ଭାରତୀୟ ମଜଦୁର ସଙ୍ଘର ଓ ଆଶା କର୍ମୀଙ୍କ ଜିଲ୍ଲା ସମ୍ମିଳନୀ


କୋରାଇ,(ଭିସାକିଓ): ଭାରତୀୟ ମଜଦୁର ସଙ୍ଘ (ବିଏମଏମ)ପକ୍ଷାରୁ ଜିଲ୍ଲା ସମ୍ମିଳନୀ ଓ ଆଶା କର୍ମିଙ୍କ ଜିଲ୍ଲା ସମ୍ମୀଳନୀ ପାଣିକୋଇଲିସ୍ଥିତ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ବିଏମଏସର ରାଜ୍ୟ ଡେପୁଟି ସାଧାରଣ ସମ୍ପାଦକ ତଥା ଆଶ କର୍ମି ସଙ୍ଘର ରାଜ୍ୟ ଇନଚାର୍ଯ୍ୟ ଶାନ୍ତନୁ କୁମାର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ । ଜିଲ୍ଲା ସମ୍ପାଦକ ପ୍ରଫୁଲ୍ଲ କୁମାର ଜେନାଙ୍କ ସଂଚାଳନାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଓଡିଶା ରାଜ୍ୟ ଆକାକର୍ମି ସଭାନେତ୍ରୀ କମଳା ବେହେରା, ଉପସଭାପତି ପୁରୁଷୋତମ ମହାପାତ୍ର କୋଷାଧ୍ରକ୍ଷ ମମତା ମହାନ୍ତ୍ି ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କ ସମସ୍ୟା ଓ ରାଜ୍ୟରେ ସେମାନଙ୍କ ପ୍ରତି କରାଯାଉଥିବା ଅବିଚାର ସର୍ମ୍ପକରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଆଲୋକପାତ କରିଥିଲେ । ଶେଷରେ ସଙ୍ଗଠନ ସମ୍ପାଦକ ବଟକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଏମସିର ଯାଜପୁର ଶାଖା ଓ ଆଶା କର୍ମି ସଙ୍ଗଠନର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଏମସିର ଜିଲ୍ଲା ସଭାପତି ଭାବେ ବଟକୃଷ୍ଣ ସାହୁ, ଉପସଭାପତି ତପନ କୁମାର ନନ୍ଦ, ପୁଷ୍ପା ରାଉତ, ନଟବର ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ ଜେନା, ସହସମ୍ପାଦକ ପୁରୁଷୋତମ ଜେନା, ସଙ୍ଗଠନ ସମ୍ପାଦକ ଶ୍ରୀକାନ୍ତ ପାଳ, କୋଷାଧ୍ୟକ୍ଷ ସୁରେନ୍ଦ୍ର ସର ଓ କାର୍ଯ୍ୟକାରୀ କମିଟିର ସଦସ୍ୟଭାବେ ନାରାୟଣ ସାମଲ, ବିନୋଦ ସୁତାର, ପ୍ରମୋଦ ସାମଲ, ରବିନ୍ଦ୍ର ମଣ୍ଡଳ, ଗିରିମାରିକା ମହାନ୍ତି, ସୁରେନ୍ଦ୍ର ଦାସ, ଭାସ୍କର ସାହୁ ପ୍ରମୁଖ ନିର୍ବାଚିତ ହୋଇଥବବା ବେଳେ ଆଶା କର୍ମି ସଙ୍ଘର ଜିଲ୍ଲା ସଭାନେତ୍ରୀ ସୁରମାରାଣୀ କର, କାର୍ଯ୍ୟକାରୀ ସଭାନେତ୍ରୀ ଭାନୁମତୀ ରାଜ, ଉପସଭାନେତ୍ରେୀ ରସ୍ତିତା ଦାସ, ସୀତା ବେହୁର. ସମ୍ପାଦିକା ପୁଷ୍ପା ରାଉତ, ସହ ସମ୍ପାଦିକା ସବିତା ପଣ୍ଡା, ମଇନା ନାୟକ, କଳ୍ପନା ପଣ୍ଡା, କୋଷାଧ୍ୟକ୍ଷ ଡାଳିମ୍ବ ମହାନ୍ତ ଏବଂ କାର୍ଯକାରୀ କମିଟିକୁ ଛବିରାଣୀ ପରମାଣିକ, ସବିତା ଜେନା, ବାସନ୍ତି ହେମ୍ବମ୍ର, ଶାନ୍ତିଲତା ମଲିକ, ପ୍ରମିଳା ପଣ୍ଡା ପ୍ରମୁଖ ନିର୍ବାଚିତ ହୋଇଥିଲେ । ଶେଷରେ ସମସ୍ତ ନୂତନ କର୍ମକର୍ତାମାନଙ୍କୁ ସ୍ୱାଗତ କରାଯାଇଥିଲା ।

Comments