କୁମ୍ଭ ୨୦୧୯ରେ ‘ ଅପନା ପୂର୍ବତ୍ତୋର’ କାର୍ଯ୍ୟକ୍ରମର ଶୁଭାରମ୍ଭ


ପ୍ରୟାଗରାଜ(ଭିଏସ୍କେ): କୁମ୍ଭ ମେଳାରେ ସଂସ୍କାର ଭାରତୀ  ‘ ଅପନା ପୂର୍ବତ୍ତୋର’ କାର୍ଯ୍ୟକ୍ରମର ଶୁଭାରମ୍ଭ ୧୭ ଜାନୁଆରୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ସୁରେଶ ଭୈୟାଜୀ ଯୋଶୀ କରିଥିଲେ । ବିଶିଷ୍ଟ ଅତିଥି ରୂପେ ବିଖ୍ୟାତ ଲୋକଗାୟିକା ପଦ୍ମଶ୍ରୀ ମାଲିନୀ ଅବସ୍ତି ଏବଂ ସଂସ୍ଥାପକ ସଂସ୍କାର ଭାରତୀ ପଦ୍ମଶ୍ରୀ ବିଭୂଷିତ ବାବା ଯୋଗେନ୍ଦ୍ର ଜୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ମୁଖ୍ୟ ରୂପେ ପୂର୍ବତର ରାଜ୍ୟର ସଂଜ୍ଞା ସଂସ୍କୃତି ଉପରେ ଆଧାରିତ, କାର୍ଯ୍ୟକ୍ରମରେ ପୂର୍ବୋତରର ସାତୋଟି ରାଜ୍ୟ ଯଥା ଆସାମ, ଅରୁଣାଚଳପ୍ରଦେଶ, ନାଗାଲ୍ୟାଣ୍ଡ, ତ୍ରିପୁରା, ମେଘାଳୟ, ମିଜୋରାମ୍, ଏବଂ ମଣିପୁରରୁ ଆସିଥିବା ହାରାହାରି ୪୦୦ କଳାକାର, ନିଜ ନିଜ କାର୍ଯ୍ୟକ୍ରମର ପ୍ରସ୍ତୁତି କରିବେ, ନିଜ କଳା, ସଂସ୍କୃତି, ଲୋକଗୀତ, ଏବଂ ଲୋକ ସଂସ୍କୃତି ଆଦିକୁ ପ୍ରସ୍ତୁତ କରିବେ ।
ଉଲ୍ଲେଖନୀୟ କଥା କାର୍ଯ୍ୟକ୍ରମର ଆୟୋଜନ ପ୍ରୟାଗରାଜ କୁମ୍ଭର ସେକ୍ଟର-୭ ସଂସ୍କାର ଭାରତୀ, ନିଜର ପୂର୍ବୋତରର ଶିବିରରେ ଆୟୋଜିତ ହେବ, ଏହି କଳାକାରମାନଙ୍କୁ  ପୁର୍ନବାର କୁମ୍ଭ ପରିବାରର ବିଭିନ୍ନ ଶିବିରମାନଙ୍କରେ ପରିବେଷଣର ସୁଯୋଗ ଦିଆ ଯିବ । ଏହି କାର୍ଯ୍ୟକ୍ରମ ଏକ ମାସ ବ୍ୟାପୀ ଭିନ୍ନ ଭିନ୍ନ କଳାକାରମାନଙ୍କୁ ନେଇ ଗଠିତ ଟୋଲିମାନଙ୍କୁ ଦ୍ୱିତୀୟଥର ଅନବରତ ପରିବେଷଣ କରିବାକୁ ସୁଯୋଗ ମିଳିବ । କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ସଂସ୍କାର ଭାରତୀର ଅଖିଳ ଭାରତୀୟ ମହାମନ୍ତ୍ରୀ ଅମିରଚନ୍ଦ୍ର, ସଂସ୍କାର ଭାରତୀର ଉପାଧ୍ୟୟ ବାଂକେଲାଲ, ଉତର ପ୍ରଦେଶ ଉଚ୍ଚତର ଶିକ୍ଷା ସେବା ଆୟୋଗର ଚେୟାରମ୍ୟାନ ଇଶ୍ୱର ଶରଣ ବିଶ୍ୱକର୍ମା, କାଶୀ ହିନ୍ଦ୍ୁ ବିଶ୍ୱବିଦ୍ୟଳୟର ପୂର୍ବ କୁଳପତି ପ୍ରଫେସର ଗିରିଶ ଚନ୍ଦ୍ର ତ୍ରିପାଠୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ଷେତ୍ର ପ୍ରଚାରକ ଅନିଲ ଜୀ, ପ୍ରାନ୍ତ ସଂଘଚାଳକ ବିଶ୍ୱନାଥ ନିଗମଜୀ ଏବଂ ପ୍ରାନ୍ତ ପ୍ରଚାରକ ରମେଶଜୀ ଉପସ୍ଥିତ ଥିଲେ ।

Comments