ସମ୍ବଲପୁର,୨୨ା୧ : ଗୋ ବଂଶ ଦିନକୁ ଦିନ ଲୋପ ପାଇବାକୁ ବସିଛି । ଗୋ ମାଂସ ପାଇଁ ଗାଈ, ଗୋରୁଙ୍କୁ ହତ୍ୟା କରାଯାଉଛି । ବିଶେଷ ଭାବେ ସମ୍ବଲପୁର ଦେଇ ପଶ୍ଚିମବଙ୍ଗର କୋଲକାତାକୁ ଗୋ ଚାଲାଣ ହେଉଛି । ଏଥିସହ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ହତ୍ୟା କରାଯାଇ ଜିଲ୍ଲା ତଥା ଜିଲ୍ଲା ବାହାରକୁ ରପ୍ତାନି କରାଯାଉଛି । ବିଭିନ୍ନ ସମୟରେ ଅବାଧ ଗୋ ଚାଲାଣ ଓ ଗୋ ମାଂସ ବିକ୍ରୀକୁ ନେଇ ବଜରଙ୍ଗ ଦଳ ପକ୍ଷରୁ ଚଢଉ କରାଯାଇ ନିରିହ ପ୍ରାଣୀର ଜୀବନ ରକ୍ଷା କରାଯାଉଛି । ତେବେ ଏସବୁ ପଶୁକୁ ରଖିବା ପାଇଁ ଗୋଶାଳା ବ୍ୟବସ୍ଥା କରିବାକୁ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ବୁଲା ଗାଈ ଗୋରୁଙ୍କ ପାଇଁ ରହିଥିବା କାଞ୍ଜିଆ ହାଉସ୍ ବନ୍ଦ ହୋଇ ପଡିଛି । ତେଣୁ ରାଜପଥ ଉପରେ ବୁଲା ଗାଈ ଗୋରୁ ମାନେ ରହୁଛନ୍ତି । ଫଳରେ ଟ୍ରାଫିକ୍ ସମସ୍ୟା ଦେଖା ଯାଉଛି । ଜିଲ୍ଲାରେ ସମସ୍ତ ଗୋଚର ଜମିକୁ ଜମି ମାଫିଆ ମାନେ ହଡପ୍ କରିଥିବା ବେଳେ ଏହାକୁ ଚିହ୍ନଟ କରିବା ଉଚିତ୍ । ଗତ କିଛି ମାସ ହେବ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି । ହତ୍ୟା, ଡକାୟତି, ଗୁଣ୍ଡାରାଜ, ଲୁଟ୍ତରାଜ ବଢିବାରେ ଚାଲିଛି । ସେହିପରି ନିଶା ବଟିକା, କଫ ସିରଫ, ଦେଶୀ ଓ ବିଦେଶୀ ମଦ, ଅବାଧ କାରବାର ହେଉଛି । ଜୁଆ ଆଡ୍ଡା, ସଟ୍ଟା ଖେଳ ଚାଲୁଛି । ଏହା ଦ୍ୱାରା ଯୁବ ସମାଜ ଉପରେ କୁପ୍ରଭାବ ପଡୁଛି । ନିଶା ସେବନ କରି ଯୁବକ ମାନେ ଅଜାଣତରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏସବୁ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବଜରଙ୍ଗ ଦଳ ପକ୍ଷରୁ ଏକ ୩ଦଫା ସମ୍ବଳିତ ଦାବିପତ୍ର ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଞ୍ଜିବ କୁମାର ଅରୋରାଙ୍କୁ ପ୍ରଦାନ କରାଯାଇଛି । ପ୍ରଥମେ ବଜରଙ୍ଗ ଦଳରେ କର୍ମକର୍ତ୍ତାମାନେ ପ୍ରାନ୍ତ ସଂଯୋଜକ ସୁଧିର ରଞ୍ଜନ ବହିଦାରଙ୍କ ନେତୃତ୍ୱରେ ବୃକ୍ସହିଲ୍ସ ହନୁମାନ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଥିଲେ । ସେମାନେ ଲକ୍ଷ୍ମୀ ଟକିଜ, ଗୋଲବଜାର, ସେନପାର୍କ, ଶକ୍ତିଛକ ଦେଇ ସହର ପରିକ୍ରମା କରିବା ପରେ ଦାବୀପତ୍ର ପ୍ରଦାନ କରିଥିଲେ ।

Comments
Post a Comment