ଶିଶୁ ବିଦ୍ୟା ମନ୍ଦିରର ସ୍କାଉଟ ବାହିନୀ ଶ୍ରେଷ୍ଠ ବିବେଚିତ


ଅନୁଗୋଳ, ୨୯ ।୧  : ଅନୁଗୋଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍କାଉଟର ଶିଶୁ ଭାଇମାନେ ଜିଲ୍ଲାସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଅଂଶଗ୍ରହଣ କରି ସଫଳତା ପୂର୍ବକ ଚାମ୍ପିଅନ ହୋଇଛନ୍ତି । ସ୍କାଉଟ ମାଷ୍ଟର ବିଷ୍ଣୁଚରଣ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିଶୁମାନେ ଅଂଶଗ୍ରହଣ କରିଥିଲେ । ଏହାକୁ ପରିଚାଳନା ସମିତି ଓ ପ୍ରଧାନଆଚାର୍ଯ୍ୟ ଅନିଲ କୁମାର ଦେହୁରୀ, ସ୍କାଉଟ ମାଷ୍ଟର ବିଷ୍ଣୁ ଚରଣ ସାମଲ ତଥା ସମସ୍ତ ଗୁରୁଜୀ ଗୁରୁମା ଶିଶୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments