ବିଶ୍ୱର ସମସ୍ତ ସମସ୍ୟା ସମାଧାନର ସୂତ୍ର ଭାରତୀୟ ସଂସ୍କୃତିରେ ମଧ୍ୟରେ ରହିଛି



ପ୍ରୟାଗରାଜ,(ଭି ଏସ୍ କେ):  ବିଭିନ୍ନ ମତ, ପନ୍ଥ, ସମ୍ପ୍ରଦାୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଭାରତର ହଜାର ହଜାର ସଂଖ୍ୟକ ପୂଜ୍ୟ ସନ୍ଥ, ଗଂଗା ମଂଚରେ ଏକତ୍ରୀତ ହୋଇଥିଲେ   । ଯେଉଁଠାରେ ‘ଏକ ସଦ୍ବିପ୍ରା ବହୁଧାଃ ବଦନ୍ତିଃ’ଧେୟ ବାକ୍ୟକୁ ନେଇ ପୂଜ୍ୟ ସନ୍ଥମାନେ ନିଜ ନିଜର ବିଚାର ରଖିଥିଲେ । କାର୍ଯ୍ୟକ୍ରମର ଶୁଭରମ୍ଭ ଦୀପ ପ୍ରଜ୍ଜୋଳନ, ଗଣେଶ ବନ୍ଦନା, ହରି ଭଜନରୁ କରାଯାଇଥିଲା ।  ସମସ୍ତ ମତ, ପନ୍ଥ, ସମ୍ପ୍ରଦାୟର ପୂଜ୍ୟ ସନ୍ଥଙ୍କ ବଚନର ଏକ ସୁନ୍ଦର ପ୍ରଦର୍ଶନୀ ହୋଇଥିଲା । ଯାହାର ଉଦ୍ଘାଟନ ପ୍ରାତଃ ୧୦ ଘଟିକାରେ ହୋଇଥିଲା । ରାଜର୍ଷି ଟଣ୍ଡନ ମୁକ୍ତ ବିଶ୍ୱବିଦ୍ୟାଳୟର କୂଳପତି ଡଃ କେ ଏନ ସିଂ ଅତିଥିଙ୍କୁ ସ୍ୱାଗତ କରି କହିଥିଲେ ଯେ ଭାରତରେ ହିମାଳୟ ଠାରୁ ହିନ୍ଦ୍ ମହାସାଗର ପର୍ଯ୍ୟନ୍ତ ବିଭିନ୍ନ ଭୋ÷ଗଳିକ ସ୍ଥିତି ଏବଂ ମତ, ପନ୍ଥ,ସମ୍ପ୍ରଦାୟର ଲୋକ ଅଛନ୍ତି । କିନ୍ତୁ ଭାରତ ଏକ । ଭୋ÷ଗଳିକ ଦୃଷ୍ଟିରୁ ଭାରତ ଏକ ।  ବିଭିନ୍ନତାରୁ ଏକତା, ସମସ୍ତ ସନ୍ଥ,  ବୁଦ୍ଧିଜୀବୀ ଏକତାର ସନ୍ଦେଶ ନେଇ ଭାରତର ବୈଭବ ପ୍ରତି ପୂର୍ଣ୍ଣ ସଂକଳ୍ପିତ ହୋଇ କାର୍ଯ୍ୟ କରନ୍ତି ।
କାର୍ଯ୍ୟକ୍ରମର ଅଧ୍ୟକ୍ଷ ଜଗତ୍ଗୁରୁ ରାମାନୁଜାଚାର୍ଯ୍ୟ ହଂସଦେବାଚାର୍ଯ୍ୟ ବିଶ୍ୱବିଦ୍ୟାଳୟ ପରିବାରର ଏହି ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ । ଏଥି ସହିତ କହିଲେ ଯେ ହିନ୍ଦୁ ସମାଜରେ ଜାତି ବ୍ୟବସ୍ଥାର ଆରୋପ ଉଚିତ୍ ନୁହେଁ  । ଭାରତରେ ସଂସ୍କୃତିର ସଂବର୍ଦ୍ଧନ ଏବଂ ସଂରକ୍ଷଣ ହେବ । ଯୋଗଗୁରୁ ରାମଦେବ କହିଲେ ଯେ, ହିନ୍ଦୁ ସମାଜରେ ଜାତି ବ୍ୟବସ୍ଥାର ଆରୋପ ଉଚିତ୍ ନୁହେଁ, ଭାରତୀୟ ସଂସ୍କୃତି ଭେଦ୍ଭାବର ସଂସ୍କୃତି ନୁହେଁ । ଏହା ଏକତାର ସଂସ୍କୃତି ଅଟେ । ସ୍ତ୍ରୀ, ପୁରୁଷ ମଧ୍ୟରେ ଭେଦଭାବ ନାହିଁ । ନାରୀ ସଶକ୍ତିକରଣର ସନ୍ଦେଶ ଆଦିମ କାଳରୁ ସନ୍ଥମାନଙ୍କ ଦ୍ୱାରା ସମୟ ସମୟେ ରେ ମିଳିଛି । ପୂଜ୍ୟ ସନ୍ଥମାନେ ଆଗକୁ ଆସି ନିଶାମୁକ୍ତ  ସମାଜର ସ୍ଥାପନା କରିବା ଦରକାର । ଗୋବିନ୍ଦ ଗିରି କହିଲେ ଯେ ଭାରତର ଆତ୍ମା ବେଦରୁ ଆସିଛି ।  