ନୂଆଦିଲ୍ଲୀ, ୨୩/୧ : ଭାରତକୁ ତିନି ପଟୁ ସମୁଦ୍ର ଘେରି ରହିଛି । ଏପରିସ୍ଥଳେ ଏହାର ସାମୁଦ୍ରିକ ସୀମା ଅତ୍ୟନ୍ତ ମହତ୍ତପୂର୍ଣ୍ଣ ଅଟେ । ଏହାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ନୌସେନା ପକ୍ଷରୁ ୭୫୧୬ କି.ମି. ଦୀର୍ଘ ସମୁଦ୍ର ସୀମାରେ ସବୁଠାରୁ ବଡ଼ ନୌସମରାଭ୍ୟାସ ‘ସି ଭିଜିଲ୍’ ଆରମ୍ଭ କରାଯାଇଛି । ଗତ ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଏହି ନୌସମରାଭ୍ୟାସରେ ନୌସେନାର ଡୋନିୟର୍ସ, ହେଲିକପ୍ଟର, ପାଟ୍ରୋଲିଂ ବୋଟ୍ ଗୁଡ଼ିକ ଅଂଶଗ୍ରହଣ କରିଛନ୍ତି । ବାସ୍ତବ ଯୁଦ୍ଧ ସମୟରେ ନୌସେନା କିଭଳି ଭାବେ ଶତ୍ରୁପକ୍ଷର ମୁକାବିଲା କରିଥାଏ ତାହା ଏହି ନୌସମରାଭ୍ୟାସରେ ପ୍ରଦର୍ଶନ କରାଯାଇଛି । ଏଥିରେ ରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ଶିପିଙ୍ଗ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ, ମତ୍ସ୍ୟ, କଷ୍ଟମ୍ ବିଭାଗ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ସୁରକ୍ଷା ବିଭାଗ ସାମିଲ ହୋଇଛନ୍ତି । ବିଶେଷ କରି ୨୦୦୮ ନଭେମ୍ବର ୨୬ ତାରିଖରେ ଆତଙ୍କବାଦୀମାନେ ସମୁଦ୍ରପଥ ଦେଇ ଦେଶର ବାଣିଜ୍ୟିକ ରାଜଧାନୀ ବୋଲାଉଥିବା ମୁମ୍ବାଇ ଉପରେ ଆତଙ୍କୀ ହମ୍ଲା କରିବା ପରେ ଦେଶର ସାମଦ୍ରିକ ସୀମାକୁ ଅଧିକ ସୁରକ୍ଷିତ ଓ ମଜବୁତ କରିବା ପାଇଁ ନୌସେନା, ତଟରକ୍ଷବାହିନୀ ଓ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି ।

Comments
Post a Comment