ଖୋର୍ଦ୍ଧା,୨୯ା୧: ଜିଲ୍ଲା ସଂସ୍କୃତି ସୁରକ୍ଷା ସମିତି ଆନୁକୂଲ୍ୟରେ କେନ୍ଦ୍ରାପଡ଼ାରେ ଘଟିଯାଇଥିବା ସଂଖ୍ୟା ଲଘୁ ସଂପ୍ରଦାୟର ପୂଜ୍ୟପୂଜାର ବିରୋଧକୁ ପ୍ରତିବାଦ କରି ରାଷ୍ଟ୍ରୀୟ ସୁରକ୍ଷା ସମିତି ଆନୁକୂଲ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି । ଓଡ଼ିଶାରେ ବାଂଗ୍ଲାଦେଶୀ ତଥା ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ତା’ର ଫଳ ସ୍ୱରୂପ ଆଜି ଆମେ ପୃଥିବୀର ଅନନ୍ୟ ନେତା ସୁଭାସ ଚନ୍ଦ୍ର ବୋଷ ଏବଂ ମହାନ୍ ଦେଶପ୍ରେମୀ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କ ଭଳି ଓଡ଼ିଆ ପୁଅଙ୍କ ଅଜି ପୂଜ୍ୟପୂଜା କରିବା ପାଇଁ ଆମେ ବଂଚିତ ହୋଇଛୁ । ଏହାକୁ ଓଡ଼ିଶାର ପଙ୍ଗୁ ସରକାର ହୀନ ଚକ୍ରାନ୍ତ ଗୋଷ୍ଠୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନକରି ଏଭଳି ଏକ ପୂଜ୍ୟପୂଜାର ବ୍ୟବସ୍ଥାକୁ ବନ୍ଦ କରିବା ଅତ୍ୟନ୍ତ କ୍ଷୋଭର ବିଷୟ଼ । ଅରାଷ୍ଟ୍ରୀୟ ଅନୁପ୍ରବେଶକାରୀ ମୁସଲମାନମାନଙ୍କ ଔଧତ୍ୟ ସହିତ ଆପାରଙ୍ଗ ପ୍ରଶାସନ ତଥା ଗୁଇନ୍ଦା ବିଭାଗର ନିଷ୍କ୍ରିୟତା ଯୋଗୁଁ ଆଜି ପୂଜ୍ୟପୂଜାରେ ଏଭଳି ବ୍ୟଘାତ ଘଟିଛି । କେନ୍ଦ୍ରାପଡ଼ା ଜିଲ୍ଲା ବାଂଗ୍ଲାଦେଶୀ ଅନୁପ୍ରବେଶକାରୀ ଓ ରୋହିଙ୍ଗ୍ୟା ମୁସଲମାନ ମାନଙ୍କ ଆଡ୍ଡ଼ାସ୍ଥଳୀ ପାଲଟିଥିବାରୁ ଏପରି ଏକ ଅପ୍ରିତିକର ପରିସ୍ଥିତି ଉପୁଜି ଜିଲ୍ଲାରେ ସାଂପ୍ରଦାୟିକ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । କ଼ିନ୍ତୁ ସଂଘର ସ୍ୱୟଂ ସେବକ ମାନଙ୍କର ସଂଯମତା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଏଣୁ ରାଷ୍ଟ୍ରୀୟ ସୁରକ୍ଷା ସମିତି ତରଫରୁ ଦୃଢ଼ ଦାବି ଉପସ୍ଥାପନା କରାଯାଉଛି ଯେ, କେନ୍ଦ୍ରାପଡା ଜିଲ୍ଲା ତଥା ଓଡ଼ିଶା ପରି ଏକ ଶାନ୍ତିପୂର୍ଣ୍ଣ ପ୍ରଦେଶରୁ ବାଂଗ୍ଲାଦେଶୀ ଅନୁପ୍ରବେଶକାରୀ ଏବଂ ରୋହିଙ୍ଗ୍ୟା ମୁସଲମାନ ମାନଙ୍କୁ ଚିହ୍ନଟ କରି ଦେଶାନ୍ତର କରାଯାଉ । ଏଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଧାଉ । ଏଥିସହିତ ଏପରି ଆକସ୍ମିକ ଘଟଣା ଭିଆଉଥିବା ଖଳନାୟକ ଓ ସ୍ଥାଣୁ ପ୍ରଶାସନିକ ଅଧିକାରୀମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିକ୍ଷୋଭରେ ଉପସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଚାଳକ କିଶୋର ଚନ୍ଦ୍ର ବରାଳ, ସ୍ୱଦେଶୀ ଜାଗରଣ ମଂଚର ରାଷ୍ଟ୍ରୀୟ ପରିଷଦର ସଦସ୍ୟ ଡ଼କ୍ଟର ଧୀରେନ୍ଦ୍ର ନନ୍ଦ, ହିନ୍ଦୁ ଜାଗରଣ ସାମୁଖ୍ୟର ରାଜ୍ୟ ସଭାପତି ଅଜିତ ପଟ୍ଟନାୟକ, ଗୀତା ଗବେଷଣା ପରିଷଦର ସଂପାଦକ ଶକ୍ତିଶଙ୍କର ମିଶ୍ର, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ପ୍ରମୁଖ ଶୁସାନ୍ତ ମୋହନ ପଟ୍ଟନାୟକ, ବିଶ୍ୱ ହିନ୍ଦୁ ପରିଷଦର ସର୍ବେଶ୍ୱର ମହାପାତ୍ର ପ୍ରମୁଖ ଦୃଢ଼ ପ୍ରତିବାଦ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବକୃଷ୍ଣ ମହାପାତ୍ର, କେଦାରନାଥ ପାତ୍ର, ବିଜୟ ପଣ୍ଡା, ଅଭିମନ୍ୟୁ ଘଟିଆଳ, ସିଦେ୍ଧଶ୍ୱର ସିଂହ, ସନ୍ତୋଷ ଶ୍ରୀଚନ୍ଦନ, ସରୋଜ ପାଲଟାସିଂହ, ସତ୍ୟନାରାୟଣ ବିଶୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments
Post a Comment