ଲକ୍ଷେ୍ନø,(ଭିଏସକେ ):ଶିକ୍ଷା ମାଧ୍ୟମରେ ପୁର୍ନବାର ଭାରତକୁ ଛିଡା କରିବାକୁ ହେବ । ଆଗାମୀ ପିଢୀ ଶିକ୍ଷା ସଂଗେ ସଂଗେ ସଂସ୍କାରିତ ହୁଅନ୍ତୁ । ଏଥିପାଇଁ ମଧ୍ୟ ପ୍ରୟାସ କରିବାର ଆବଶ୍ୟକ ବୋଲି ଲକ୍ଷେ୍ନø ଅର୍ଜ୍ଜୁନଗଂଜର ସରସଂବାରେ ମହାମାନ୍ୟ ଶିକ୍ଷଣ ସଂସ୍ଥାନର ଭୂମି ପୂଜନ କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାଯ୍ୟବାହ ଡଃ. କୃଷ୍ଣଗୋପାଳଜୀ ଏହା ପ୍ରକାଶ କରିଛନ୍ତି ।
ଡଃ କୃଷ୍ଣ ଗୋପାଳ କହିଲେ ଯେ ଯେଉଁଦିନ ଯାଏଁ ହିନ୍ଦୁ ସମାଜର ସ୍ଥିତି ବଦଳିବନାହିଁ । ସେତେବେଳ ଯାଏଁ ସ୍ଥାୟୀ ପରିବର୍ତନ ଆସିବ ନାହିଁ । ସମାଜ ଠାରୁ ନେବା ପରିବର୍ତ୍ତେ ଦଶଗୁଣ ଦେବାହିଁ କୃତଜ୍ଞତା । ସମାଜ ପ୍ରତି ଆମର ଉତରଦାୟିତ୍ୱ ହେବା ଦରକାର କି ଆମେ ବି ସମାଜ ହିତରେ ନିଜର ଯୋଗଦାନ ଦେଉଛୁ ।
ମହାମାନ୍ୟ ମଦନ ମୋହନ ମାଲବ୍ୟଙ୍କ ବିଷୟରେ ପ୍ରକାଶ କରି ସେ କହିଲେ ଯେ ମହାମାନ୍ୟ ସଂସ୍କୃତର ଜଣେ ବିଦ୍ୱାନ ଥିଲେ ଭୋଜପୁରୀ ଏବଂ ବଜ୍ର ଭାଷାରେ କବିତାମାନ ରଚନା କରୁଥିଲେ ପୁରୋହିତ ଏବଂ କର୍ମକାଣ୍ଡ ମଧ୍ୟ କରୁଥିଲେ । ଜଣେ ଉଚ୍ଚକୋଟିର ଅଧିବକ୍ତା, ମହାନ ଶିକ୍ଷାବିତ୍ ଏବଂ ରାଜନେତା ଥିଲେ । ସମାଜର ସାହାଯ୍ୟରେ ସେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥ୍ାପନ ଥିଲେ । ମହାମାନ୍ୟଙ୍କ ଉତରଦାୟାଦ ହେତୁ ଏହା ଦେଶ ପାଇଁ ଗର୍ବର କଥା । କାଶି ହିନ୍ଦୁ ବିଶ୍ୱବିଦ୍ୟାଳୟ ଶିକ୍ଷାଥିମାନେ କେବଳ ଡିଗ୍ରୀଧାରୀ ହୋଇ ନୁହଁ ଗୋଟିଏ ବିଚାର ନେଇ ବାହାରୁଛନ୍ତି ।
ସହ ସରକାର୍ଯ୍ୟବାହ ଜୀ କହିଲେ ଯେ , ୧୯୩୭ରେ ଭାଉରାଓ ଦେଓରସ ଉତରପ୍ରଦେଶରେ ସଂଘ କାର୍ଯ୍ୟର ଆରମ୍ଭ କରିବା ଉଦ୍ଦେଶ୍ୟରେ ଲକ୍ଷେ୍ମା÷ ଆସିଥିଲେ । ତାଙ୍କର ଉଦ୍ଦେଶ୍ୟ କେବଳ କାମ କରିବାର ନଥିଲା, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ, ଅଶୋକ ସଂଘଲ, ଏବଂ ରଜ୍ଜୁ ଭୈୟାଙ୍କୁ ସେ ହିଁ ସ୍ୱୟଂସେବକ କରିଥିଲେ ।
ବିହାରର ରାଜ୍ୟପାଳ ଲାଲଜୀ ଟଣ୍ଡନ କହିଲେ ଯେ ମହାମାନ୍ୟ ଦେଶରେ ଶିକ୍ଷାର ପ୍ରଦୀପ ଜଳାଉଥିବା ସ୍ତମ୍ଭ ଥିଲେ । ବାବୁ ଶ୍ୟାମସୁନ୍ଦର ଦାସଙ୍କୁ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ନେଇଯିବା ପାଇଁ ମହାମାନ୍ୟ ଲକ୍ଷେ୍ନା÷ ଆସିଥିଲେ । ଅର୍ଥ କି ସାଧନ କେବେବି ଗୋଟିଏ ପବିତ୍ର କାମ ଲାଗି ବାଧକ ହୋଇପାରେନି । ସଂପୂର୍ଣ୍ଣ ଦେଶରେ ଆଜି ବି ପୁର୍ନଜାଗରଣ କାମରେ ଲାଗିଛି ।
କେଜିଏମୟୁର କୂଳପତି ପ୍ରଫେସର ଏମ.ଏଲ.ବି ଭଟ୍ଟ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଏହି ଅବସରରେ କାହିଲେ ଯେ ମହାମାନ୍ୟ ମଦନ ମୋଦନ ମାଲବ୍ୟ ନିଃଶୁଳ୍କ ଶିକ୍ଷାର ସମର୍ଥକ ଥିଲେ । ମହାମାନ୍ୟ ଶିକ୍ଷଣ ସଂସ୍ଥାନରୁ ସ୍ୱଚ୍ଛଳତା ନଥିବା ବିଦ୍ୟାର୍ଥୀମାନଙ୍କୁ ଲାଭ ମିଳିବ, ଗୁଣବତାଯୁକ୍ତ ଶିକ୍ଷା ଲାଭ କରିବାର ମୋ÷ଳିକ ଅଧିକାର ସମସ୍ତଙ୍କ ରହିଛି ।
ମହାମାନ୍ୟ ଶିକ୍ଷଣ ସାଂସ୍ଥାନର ସଚିବ ରାଜୀବ ତିୱାରୀ କହିଲେ ଯେ ଚାରୋଟି ଅଧ୍ୟୟନ କକ୍ଷ, ଗୋଟିଏ ହଲ, ଗୋଟିଏ ଯୋଗକକ୍ଷ, ୪୦ ଟି ଆବାସୀୟ କକ୍ଷ, ୧ ଟି ଔଷଧାଳୟ, ୧ ଟି ସଭାଗାର, ଏବଂ ୨ ଟି ଅତିଥି କକ୍ଷ ହେବ, ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବ ଉତର ପ୍ରଦେଶ କ୍ଷେତ୍ରର କ୍ଷେତ୍ର ପ୍ରଚାରକ ଅନିଲଜୀ, ଅବଧ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ କୋ÷ଶଳ ଜୀ ଙ୍କ ସହିତ ଅନ୍ୟ ଗଣମାନ୍ୟମାନେ ଉପସ୍ଥି୍ତ ଥିଲେ ।
Comments
Post a Comment