ଗୋରଖପୁର,(ଭିଏସ୍କେ),: ତତ୍କାଳୀନ ଭାରତରେ ମହାରଣା ପ୍ରତାପ ସ୍ୱାଧୀନ ଚେତନା ବହନ କରୁଥିବା ଏକ ନାୟକ ଥିଲେ । ଯେପରି ବିଂଶତମ ଶତାଦ୍ଦୀରେ ଭଗତ ସିଂହ, ଆଜାଦ୍, ବିସ୍ମିଲଙ୍କ ପରି କାନ୍ତିକାରୀ ଥିଲେ । ବାସ୍ତବରେ ମହାରାଣା ପ୍ରତାପ ଆମର ଆମ ପାଇଁ ନାୟକ ଥିଲେ । ଯାହାଙ୍କ ଜୀବନ ଶୌର୍ଯ୍ୟ, ଭାରତର ସାର୍ବଭୋ÷ମତ୍ୱର ମୁର୍ତୀମନ୍ତ ପ୍ରତୀକ ଥିଲା । ମହାରାଣା ପ୍ରତାପଙ୍କ ନାମ ଶିଖରେ ଅମର-ସୁପୁତ୍ର ଭାବେ ଲିପିବଦ୍ଧ ହୋଇରହିଛି । ରାଣା ପ୍ରତାପ ଭାରତ ଏବଂ ଭାରତୀୟତାର ପ୍ରତୀକ ଅଟନ୍ତି । ରାଷ୍ଟ୍ରୀୟ ସ୍ୱାଭିମାନର ରକ୍ଷା ଲାଗି ରାଣା ପ୍ରତାପ ଦିନଟିଏ ମଧ୍ୟ ନିଶ୍ଚିନ୍ତରେ ବିତାଇନାହାନ୍ତି ବୋଲି ଡା. ବାଲମୁକୁନ୍ଦ ପ୍ରକାଶ କରିଛନ୍ତି ।
ମହାରାଣା ପ୍ରତାପ ପିଜି ମହାବିଦ୍ୟାଳୟ, ଜଙ୍ଗଲ ଧୁଷଡ ଠାରେ ଭାରତ ଭାରତୀ ଦ୍ୱାରା ଆୟୋଜିତ ହିନ୍ଦୁଙ୍କର ସୂର୍ଯ୍ୟ ମହାରାଣା ପ୍ରତାପ ଶୀର୍ଷକ ଜାତୀୟ ସଂଗୋଷ୍ଠୀରେ ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନାର ରାଷ୍ଟ୍ରୀୟ ସଚିବ ଡଃ. ବାଲମୁକୁନ୍ଦ ପାଣ୍ଡେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଯେ ମହାରାଣା ପ୍ରତାପ ଯଶ, ଶୋ÷ର୍ଯ୍ୟ ଏବଂ ରାଷ୍ଟ୍ରୀୟ ସ୍ୱାଭିମାନର ଦ୍ୟୋଦିପ୍ତମାନ ନକ୍ଷତ୍ର ଅଟନ୍ତି । ତାଙ୍କର ସଂପୂର୍ଣ୍ଣ ଜୀବନ ଇତିହାସ ଏପରି ଅକ୍ଷୟ ବଟ ସ୍ୱରୂପ ଯାହା ଯୁବପିଢୀଙ୍କୁ ନିରନ୍ତର ପ୍ରେରଣା ଯୋଗାଉଥିବ । ଭାରତୀୟ ଚେତନା ଏବଂ ମାତୃଭୂମିର ରକ୍ଷା ଲାଗି ସାରାଜୀବନ ବଣରେ ଘୁରି ବୁଲୁଥିବାର ମାର୍ଗ ମହାରାଣା ପ୍ରତାପ ଏପରି ନିଜେ ବାଛିନେଇ ଥିଲେ । ଯେପରି ଶ୍ରୀରାମ ରାଷ୍ଟ୍ରରକ୍ଷା ଉଦ୍ଦେଶ୍ୟରେ ଆତତାୟୀମାନଙ୍କୁ ବଧ କରିବା ଲାଗି ଚଉଦ ବର୍ଷ ବନବାସ ଭଳି କଠୋର ବ୍ରତ ପାଳନ କରିଥିଲେ ।
ସେ କହିଲେ ଯେ ସାମ୍ରାଜ୍ୟବାଦୀ ଏବଂ ସାମ୍ୟବାଦୀ ମାନସିକତା କାରଣରୁ ଭାରତୀୟ ଇତିହାସରେ ତାଙ୍କୁ ସେହି ସ୍ଥାନ ମିଳିପାରିନି ଯେଉଁ ସ୍ଥାନ ତାଙ୍କୁ ପ୍ରାପ୍ତି ହେବାକଥା । ମହାରାଣା ପ୍ରତାପଙ୍କ ଜୀବନର ଗୋ÷ରବ ଗାଥାକୁ ଜାଣିଶୁଣି ଉପେକ୍ଷା ଏବଂ ବିକୃତ କରାଯାଇଛି ।
ଡିଡିୟୁର ରାଜନୀତି ଶାସ୍ତ୍ରର ଡଃ. ଅମିତ୍ କୁମାର ଉପାଧ୍ୟାୟ କହିଲେ ଯେ ମହାରାଣା ପ୍ରତାପ ଏବଂ ତାଙ୍କ ଜୀବନ ଭାରତର ପରିଚୟ ଅଟେ । ଯେବେ ଯେବେ ରାଷ୍ଟ୍ର ଉପରେ ସଂକଟ ଆସିବ, ରାଷ୍ଟ୍ର ବିପଦ ମୁଖରେ ଥିବ, ସ୍ୱଧର୍ମ, ଏବଂ ଦେଶର ସ୍ୱାଭିମାନ ସଂକଟରେ ଥିବ , ସେହି ସେହି ସମୟରେ ମହାରାଣା ପ୍ରତାପଙ୍କ ତ୍ୟାଗ ଓ ବଳିଦାନ ଗାଥା ଅମରଜ୍ୟୋତି ପରି ଆମ ସମ୍ମୁଖରେ ପ୍ରେରଣା ଯୋଗାଇବାର କାର୍ଯ୍ୟ ନିରନ୍ତର କରୁଥିବ ।
Comments
Post a Comment