ଅଭାବିପ ପକ୍ଷରୁ ଓପିଏସସି ଅଫିସ ଘେରାଉ


କଟକ, ୨୨/୧  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଅଭାବିପ), କଟକ ମହାନଗର ନିଗମ ଶାଖା ପକ୍ଷରୁ ଆଜି ଓପିଏସସି ଅଫିସ ଘେରାଉ କରାଯାଇଥିଲା । ଗତ ୨୦ ତାରିଖରେ ଏଏସଓ ପରୀକ୍ଷା ଦେବାକୁ ଆସିଥିବା ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ହଲ ଭିତରକୁ ଛଡାନଯିବାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ପ୍ରତିବାଦ ସଭା କରାଯାଇଥିଲା । ସେଦିନ ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନଙ୍କୁ ସ୍କ୍ରାଇବ୍ ସହ ପରୀକ୍ଷା ହଲକୁ ଯିବାକୁ ଦିଆଯାଇନଥିଲା । ଫଳରେ ରାଜ୍ୟର ପ୍ରାୟ ୪୦୦ ଆଶାୟୀ ଦିବ୍ୟାଙ୍ଗ ପ୍ରାର୍ଥୀ ପରୀକ୍ଷାରୁ ପଞ୍ôଚତ ହୋଇଥିଲେ । ଏହାର ପ୍ରତିବାଦରେ ଆଜି ଏହି ଘେରାଉ ଓ ବିକ୍ଷୋଭ କରାଯିବା ସହ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୋନାଲୀ ବେହେରାଙ୍କ ନେତୃ୍ତ୍ୱରେ ଆଜିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନଙ୍କ ପ୍ରତି ଏପରି ଅସହଯୋଗକୁ ବକ୍ତାମାନେ କଡା ବିରୋଧ କରିଥିଲେ । ଏହି ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଦିବ୍ୟାଙ୍ଗ ପ୍ରାର୍ଥମାନଙ୍କ ପାଇଁ ଆଉ ଥରେ ପରୀକ୍ଷା କରାନଗଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଛାତ୍ରନେତା ସହଦେବ ସାହୁ, ଲୋପାମୁଦ୍ରା ନାୟକ, ଚିନ୍ମୟ ସାହୁ, ସଂଜୟ ମଲ୍ଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି  ।

Comments