କୁମ୍ଭରେ ତପସ୍ୱୀଙ୍କୁ ଅପମାନ କରିଥିବା ଶଶି ଥରୁରଙ୍କ ପାଇଁ ରାହୁଲ ଭୁଲ ମାଗନ୍ତୁ


ନୂଆଦିଲ୍ଲୀ, ୩୦/୧ : ପ୍ରୟାଗରାଜ ଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟ୍ର ମନ୍ତ୍ରୀମାନେ ଗତକାଲି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ  । ଏହାକୁ ତାତ୍ସଲ୍ୟ କରି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଥିଲେ ଯେ, ‘ସମେସ୍ତ ଉଲଗ୍ନ ଅଛନ୍ତି’  । ଏହାକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି  । ଶଶୀଙ୍କ ଏହି କମେଣ୍ଟକୁ କଡ଼ା ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ, କୁମ୍ଭକୁ ତପସ୍ୱୀମାନେ ଆସନ୍ତି  । ସନାତନ ଧର୍ମର ସବୁଠାରୁ ବଡ଼ ପ୍ରତୀକ ହେଉଛି କୁମ୍ଭମେଳା  । ଏଠାରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ନେଇ ଶଶୀଙ୍କ ଏଭଳି ଉଦ୍ଭଟ ମନ୍ତବ୍ୟ ତାଙ୍କର ହୀନମନ୍ୟତାକୁ ସୂଚାଉଛି  । ଯଦି ଏହା
ତାଙ୍କୁ ନାଟକ ଭଳି ଲାଗୁଛି ତା’ହେଲେ ନିର୍ବାଚନ ପୂର୍ବରୁ ନିଜକୁ ହିନ୍ଦୁ ବୋଲି ପ୍ରମାଣିତ କରିବା ଏବଂ ହିନ୍ଦୁମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ
କରିବା ପାଇଁ ଜନୈଉ ବା (ପଇତା) ଧାରଣ କରିଥିବା ରାହୁଲ କ’ଣ ସେତେବେଳେ ନାଟକ କରିଥାନ୍ତି ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି  । ଏଥିସହିତ ଶଶୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନୀରବତା ଅବଲମ୍ବନ କରିବା ଏହା ତାଙ୍କା ଶଶୀ ଥରୁରଙ୍କ ପ୍ରତି ପରୋକ୍ଷ ସମର୍ଥନ ଥିବା ପ୍ରମାଣିତ କରୁଛି  । ଏଣୁ ଶଶୀଙ୍କ ଏଭଳି ମନ୍ତବ୍ୟ ପାଇଁ ରାହୁଲ ଭୁଲ୍ ମାଗନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ ଦାବି କରିଛନ୍ତି  । ପ୍ରକାଶ୍ୟ ଯେ, ଗତ ୨୯ ତାରିଖରେ କୁମ୍ଭମେଳାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷାତରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ଉତ୍ତରପ୍ରଦେଶର ପଶ୍ଚିମ ପଟେ ଥିବା ପ୍ରୟାଗରାଜକୁ ଯୋଡ଼ିବା ପାଇଁ ଗଙ୍ଗା ଏକ୍ସପ୍ରେସୱେର ନିର୍ମାଣ ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା  । ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ମନ୍ତ୍ରୀମାନଙ୍କ ସମେତ ତ୍ରିବେଣୀରେ ବୁଡ଼
ପକାଇଥିଲେ  ।

Comments