ଗୁରୁବାର ଦିନ ୧୨ ଘଂଟିଆ କେନ୍ଦ୍ରାପଡା ବନ୍ଦ

କେନ୍ଦ୍ରାପଡାରେ ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ  ଜୟନ୍ତୀ ପାଳନକୁ ମୁସଲମାନଙ୍କ ବିରୋଧ
ଏହାର ପ୍ରତିବାଦରେ ଗୁରୁବାର ଦିନ ୧୨ ଘଂଟିଆ କେନ୍ଦ୍ରାପଡା ବନ୍ଦ ଡାକରା
କେନ୍ଦ୍ରପଡା,୨୩/୧: କେନ୍ଦ୍ରାପଡାରେ ନେତାଜୀ ସୁବାଷ ବୋଷ  ଓ ବୀର ସୁରେନ୍ଦ୍ର ସାଏ  ଜୟନ୍ତୀ ପାଳନକୁ ମୁସଲମାନ ସଂପ୍ରଦାୟର ବିରୋଧ ଯୋଗୁଁ କେନ୍ଦ୍ରାପଡାବାସୀ ଏହି ଦୁଇ ବରପୁତ୍ରଙ୍କ ଜୟନ୍ତୀ ପାଳନ କରିବାରୁ ବଂଚିତ ହୋଇଛନ୍ତି । ସ୍ଥାନୀୟ ମୁସଲମାନମାନଙ୍କ ଏଭଳି କୁକୃତ୍ୟପାଇଁ ତଥା ସେମାନଙ୍କୁ ପୋଲିସ ପ୍ରଶାସନର ସହାୟତା ଦେଉଥିବାରୁ ତାର ପ୍ରତିବାଦ କରି ରାଷ୍ଟ୍ରୀୟ ସୁରକ୍ଷା ସମିତି, କେନ୍ଦ୍ରାପଡା, କେନ୍ଦାପଡା ବୁଦ୍ଧିଜୀବୀ ମଂଚ ଓ କେନ୍ଦ୍ରାପଡା ବାସୀଙ୍କ ତରଫରୁ ଆସନ୍ତା କାଲି ୨୪ତାରିଖ ସକାଳ ୬ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ  କେନ୍ଦ୍ରାପଡା ବନ୍ଦ କରାଯିବ ବୋଲି ବିଶିଷ୍ଟ ଆଇନଜୀବୀ ତଥା ରାଷ୍ଟ୍ରୀୟ ସୁରକ୍ଷା ସମିତିର ସଭାପତି ଶ୍ରୀ ସଂଜୟ କୁମାର ପତ୍ରୀ ପ୍ରକାଶ କରିଛନ୍ତି ।
ଶ୍ରୀ ପତ୍ରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେନ୍ଦ୍ରାପଡା ତରଫରୁ  ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ  ଜୟନ୍ତୀ ପାଳନ କରାଯାଉଥିଲା । ଏହି ଅବସରରେ ସାନ୍ତସାହୀ ସରସ୍ୱତୀ ଶିଶୁ ମନ୍ଦିର ନିକଟରୁ ସ୍ୱୟଂସେବକମାନଙ୍କର ଏକ ପଥ ସଂଚଳନ ବାହାରି କେନ୍ଦ୍ରାପଡା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ସ୍ଥଳୀକୁ ଯାଇଥାନ୍ତା । ସେଠାରେ ସ୍ୱୟଂସେବକ ତଥା ହଜାର ହଜାର ଜନତା ଓଡିଶାର ଦୁଇ ବରପୁତ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥାନ୍ତେ । କିନ୍ତୁ ଏଥିରେ ସ୍ଥାନୀୟ ମୁସଲମାନମାନେ ପ୍ରତିବନ୍ଧକ ସୃଷ୍ଟି କରି ଏହି କାର୍ଯ୍ୟକ୍ରମ କରାଇ ଦେଲେ ନାହିଁ । ମୁସଲମାନ ଯୁବକମାନେ ହାତରେ ଲାଠି ଓ ବାଉଁଶ ଧରି ସ୍ୱୟଂସେବକମାନଙ୍କ ଉପରେ ଆକ୍ରମଣ କରିଥିଲେ । ପୋଲିସ ପ୍ରଶାସନର ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ମୁସଲମାନ ଗୁଣ୍ଡାମାନଙ୍କୁ ଅଟକାଇ ନଥିଲେ,ନିରବଦ୍ରଷ୍ଟା ସାଜିଥିଲେ । ଓଡିଶାର ବରପୁତ୍ରମାନଙ୍କ ଜୟନ୍ତୀ ପାଳନକୁ କେନ୍ଦ୍ରାପଡାର ମୁସଲମାନ ବନ୍ଦ କରିବା ଘୋର ଅପମାନ ଅଟେ । ଏଥିପାଇଁ କେନ୍ଦ୍ରାପଡାବାସୀ କ୍ଷୁବ୍ଧ ଅଛନ୍ତି । ଏହି ଅପମାନ କେବଳ ଓଡିଶାର ବରପୁତ୍ରମାନଙ୍କୁ ନୁହେଁ ଏହି ଅପମାନ ଭାରତୀୟ ସମାଜ ପ୍ରତି, ଭାରତୀୟ ଅସ୍ମିତା ପ୍ରତି । ଏହାର ପ୍ରତିବାଦ ସ୍ୱରୂପ ରାଷ୍ଟ୍ରୀୟ ସୁରକ୍ଷା ସମିତି, କେନ୍ଦ୍ରାପଡା ତରଫରୁ ଗୁରୁବାର ଦିନ ୧୨ ଘଂଟିଆ କେନ୍ଦ୍ରାପଡା ଜିଲ୍ଲା ବନ୍ଦ ପାଳନ କରାଯିବ । ଏଥିପାଇଁ ସମସ୍ତ କେନ୍ଦ୍ରାପଡା ବାସୀ ସହଯୋଗ କରିବାକୁ ଅନୁରୋଧ ।

Comments