ଜ୍ଞାନର ତାତ୍ପର୍ଯ୍ୟ କେବଳ ପୁସ୍ତକୀୟ ଶିକ୍ଷା ନୁହେଁ - ଡ. ମୋହନ ଭାଗବତ


ନାଗପୁର- (ଭି ଏସ୍ କେ ) ଆମ ଦେଶର ଭାଷା, ସଂସ୍କୃତି ଏବଂ ସମାଜରେ ବିବିଧତା ରହିଛି ଏଥିପାଇଁ  ଶିକ୍ଷା ଓ ଦୀକ୍ଷା ଏକ ପ୍ରକାର ହୋଇ ମଧ୍ୟ ପଦ୍ଧତି ମଧ୍ୟରେ ଭିନ୍ନତା ହୋଇପାରେ । ଏପରି ସ୍ଥଳେ କେନ୍ଦ୍ରୀୟ ଶିକ୍ଷାନୀତି  ବ୍ୟବହାର ସମ୍ପନ୍ନ ହେବ ନାହଁ  ଏହି କାରଣରୁ ଶିକ୍ଷାନୀତି ବିକେନ୍ଦ୍ରୀତ ହେବା ଦରକାର ବୋଲି ରାଷ୍ଟ୍ରୀୟ ସ୍ୱଂୟଂସେବକ ସଂଘର ପରମ ପୂଜନୀୟ ସରସଂଘ ଚାଳକ ଡ. ମୋହନ ଭାଗବତଜୀ ପ୍ରକାଶ କରିଛନ୍ତି ।
ନାଗପୁରସ୍ଥିତ ସୀତାବର୍ଡି  ସେବାସଦନ ଶିକ୍ଷା ସଂସ୍ଥାନ  ଦ୍ୱାରା ଅୟୋଜିତ ରମାବାଇ ରାନଡେ ସ୍ମୃତି ଶିକ୍ଷା ପ୍ରବୋଧିନ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସରସଂଘଚାଳକ ମହୋଦୟ କହିଲେ ଯେ, ଭଲକାମକୁ ଭାବିପିଢୀଙ୍କ ନିକଟରେ ପହଂଚାଇ ତା’ର ପ୍ରଶଂସାରେ ସ୍ତୁତିଜ୍ଞାନ କରାଯଇଥାଏ । ଶିକ୍ଷା ସବୁପ୍ରକାରର ବିକାଶ ଏବଂ ଉନ୍ନତିର ଆଧାର, ଆମ ଜୀବନରେ ବହୁବାର ଜ୍ଞାନ ଶଦ୍ଦର ପ୍ରୟୋଗ କରାଯାଏ । କିନ୍ତୁ ଜ୍ଞାନର ମହତ୍ୱ କେବଳ ପୁସ୍ତକୀୟ କଥାରେ ହୁଏ ନାହିଁ । ଅପରପକ୍ଷେ ଆମକୁ ପ୍ରାପ୍ତି ହୋଇଥିବା ଶିକ୍ଷା ଜୀବନରେ ପ୍ରୟୋଗ କରିବାର ବିଧିକୁ ଜ୍ଞାନ କୁହାଯାଏ । ସୂଚନା ଏବଂ ଜ୍ଞାନରେ ପ୍ରଭେଦ ରହିଛି । ସୂଚନା ସହିତ ଯେବେ ବିବେକ ଯୁକ୍ତ ହୁଏ ତାହା ଜ୍ଞାନ ହୋଇଯାଏ । ଆମେ ଜୀବନରେ ଯାହା କିଛି କରୁ, ତା’ର ନିଜସ୍ୱ ଏକ ମହତ୍ୱ ରହିଛି । ଆମ୍ଭେ ଯାହା ବି କିଛି ହେଉ ତାକୁ ସ୍ୱୀକର କରି ଅ।।ଗକୁ ବଢିବା ଦରକାର । ଦୁନିଆଁରେ କିଛି ବି ଛୋଟ-ବଡ ହୋଇନଥାଏ, ଆମେ ଯାହା କିଛି ହେଉ ସେହି ଅସ୍ତିତ୍ୱକୁ ଯଥାର୍ଥରେ ଲଜ୍ୟା ବୋଧ କରିବାର କୋ÷ଣସି ଆବଶ୍ୟକ ନାହିଁ ।
  ସେ କହିଲେ ଯେ ସମାଜରେ ଯେଉଁଦିନ ମହିଳାଙ୍କୁ ଉପେକ୍ଷା କରିବା ସମାପ୍ତ ହେବ ତେବେ ଯାଇଁ ଦେଶ ଠିକ୍ ଅର୍ଥରେ ପ୍ରଗତି କରିବ । ମାକ୍ତୃଶକ୍ତି ଭିତରେ ପ୍ରଗତି ଏବଂ ବିକାଶର ଅସାମାନ୍ୟ ଶକ୍ତି ସନ୍ନିହିତ ଅଛି । ତାଙ୍କୁ ତାଙ୍କର  ପ୍ରତିଭା ଏବଂ ଯୋଗ୍ୟତାର ପରିଚୟ ପରିସ୍ପୁଟ ହେବା ପାଇଁ ତାଙ୍କ ଉପରେ ଲଦା ଯାଇଥିବା ଶୃଙ୍ଖଳରୁ ତାଙ୍କୁ ମୁକ୍ତ କରାଯିବାର ଆବଶ୍ୟକତା ରହିଛି । ଆମର