ନଦୀ ସଂସ୍କୃତି ସାରା ଦୁନିଆଁକୁ ଆର୍କଷିତ କରିଛି । କୋ÷ଣସି ମତ,ପନ୍ଥ, ସମ୍ପ୍ରଦାୟ ଆକ୍ରମଣର କଥା କହେନାହିଁ । ଭାରତୀୟ ସଂସ୍କୃତି ସଫଳ ଏବଂ ସ୍ୱଚ୍ଛ । ଯାହା ସାରା ଦୁନିଆଁକୁ ଶାନ୍ତିର ମାର୍ଗ ଏବଂ ସୁଖି ଦୁନିଆଁର କାମନା କରେ । ଅବଧେଶାନନ୍ଦ ଜୀ କହିଲେ ଯେ କୁମ୍ଭରୁ ଲୋକଙ୍କୁ  ଦିଶା ମିଳୁଛି, କିନ୍ତୁ ସର୍ବସମାବେଶୀ ସାଂସ୍କୃତିକ କୁମ୍ଭର ବାର୍ତା ।  ଏହା ଦେଶକୁ ନୂଆ ଦିଗ ଦେଉଛି, ଲୋକେ କହୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦେଶ ଭାଙ୍ଗିବାର କଥା କହୁଛି । କିନ୍ତୁ ଭାରତୀୟ ସଂସ୍କୃତି ଏବଂ ଭାରତକୁ ଯୋଡିବାର କାମ କେବଳ ସଂଘ ହିଁ କରୁଛି ।  ସଭ୍ୟତା ଏବଂ ପ୍ରକୃତିକୁ ସୁରକ୍ଷିତ ରଖିବା,ଜଳକୁ ସଂଚୟ କରି ରଖିବାହିଁ ଭବିଷ୍ୟ ଅଟେ ।  ସଂଗମ କୁମ୍ଭ ଭାରତୀୟତାର  ପରିଚୟ ହେବ ।  କେନ୍ଦ୍ରୀୟ ତୀବତ୍  ବିଶ୍ୱ ବିଦ୍ୟାଳୟର କୁଳପତି ରିପୋଚ୍ଚ କହିଥିଲେ ଯେ ଭାରତୀୟ ସଂସ୍କୃତି  ଅହିଂସା ଏବଂ ସନ୍ତୋଷର ଆଧାର । ଏହାହିଁ  ସମସ୍ତ ଧର୍ମ, ସଂପ୍ରଦାୟକୁ ଜନ୍ମ ଦେଇଛି, ବିଶ୍ୱର ସମସ୍ତ ଆହ୍ୱାନକୁ ମୁକାବିଲା କରିବା, ମାନସିକ ପ୍ରର୍ଦୁଷଣକୁ ସମାପ୍ତ କରିବାର ସୂତ୍ର ଭାରତୀୟ ସଂସ୍କୃତିରେ ନିହିତ ରହିଛି ।
ମୁଁ ଏତିକି ମାତ୍ର ସଂକ୍ଷେପରେ ଏହି ସତ୍ୟକୁ କହିଛି, ଯାହା ମୂଳଭୂତ ଚିନ୍ତନ କ’ଣ ? ତାହାର ବହୁତ ସୂତ୍ର ରୂପେ ଆପଣଙ୍କ ସାମନାରେ ରଖିବାର ପ୍ରୟାସ କରୁଛି  । ବାସ୍ତବରେ ମଂଚରେ ଏପରି ଶ୍ରେଷ୍ଠ ମହାତ୍ମା ସନ୍ଥ ବସିଛନ୍ତି ତାଙ୍କ ବାଣୀରୁ ଆମେ ଲାଭାନ୍ୱିତ ହେବା । ମୁଁ କେବଳ ଏହି ଚର୍ଚ୍ଚାର ସୂତ୍ର ମାତ୍ର ।  ଏହି ଦୃଷ୍ଟିରୁ ଆପଣଙ୍କ ସାମନାରେ ଛିଡା ହୋଇଛି ।  ଆମର ଏଠାରେ ମାନ୍ୟତା ରହିଛି କି ଏହି ଚରାଚର ସୃଷ୍ଟି ଏକ ଅଟେ । ତାଠାରେ ଗୋଟିଏ ମାତ୍ର ଚିନ୍ତନ ଭରି ରହିଛି ।  