ନୂଆଦିଲ୍ଳୀ , ୨୯ା୧: ପାକିସ୍ଥାନରେ ହିନ୍ଦୁ ମହିଳାଙ୍କ ସଫଳତା । ହିନ୍ଦୁ ସମ୍ପ୍ରଦାୟର ସୁମନ ପବନ ବୋଡ଼ାନୀ ପାକିସ୍ଥାନରେ ପ୍ରଥମ ହିନ୍ଦୁ ମହିଳା ଜର୍ଜ ପଦବୀ ପାଇବାରେ ସଫଳ ହୋଇଛନ୍ତି । ସିନ୍ଧ ପ୍ରାନ୍ତର ଶାହଦାଦକୋଟର ବସବାସ କରୁଥିବା ପୋଦାନୀଙ୍କ ଝିଅ ସୁମନ ନ୍ୟାୟିକ ମାଜିଷ୍ଟ୍ରେଟର ମେଧା ତାଲିକାରେ ୫୪ ତମ ସ୍ଥାନ ହାସଲ କରିଥିଲେ । ତାଙ୍କ ପରିବାର ପକ୍ଷରୁ ଏହାକୁ ସୁମନଙ୍କ ଲକ୍ଷ୍ୟସାଧନ ହୋଇଛି ବୋଲି କହିଛନ୍ତି । ପାକିସ୍ଥାନରେ ସଂଖ୍ୟା ବହୁଳ ମୁସଲମାନ ଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ବହୁତ କମ । ସେଠାର ମୋଟ ଜନସଂଖ୍ୟାର କେବଳ ଦୁଇ ପ୍ରତିଶତ ଅଛନ୍ତି ହିନ୍ଦୁ । ଜଷ୍ଟିଜ ରାଣା ଭଗବାନ ଦାସ ନାମକ ବ୍ୟକ୍ତି ସେଠାରେ ପ୍ରଥମ ହିନ୍ଦୁ ଜର୍ଜ ଭାବେ ନିଯୁକ୍ତି ପାଇଥିଲେ । ସେ କାର୍ଯ୍ୟକାରୀ ମୁଖ୍ୟ ନ୍ୟାୟଧୀଶ ଭାବରେ କାର୍ୟ୍ୟଭାର ସମ୍ଭାଳି ଥିଲେ । ୨୦୧୮ ମସିହା ମାର୍ଚ୍ଚ ପାଞ୍ଚରେ ପାକିସ୍ଥାନ ପିପୁଲ ପାର୍ଟିର ନେତା କୃଷ୍ଣ କୁମାରୀ ସାଂସଦର ନିର୍ବାଚନରେ ବିଜୟୀ ହୋଇଥିଲେ । ସାଂସଦ ବିଜୟୀ ହୋଇଥିବା ମହିଳା ହିନ୍ଦୁ ସମ୍ପ୍ରଦାୟର ପ୍ରଥମ ମହିଳା ଥିଲେ । ସେ ଦଳିତ ପରିବାର ସହ ଜଡ଼ିତ । ସେ ନିର୍ବାଚନ ଜିତିବା ପରେ କହିଥିଲେ, ସେ ସର୍ବଦା ଦଳିତ ପରିବାରର ଅଧିକାର ଓ ମୁଖ୍ୟତଃ ମହିଳା ସଶକ୍ତିକରଣ ,ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ପାଇଁ ଲଢିବେ ।

Comments
Post a Comment