ପ୍ରାଚୀନ ସଭ୍ୟତାରେ ନାରୀଙ୍କ ଠାରେ କୋ÷ଣସି ପ୍ରକାରର ବନ୍ଧନ ନଥିଲା । କିନ୍ତୁ ମଧ୍ୟଯୁଗୀୟ ସମୟରେ ଘଟିଥିବା ଘଟଣା ପରେ ସାମାଜିକ ପରିବର୍ତନ କ୍ରମେ ମହିଳାଙ୍କୁ ଶୃଙ୍ଖଳାର ଦ୍ୱାହି ଦେଇ ବନ୍ଧା ଯାଇଥିଲା । ତାଙ୍କୁ ସେହି ଶୃଙ୍ଖଳରୁ ମୁକ୍ତ କରିବା  ଅତ୍ୟନ୍ତ ଆବଶ୍ୟକ । ମହିଳା ସଶକ୍ତିକରଣ ଏହା ବର୍ତମାନ ସମୟର ଆବଶ୍ୟକତା ।
  ଦେଶରେ ପ୍ରସ୍ତୁତ ହେଉଥିବା ନୂଆ ଶିକ୍ଷା ନୀତିଉପରେ ମତ ଦେଇ ସରସଂଘଚାଳକ କହିଲେ ଯେ  ଦେଶରେ ନୂଆ ଶିକ୍ଷାନୀତି ସୃଜନ ହେଉଥିବାର ଚର୍ଚ୍ଚା ହେଉଛି । କିନ୍ତୁ ଏହି ନୀତି ଉପରେ ଏବେ ସୁଦ୍ଧା ପ୍ରୟୋଗ ଆରମ୍ଭ ହୋଇନାହିଁ । ଆଗକୁ ଯାଇ ଶିକ୍ଷାନୀତିକୁ କିଏ ସଂଚାଳନ କରିବ । ଏହାରି ଉପରେ ଏହି ଶିକ୍ଷା ନୀତିର ଭବିଷ୍ୟତ  ନିର୍ଭର କରେ । ଶିକ୍ଷା ପ୍ରଣାଳୀକୁ ନେଇ ପ୍ରସ୍ତୁତ ଢାଂଚାରୁ ବାହାରି କେତେକ ନୂଆ ସକରାତ୍ମକ ପ୍ରୟୋଗ ହେବାରେ ଲାଗିଛି । କିନ୍ତୁ ଏହି ପ୍ରୟୋଗକୁ ସମାଜ ଢାଂଚାରେ ପକାଇବା ଆବଶ୍ୟକତା । ଏପରି ହୋଇପାରିଲେ ହିଁ ସରକାର ସେହି ଅନୁସାରେ କାର୍ଯ୍ୟ କରିବେ ।
 କାର୍ଯ୍ୟକ୍ରମର ଅଧ୍ୟକ୍ଷ ସତ୍ୟନାରାୟଣ ନୁବାଲ କହିଲେ ଯେ ବର୍ତମାନ ପରିସ୍ଥିତିରେ ଦ୍ରୃତ ଭାବେ ଶିକ୍ଷାର ପ୍ରଚାର ହେବାରେ ଲାଗିଛି । ଯାହାଫଳରେ ଲୋକମାନଙ୍କ ଭିତରେ ଶିକ୍ଷାକୁ ନେଇ ସଚେତନତା ବଢିବାରେ ଲାଗିଛି । କିନ୍ତୁ ବର୍ତମାନର ପରିପ୍ରେକ୍ଷୀରେ ସାମାଜିକ  ସଂବେଦନ କମ୍ ହେବାର ନଜରକୁ  ଆସୁଛି । ଦେଶ, ସମାଜ, ଏବଂ ପରିବାର ପ୍ରତି ସଂବେଦହୀନତା  ଚିନ୍ତାର ବିଷୟ ହୋଇଛି  । ଏଥିପାଇଁ ଶିକ୍ଷାରୁ ସଂସ୍କାର ନିର୍ମାଣ ହେବାର ଆବଶ୍ୟକତା ହୋଇପଡିଛି । ସେବାସଦନ ସଂସ୍ଥାର ଅଧ୍ୟକ୍ଷ କାଂଚନ ଗଡକାରୀ ସଂସ୍ଥାର କାର୍ଯ୍ୟ, ପ୍ରବାସ,ତଥା ଭୂମିକା ଉପରେ ସୂଚନା ଦେଇଥିଲେ  । କାର୍ଯ୍ୟକ୍ରମର  ସଂଚାଳନ ଆସୁତୋଷ ଅଡୋନୀ କରିଥିଲେ ।
 ୍କାର୍ଯ୍ୟକ୍ରମର ଅବସରରେ ‘ଅଭ୍ୟୁଦୟ ଗ୍ଲୋବଲ ଭିଲେଜ ସ୍କୁଲ’ର ସୀଚନ ଓ ଭାଗ୍ୟଶ୍ରୀ ଦେଶପାଣ୍ଡେଙ୍କୁ ସରସଂଘ ଚାଳକଜୀ  ସମ୍ମାନୀତି କରିଥିଲେ ।  ଶିକ୍ଷାକ୍ଷେତ୍ରରେ ତାଙ୍କର ଯୋଗଦାନ ଲାଗି ତାଙ୍କୁ ରମାବାଇ ରାନଡେ ସ୍ମୁତି ଶିକ୍ଷା ପ୍ରବୋଧନୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା  ।


Comments