୨୫୦ କୋଟି ବର୍ଷ ପୂର୍ବେ ଥିଲା ଭାରତରେ ଜୀବନ


ଖଡ଼ଗପୁର, ୨୧/୧  : ଆଇଆଇଟି ଖଡ଼ଗପୁର ଗବେଷକଙ୍କୁ ୨୫୦ କୋଟି ବର୍ଷ ପୂର୍ବେ ଭାରତରେ ଜୀବନ ଥିବା ପ୍ରମାଣ ମିଳିଛି  । ପୃଥିବୀ ପୃଷ୍ଠରେ ଜୈବ-ରାସାୟନିକ ପରିବର୍ତ୍ତନ ହେତୁ ଧରାପୃଷ୍ଠରେ ଅମ୍ଲଜାନ ଗ୍ୟାସ ଉତ୍ପନ୍ନ ହୋଇଥିଲା  । ୨୪୦ କୋଟି ବର୍ଷ ପୂର୍ବେ ଏହି ପ୍ରକ୍ରିୟା ପରେ ପୃଥିବୀ ପୃଷ୍ଠରେ ଜୀବଜନ୍ତୁଙ୍କ ଜନ୍ମ ହୋଇଥିଲା  । ‘ଗ୍ରେଟ୍ ଅକ୍ସଡାଇସନ୍ ଇଭେଣ୍ଟ’ ନାମରେ ପରିଚିତ ଏହି ତଥ୍ୟକୁ ଭିତ୍ତି କରି ପୃଥିବୀ ପୃଷ୍ଠରେ ୨୪୦ କୋଟି ବର୍ଷ ପୂର୍ବେ ପ୍ରାଣ ସଞ୍ଚାର ହୋଇଥିଲା ବୋଲି ବିଶ୍ୱାସ କରାଯାଏ  । ଅନ୍ୟପଟେ ଆଇଆଇଟି ଖଡ଼ପପୁରର ବିଶେଷଜ୍ଞଙ୍କ ତଥ୍ୟାନୁଯାୟୀ, ୨୫୦ କୋଟି ବର୍ଷ ପୂର୍ବେ ଭାରତ ପୃଷ୍ଠରେ ଜୀବିତ ପ୍ରାଣୀଙ୍କ ଚଳପ୍ରଚଳ ଥିଲା ବୋଲି ପ୍ରମାଣିତ ହୋଇଛି  । ପୃଥିବୀ ପୃଷ୍ଠରେ ସର୍ବପ୍ରଥମେ ଜୀବାଣୁଙ୍କ ଉତ୍ପନ୍ନ ହୋଇଥିବା ପ୍ରମାଣ ମିଳିଥିବାବେଳେ ଦକ୍ଷିଣ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ପୃଥିବୀର ସର୍ବପ୍ରଥମ ଜୀବାଣୁର ଆବିର୍ଭାବ ହୋଇଥିବା ଆଇଆଇଟି ଗବେଷକଙ୍କୁ ପ୍ରମାଣ ମିଳିଛି  । ଗବେଷକଙ୍କ ଏଭଳି ତଥ୍ୟ ଭୂ-ବିଜ୍ଞାନୀ ଓ ମୃତ୍ତିକା ବିଶେଷଜ୍ଞଙ୍କୁ ଚକିତ କରିଦେଇଛି  । ଗବେଷକଙ୍କୁ ଏହି ବ୍ୟାକ୍ଟେରିଆଙ୍କ ସୁରାକ ସେହି ସମୟରେ ମିଳିଛି ଯେଉଁ ସମୟରେ ପୃଥିବୀପୃଷ୍ଠ କ୍ରମାଗତ ଭୂମିକମ୍ପ ଓ ଅନିୟମିତ ବାତାବରଣ ପରିବର୍ତ୍ତନ ଜାରି ରହିଥିଲା  ।

Comments