କାନପୁର(ଭିଏସ୍କେ),୨୬/୧ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡଃ ମୋହନ ରାଓ ଭାଗବତ ନାରାୟଣ ଗ୍ରୁଫ୍ ଅଫ ଇଷ୍ଟିଚ୍ୟୁସନ ପନକିରରେ ‘ଗଣତନ୍ତ୍ର ଦିବସ’ର ଉପଲକ୍ଷେ ରାଷ୍ଟ୍ରୀୟ ଧ୍ୱଜ ଉତ୍ତୋଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟର ଆଚାର୍ଯ୍ୟ ଏବଂ ଛାତ୍ରଙ୍କୁ ସମ୍ବୋଧନ କରିବା ଅବସରରେ ସେ କହିଲେ ଯେ ଆମର ରାଷ୍ଟ୍ରଧ୍ୱଜ ସ୍ଫୁର୍ତି ଏବଂ ପ୍ରେରଣାର ପ୍ରତୀକ ଅଟେ । ଏହାର ମଝିରେ ଥିବା ଚକ୍ର ‘ଧର୍ମଚକ୍ର’ ଅଟେ । ଧର୍ମ କେବଳ ପୂଜାପଦ୍ଧତି ନୁହେଁ ପୂଜା ଧର୍ମର ଏକ ଅଂଶ ମାତ୍ର ହୋଇପାରେ । ଧର୍ମ ସମସ୍ତଙ୍କୁ ଯୋଡିଥାଏ ଏବଂ ସର୍ବସମାଜର ଭୋ÷ତିକ ଏବଂ ମାନସିକ ଉନ୍ନତିର ମାର୍ଗ ପ୍ରଶସ୍ତ କରେ ଏବଂ ସର୍ବମଙ୍ଗଳକାରୀ ସମାଜକୁ ଧାରଣ କରିଥାଏ । ଶୀର୍ଷରେ ସ୍ଥାପିତ ଗୈରିକ ରଂଗ ତ୍ୟାଗ,ସତତ କର୍ମର ସଂଦେଶ ଦିଏ । ଏହା ଆମର ପ୍ରକୃତି ଗୈରିକ ରଙ୍ଗକୁ ଆମେ ବନ୍ଦନା କରୁ । ଧ୍ୱଜର ମଧ୍ୟଭାଗର ଶ୍ୱେତରଂଗ ଶାନ୍ତି, ଶାନ୍ତ ମାନବତା ଏବଂ ତନମନର ପବିତ୍ରତା ଯାହା ଆମ ଦେଶରେ ସନାତନ କାଳରୁ ଚଳିଆସୁଥିବା ପ୍ରତୀକ ଅଟେ । ସବୁଜ ରଂଗ ଲକ୍ଷ୍ମୀଙ୍କ ରଙ୍ଗ ଯାହା ସମୃଦ୍ଧିର ପ୍ରତୀକ । ମନ, ବୁଦ୍ଧିର ସମୃଦ୍ଧି ସଂଗେ ସଂଗେ କ୍ରୋଧ, ତୃଷ୍ଣା, ମଦମତ ଭାବକୁ ତ୍ୟାଗ କରିବା ଦରକାର । ଏ ସମସ୍ତ ସଂଦେଶକୁ ଆମେ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନିଆସିଛୁ । ଆମେ କାହାରି ଅଶୁଭ ହେବାର କାମନା କରୁନା, ସମସ୍ତେ ସୁଖି ହୁଅନ୍ତୁ ଏହାହିଁ କାମନା କରୁ । ‘ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସ୍ୟନ୍ତୁ ନିରାମୟାଃ ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମାଃ କଶ୍ଚିତ ଦୁଃଖ ଭାଗଭବେତ୍-ଏହା ଆମର ଧୈର୍ଯ୍ୟ । ଶାନ୍ତି ଓ ସଦ୍ଗୁଣକୁ ସମାପ୍ତ କରିବା ଲାଗି ରାଷ୍ଟ୍ରବିରୋଧୀ ଶକ୍ତିମାନଙ୍କୁ ପରାଜିତ କରିବାର କ୍ଷମତା ଭାରତର ରହିଛି । ଭବିଷ୍ୟତରେ ଆମେ ବ୍ୟକ୍ତିବ୍ୟକ୍ତିର ଜୀବନକୁ ଶ୍ରେଷ୍ଠ କରି ଭାରତକୁ ବିଶ୍ୱଗୁରୁ ରୂପେ ସ୍ଥାପନ କରି ସଂପୂର୍ଣ୍ଣ ବିଶ୍ୱକୁ ଶ୍ରେଷ୍ଠ କରିବାର ସଂକଳ୍ପ ଆଜି ଦିନରେ ନେଇଛୁ । ସରସଂଘଚାଳକ ମୋହନ ଭଗବତ କହିଲେ ଯେ ଆମେ ଗଣରାଜ୍ୟ ଦିବସକୁ କେବେ ଭୁଲି ପାରିବା ନାହିଁ । ଶତାଧିକ ବର୍ଷର ପରାଧୀନ ପରେ ଆମେ ସ୍ୱାଧୀନତା ପାଇଛୁ । କେବଳ ମାତ୍ର ରାଜନୈତିକ ସ୍ୱାଧୀନତା ନୁହେଁ ବରଂ ସାମାଜିକ,ଆର୍ଥିକ,ସ୍ୱତନ୍ତ୍ରତାର ଆମକୁ ଗଣରାଜ୍ୟ ଦିବସ ଯୋଗୁଁ ହି ମିଳିଛି । ଆଜି ଦେଶର ଶିଶୁ, ବୃଦ୍ଧ, ମହିଳାଙ୍କ ସମସ୍ତଙ୍କ ପାଇଁ ଆନନ୍ଦର ଦିନ । ଆଜି ଦିନରେ ଆମେ ସ୍ମରଣ କରିବା ଦରକାର କି ଆମକୁ ଏକହେବାର ଅଛି । ଏଥିପାଇଁ ନୁହେଁ କି ଆମେ ଅନେକ ଅଟୁ ସବୁବେଳେ ଏକ ରହିଛୁ, ଆମେ ସମସ୍ତେ ଭାରତମାତାର ପୁତ୍ର ସନ୍ତାନ ଅଟୁ । ଆମେ ଆମର ପୂର୍ବଜଙ୍କ ସନ୍ତାନ ସଂନ୍ତତି ଅଟୁ । ବାହ୍ୟ ବିବିଧତା ଆମର ସନାତନ ଏକତାର ଅଭିବ୍ୟକ୍ତି ମାତ୍ର । ଜାତି,ଜନ୍ମ,ପୂଜାର ଭେଦଭାବର ଉଦ୍ଧ୍ୱର୍ରୁ ଆମେ ସମସ୍ତେ ଭାଇ-ଭଉଣୀ ଅଟୁ । ରାଷ୍ଟ୍ରଧ୍ୱଜ ଆମର ମାର୍ଗଦର୍ଶକ ଏବଂ ପ୍ରେରଣାର ସ୍ରୋତ ।

Comments
Post a Comment