ଏବେ ସାଧୁସନ୍ଥଙ୍କୁ ମଧ୍ୟ ମିଳିବ ପେନସନ୍ : ଯୋଗୀ ଆଦିତ୍ୟନାଥ


ଲକ୍ଷେ୍ନø, ୨୧/୧  : ଏବେ ସାଧୁସନ୍ଥମାନଙ୍କୁ ମଧ୍ୟ ପେନସନ୍ ମିଳିବ ବୋଲି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି  । ସମ୍ପ୍ରତି ପ୍ରୟାଗରାଜ ଠାରେ ଚାଲିଥିବା ଅର୍ଦ୍ଧକୁମ୍ଭରେ ଦେଶ ତଥା ଦେଶ ବାହାରୁ ଲକ୍ଷ ଲକ୍ଷ ସାଧୁ ଯୋଗ ଦେଇଛନ୍ତି  । ତେବେ ହିନ୍ଦୁ ଧର୍ମରୁ ଯେଉଁ ସାଧୁମାନଙ୍କ ବୟସ ୬୦ ବର୍ଷରୁ ଊଦ୍ଧ୍ୱର୍ ସେମାନଙ୍କୁ ଏହି ପେନସନ୍ ମିଳିବ ଏବଂ ରଜ୍ୟ ପେନସନ ଯୋଜନା ଅଧୀନରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ଭତ୍ତା ଭଳି ଏହି ଅର୍ଥକୁ ମଧ୍ୟ ସାଧୁସନ୍ଥମାନଙ୍କୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି  । ଏହି ମର୍ମରେ ସମଗ୍ର ରାଜ୍ୟରେଜାନୁୟାରୀ ୩୦ ସୁଦ୍ଧା ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ସାଧୁମାନଙ୍କ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ  । ଏହି କ୍ୟାମ୍ପ ଜରିଅ୍ରାରେ ସାଧୁମାନେ ସେମାନଙ୍କ ନାମ ପେନସନ୍ ପାଇଁ ପଞ୍ଜୀକୃତ କରିପାରିବେ ବୋଲି ସେ କହିଛନ୍ତି  । ପୂର୍ବରୁ ରାଜ୍ୟର ସମସ୍ତ ଗରିବ ଓ ଅସହାୟ ଲୋକ(ମହିଳା ଓ ଦିବ୍ୟାଙ୍ଗ)ଙ୍କୁ ମାସିକ ଭତ୍ତା ବାବଦକୁ ୪ଶହ ଟଙ୍କା ଦିଆଯାଉଥିବାବେଳେ ଏବେ ଏହାକୁ ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି  । ତେବେ ଏହି ଯୋଜନାରେ କେବଳ ହିନ୍ଦୁ ସାଧୁମାନଙ୍କୁ ପେନସନ୍ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି  ।

Comments