ଏବିଭିପି ପକ୍ଷରୁ ଗଣ ଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ


ସମ୍ବଲପୁର,୧୭ା୧- ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏବିଭିପି କର୍ମକର୍ତ୍ତା ମାନେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ କୁଶ ପୁତ୍ତଳିକା ଗୁରୁବାର ଦାହ କରିଛନ୍ତି । ଓଟିଇଟି ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ପରେ ଅଧାରୁ ପରୀକ୍ଷା ବାତିଲ କରାଯାଇଥିଲା । ପ୍ରଥମ ପେପର ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ପଦାକୁ ଆସିଥିଲା । ତେଣୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨ୟ ପେପର ପରୀକ୍ଷାକୁ ବାତିଲ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମନୋବଳ ଭାଙ୍ଗି ପଡିଛି । ବାରମ୍ବାର ପ୍ରଶ୍ନପତ୍ର ଲିକ୍ ହେଉଥିବା ବେଳେ ଏହା ସମଗ୍ର ଛାତ୍ର ସମାଜ ଉପରେ ପ୍ରଭାବ ପଡୁଛି । ଏହାକୁ ନେଇ ଏବିଭିପି ଛାତ୍ର ସଙ୍ଗଠନ ତାହାର ଅସନ୍ତୋଷ ଜାହିର କରିଛି । ଗଙ୍ଗାଧର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ କୁଶ ପୁତ୍ତଳିକା ଦାହ କରିଥିଲେ । ଏଥିରେ ନଗର ସମ୍ପାଦକ ରାଜା ଦଳପତ, ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ସୌମ୍ୟ ରଞ୍ଜନ ବଡପଣ୍ଡା, ଜିତୁ ଚାନ୍ଦ, ରାଜନ ବିଶ୍ୱାଳ, ଦୀପାଞ୍ଜଳି ପାତ୍ର, ସୁସ୍ମିତା ବାଗ, ଦୀପ୍ତିରାଣୀ ଭୋଇ, ନିଖିଳ ଅଗ୍ରୱାଲ, ସମୀର ସୁନା, ସିତାଂଶୁ ବଢେଇ, ସୁଗମ ମିଶ୍ର, କବିତା ବହିଦାର, ପ୍ରଦ୍ୟୁମ୍ନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Comments