ରାଷ୍ଟ୍ରୀୟ ସୁରକ୍ଷା ସମିତିର ପଟ୍ଟାମୁଣ୍ଡାଇ ବନ୍ଦ


ପଟ୍ଟାମୁଣ୍ଡାଇ, ୨୪ ।୧ : କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପଡିଆ ଠାରେ ଗତକାଲି ନେତାଜୀ ଜୟନ୍ତୀ ପାଳନକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଛି । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଥିଲା । ମାତ୍ର ଆଜି ପରିସ୍ଥିତି ଅଣାୟତ ହୋଇପଡିବାରୁ କେନ୍ଦ୍ରାପଡା ସହରରେ କର୍ଫ୍ୟୁ ଜାରି କରାଯାଇଛି । କେନ୍ଦ୍ରାପଡାରେ ନେତାଜୀ ଜୟନ୍ତୀକୁ ନେଇ ହିନ୍ଦୁ ଓ ମୁସଲମାନ  ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷର ପ୍ରଭାବ ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରୀୟ ସୁରକ୍ଷା ସମିତି ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ପଟ୍ଟାମୁଣ୍ଡାଇ ବନ୍ଦ ପାଳନ କରାଯାଇଥିଲା । ଏଥିରେ ବିନୋଦ ବିହାରୀ ଦାସ, ସଞୟ ସାହୁ, ଅଶ୍ୱିନୀ ରାଉତ, ପ୍ରଦୀପ ମଲିକ, ରାଜେନ୍ଦ୍ର ଗିରି, ସୁଧାଂଶୁ ତ୍ରିପାଠୀ, ଅଶ୍ରୁ ମୋଚନ ଶତପଥୀ, ହିମାଂଶୁ ନାୟକ, ବିଶ୍ୱରଞ୍ଜନ ଶତପଥୀ, ବଜରଙ୍ଗ ଦଳର ସଂଗଠକ ରବିନ୍ଦ୍ର ମଳିକ, ଅମରେଶ ଦାସ, ଦାମୋଦର ଗିରି, ଉପେନ୍ଦ୍ର ମଳିକ, ମାନସ ମଲ୍ଲିକ, ଦେବାଶୀଷ ପଣ୍ଡା, ଦିପୁନା ଷଡଙ୍ଗୀ, ସନାତନ ମହାନ୍ତି, ବିଶ୍ୱଜିତ ପଣ୍ଡା, ମାନସ ମହାନ୍ତି, ବିଜେପିନେତା ପୂର୍ବତନ ବିଧାୟକ ଅଲେଖ ଜେନା, କୃଷକମୋର୍ଚ୍ଚା ଜିଲ୍ଲା ସଂଯୋଜକ ଯୁବନେତା ସମୀର ପାତ୍ର, ନଗର ବିଜେପି ସଭାପତି ପଦ୍ମନାଭ ପଣ୍ଡା, ନାରୀନେତ୍ରୀ ରଶ୍ମିତା ପଣ୍ଡା, ବିଦ୍ୟାଧର ସେଠୀ, ପ୍ରମୋଦ ସାହୁ, ଅଜୟ ଦାସ, ରତ୍ନାକର ଗିରି, ଅଭିଷେକ ନାୟକ, ରବିନ୍ଦ୍ର ବିଶ୍ୱାଳ, ଅଶୋକ ସ୍ୱାଇଁ , ପାରେଶ୍ୱର ପାତ୍ର, ସୁଧାଂଶୁ ଜେନା, ହିମାଂଶୁ ତ୍ରିପାଠୀ ପ୍ରମୁଖ ପଟ୍ଟାମୁଣ୍ଡାଇ ବାଇପାସ ଠାରେ ରାସ୍ତାରୋକ କରିବା ସହିତ ତହସିଲ, ବ୍ଲକ, ମୁନିସିପାଲିଟି ସମେତ ବିଭିନ୍ନ ଅଫିସ ଦପ୍ତର, ବ୍ୟାଙ୍କ ସମ୍ମୁଖରେ ପିକେଟିଂ କରିବା ସହିତ ବଜାର ବନ୍ଦ କରିଥିଲେ । ଆରଏସଏସ, ବଜରଙ୍ଗ ଦଳ ଓ ବିଜେପି ପକ୍ଷରୁ ମିଳିତ ଭାବରେ ପଟ୍ଟାମୁଣ୍ଡାଇ ବନ୍ଦ ପାଳନ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ହେବା ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା ।

Comments