କୋ÷ଣସି ପ୍ରକାରର ଚର-ଅଚର, କୋ÷ଣସି ପ୍ରକାରର ଭେଦ ଏଠି ନାହିଁ । ଏକହିଁ ଚିନ୍ତନ ରହିଛି  ।  ଯାହାକୁ ଆମେ ଇଶ୍ୱର ବୋଲି ସ୍ୱୀକାର  କରୁ ଏବଂ ସାରା ବ୍ରହ୍ମାଣ୍ଡରେ ଇଶ୍ୱରଙ୍କ ଅସ୍ତିତ୍ୱକୁ ଆମେ ଅନୁଭବ କରୁ ।  ଯାହା ପ୍ରାଣ ଶକ୍ତି ଅଟେ, ଯାହା ଚେତନା, ତାହା ହିଁ ସେହି ଶକ୍ତିର ପ୍ରତୀକ ଅଟେ ଏବଂ ଏଥିପାଇଁ ଆମ ଏଠାରେ କହୁଯାଇଛି କି ଇଶାବାସ୍ୟ ମିଦଂ ସର୍ବେ । ଆମ ଆଖ ପାଖରେ ଚର ଅଚର, ଜଡ, ଚେତନ, ସବୁଥିରେ ସେହି ଇଶ୍ୱର  ଶକ୍ତିର ଉତ୍ସ ରହିଛି
କମଳ ମୁନୀ ଜୈନ, ଜିତେନ୍ଦ୍ରଜୀ ମହାରାଜ, ସାଧ୍ୱୀ ପ୍ରାଚୀ, ପ୍ରିତି ( ପ୍ରୟବଂଦା) ସତପାଲ ମହାରାଜ, ଉମେଶନାଇ ବାଲ୍ମୀକୀ, ଡଃ. ବିଜୟରାମ (ପୁରୀ)  ବାଲ୍ମୀକୀ ସାହିତ୍ୟର କେତେକେ ଆଚାର୍ଯ୍ୟଗଣ ନିଜ ନିଜର ବିଚାର ରଖିଲେ , ସମସ୍ତେ ବିବିଧତାରେ ଏକତାର କଥା କହିଲେ, ଧନ୍ୟବାଦ ଜ୍ଞାପନ କରି ସର୍ବସମାବେଶୀ ସାଂସ୍କୃ୍ତିକ କୁମ୍ଭର ସଂଯୋଜକ ଡଃ ସୁରେନ୍ଦ୍ର ଜୈନ କହିଲେ ଯେ ଭାରତମାତା ଭୁଗୋଳ ନୁହେଁ ସଂସ୍କୃ୍ି ଅଟନ୍ତି । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଏକ  । ମାନବ ଜୀବନର ସମସ୍ତ ସମସ୍ୟାର ସମାଧାନ ଏହି ସଂସ୍କୃତିରେ ରହିଛି , ପୂଜ୍ୟ ସନ୍ଥ ସମାଜ ଏହି ରାଷ୍ଟ୍ରର ପ୍ରାଣ ଅଟନ୍ତକି ଯେଉଁମାନେ ମଣିଷକୁ ସମୟ-ସମୟରେ ମାର୍ଗଦର୍ଶନ କରନ୍ତି ।
କାର୍ଯ୍ୟକ୍ରମରେ ପ୍ରମୁଖ ରୂପେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ବି..ଏସ କୋକଜେ, କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର, ସହ ସରକାର୍ଯ୍ୟବାହ ଦତାତ୍ରୟ ହେସବଲେ, ସହ ସରକାର୍ଯ୍ୟବାହ ଡଃ କୃଷ୍କଣ ଗୋପାଲ, ଦିନେଶ ଜୈନ, କେନ୍ଦ୍ରୀୟ ସନ୍ଥ ସମ୍ପର୍କ ପ୍ରମୁଖ ଅଶୋକ ତିୱାରୀଜୀ, ସହିତ ଅନ୍ୟ ଗଣମାନ୍ୟଜନ ଉପସ୍ଥିତ ଥିଲେ । ମଂଚ ସଂଚାଳନ ବିଶ୍ୱ ହିନ୍ଦୁପରିଷଦର କେନ୍ଦ୍ରୀୟ ଉପାଧ୍ୟକ୍ଷ ଜୀବିଶ୍ୱର ମିଶ୍ରଜୀ କରିଥିଲେ ।  ।

Comments