ମାର୍ଶାଘାଇ,୨୪ ।୧: କେନ୍ଦ୍ରାପଡାରେ ବୁଧବାର ନେତାଜୀ ଜୟନ୍ତୀ ପାଳନ କାର୍ଯ୍ୟକ୍ରମକୁ ନେଇ ଉପୁଜିଥିବା ଅପ୍ରିତିକର ପରିସ୍ଥିତି ପ୍ରତିବାଦରେ ଗୁରୁବାର ୧୨ ଘଂଟିଆ କେନ୍ଦ୍ରାପଡା ବନ୍ଦ ପାଳନ ଅବସରରେ ମାର୍ଶାଘାଇ ଅଂଚଳରେ ବନ୍ଦ ପାଳନର ପ୍ରଭାବ ପଡିଛି । ମାର୍ଶାଘାଇ ବଜାର,ଶିଳିପୁର ଛକ,ମାର୍ଶାଘାଇ କ୍ରସିଂ,ବାଲଣା ଗଡା,ନେମ୍ବରାଛକ,ନଳଦିଆ ଏବଂ ବେଲାର ନୂଆଗାଁ ଛକରେ ସ୍ୱୟଂସେବକମାନେ ରାସ୍ତା ବନ୍ଦ କରିଥିଲେ । ମାର୍ଶାଘାଇ ବ୍ଲକ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ଶତାଧିକ ସ୍ୱୟଂସେବକ ଜୁଣଛକ, କଲେଜଛକ, ବଜାର, ଲକ୍ଛକ, ବନମାଳୀ ଛକର ଦୋକାନ ବଜାର ବନ୍ଦ କରିବା ପାଇଁ ଅନୁରୋଧ କରିବା ସହିତ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ । ସଂପୂର୍ଣ୍ଣ ରୂପେ ମାର୍ଶାଘାଇ ବଜାର ବନ୍ଦ ରହିଥିଲା । ମାର୍ଶାଘାଇ ସମିତି ସଭ୍ୟ ନିଗମ ପ୍ରସାଦ ରଥ, ମଣିକୁଣ୍ଡା ସମିତି ସଭ୍ୟ ଜ୍ଞାନରଂଜନ ବସନ୍ତିଆଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଜମ୍ବୁ-ମାର୍ଶାଘାଇ ରାସ୍ତାର ବାଲଣା ଗଡାଠାରେ ଇଂ ପ୍ରକାଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇ ବନ୍ଦ ପାଳନ କରାଯାଇଥିଲା । ଫଳରେ ମହାକାଳପଡା, ଜମ୍ବୁ, ଛପାଲି,ରାମନଗର ପ୍ରଭୃତି ଅଂଚଳକୁ ଯାତାୟତ କରୁଥିବା ବହୁ ଯାନବାହନ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକିରହିଥିଲା । କେନ୍ଦ୍ରାପଡା-ଓରତ ରାସ୍ତାର ନେମ୍ବରା ଛକରେ ସ୍ୱୟଂସେବକମାନେ ରାସ୍ତାରୋକ କରିଥିଲେ । ଫଳରେ ଓରତ, ବିଜୟନଗର, ବଢିଅ, ବାବର, ଜଗତଜୋର ଆଦି ଅଞ୍ଚଳକୁ ଗାଡି ଯାତାୟତ ବନ୍ଦ ରହିଥିଲା । ଜାତୀୟ ରାଜପଥର ଶିଳିପୁର ଛକ, ମାର୍ଶାଘାଇ କ୍ରସିଂ, ହଜାରୀ ଛକ, ନଳଦିଆ ଗଡା, ବେଲାର ନୂଆଗାଁ ଛକରେ ଟାୟାର ଜାଳି ସ୍ଥାନୀୟ ଜନସାଧାରଣ ରାସ୍ତାରୋକ କରିଥିଲେ ।ସମସ୍ତ ସ୍ଥାନରେ ସ୍ଥାନୀୟ ଲୋକମାନଙ୍କର ଅଦ୍ଭୁତପୂର୍ବ ସମର୍ଥନ ଦେଖିବାକୁ ମିଳିଥିଲା । ।

Comments
Post a Comment