍ଜୁକ୍ତା ଯେନା, ଜୟନ୍ତୀ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Comments
Post a Comment