ନୂଆଦିଲ୍ଲୀ, ୨୧/୧ : ବର୍ତ୍ତମାନ ସବୁଠାରୁ ଗୁୁରୁତର ସମସ୍ୟା ହେଉଛି ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ । ବିଶେଷ କରି ଅଙ୍ଗାରକାମ୍ଲ ଗ୍ୟାସ ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ସମୟରେ ଭାରତ ଅନେକ ଅସୁବିଧା ଭୋଗିପାରେ ବୋଲି ଜଳବାୟୁ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ୨୦୫୦ ସୁଦ୍ଧା ଭାରତରେ ଫଳମୂଳ ବ୍ୟତୀତ କ୍ଷୀର, ଗହମ, ଧାନ ଉତ୍ପାଦନ କମିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ପରିବେଶ ସନ୍ତୁଳନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଏପରି ତଥ୍ୟ ଏବେ ସାମ୍ନାକୁ ଆସିଛି । ରିପୋର୍ଟରେ ଦର୍ଶାଯାଇଛି ଯେ, କ୍ଷୀର, ଗହମ ଓ ଧାନ ଉତ୍ପାଦନକୁ ନେଇ ଯଦି ଭାରତ ସମୟ ଥାଉ ଥାଉ ସାବଧାନ ନ ହୁଏ ତେବେ ୨୦୫୦ ପର୍ଯ୍ୟନ୍ତ ଏହାର ନକାରାତ୍ମକ ପ୍ରଭାବ ଦେଖିବାକୁ ପଡ଼ିବ । ୨୦୫୦ ବେଳକୁ ଦେଶରେ ୧.୬ ମେଟ୍ରିକ୍ ଟନ୍ କ୍ଷୀର ଉତ୍ପାଦନ କମ୍ ହୋଇପାରେ । ଏତଦ୍ବ୍ୟତୀତ ଚାଉଳ ସମେତ ଅନେକ ଖାଦ୍ୟଶସ୍ୟର ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇପାରେ । ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଖାଦ୍ୟଶସ୍ୟ ଅମଳ ଉପରେ ପଡ଼ିବ । ଫଳତଃ ୨୦୫୦ ସୁଦ୍ଧା ଚାଉଳ ଉତ୍ପାଦନରେ ୪ରୁ୬%, ଆଳୁରେ ୧୧%, ମକାରେ ୧୮% ଓ ସୋରିଷରେ ୨% ଉତ୍ପାଦନ କମ୍ ହେବାର ଅନୁମାନ କରାଯାଉଛି । ତେବେ ଜଳବାୟୁ ପରିବର୍ତ୍ତନରେ ସବୁଠାରୁ ଅଧିକ ପ୍ରଭାବ ଗହମ ଚାଷ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି ଏବଂ ଏଥିଯୋଗୁଁ ୨୦୫୦ ବେଳକୁ ଦେଶରେ ୬୦ ଲକ୍ଷ ଟନ୍ ପର୍ଯ୍ୟନ୍ତ ଗହମ ଉତ୍ପାଦନ କମିବ । ସେହିଭଳି ଉତ୍ତର ପ୍ରଦେଶ, ତାମିଲନାଡୁ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ମଧ୍ୟ କ୍ଷୀର ଉତ୍ପାଦନ କମିବ ବୋଲି ଜଳବାୟୁ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।

Comments
Post a Comment