ଲକ୍ଷେ୍ନø, ୨୨/୧ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟନାଥ ୧୫ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ କାଶୀର ନିର୍ମାଣ କାଶୀ ବିଶ୍ୱନାଥ କରିଥିବା ସ୍ୱୟଂ ବ୍ରହ୍ମା କହିଥିଲେ ବୋଲି ସେ ଅବତାରଣା କରିଥିଲେ । ଏଥିସହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ୍ର ଜୁଗନାଥଙ୍କୁ ସେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେ ଆହୁରି କହିଥିଲେ ଯେ, କାଶୀ ତା’ର ପୂରାତନ ଧାର୍ମିକ ମହତ୍ତ୍ୱକୁ ବହନ କରିବା ସହ ଏବେ ଆଧୁନିକତା ଆଡ଼କୁ ଅଗ୍ରସର ହେଉଛି । ବନାରସ ସହର ପରମ୍ପରା ଓ ଇତିହାସ ଠାରୁ ମଧ୍ୟ ପୂରାତନ ଅଟେ । ତେବେ କାଶୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୂୟସୀ ପ୍ରଶଂସା କରି କହିଥିଲେ ଯେ, ୫ ବର୍ଷ ତଳର କାଶୀ ଓ ଆଜିର କାଶୀ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଏଥରକ ଅର୍ଦ୍ଧକୁମ୍ଭରେ ଶ୍ରଦ୍ଧାଳୁମାନେ କୋଟି କୋଟି ବର୍ଷ ତଳର ଅକ୍ଷୟ ବଟ ଓ ସରସ୍ୱତୀ କୂପର ଦର୍ଶନ କରିପାରିଛନ୍ତି । ମିଳିତ ଜାତିସଂଘର ୟୁନେସ୍କୋ ମଧ୍ୟ କୁମ୍ଭ ମେଳାକୁ ବୈଶ୍ୱିକ ପରମ୍ପରାର ମାନ୍ୟତା ଦେଇସାରିଛି । ମକର ସଂକ୍ରାନ୍ତିରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିଲାବେଳେ ଆଗକୁ ପ୍ରାୟ ଆହୁରି ୧୫ କୋଟି ଲୋକ ଡୁବ ପକାଇବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଶାବ୍ୟକ୍ତ କରିଛନ୍ତି ।

Comments
Post a Comment