ଏବେ ପାକ୍ ଟାର୍ଗଟ୍ରେ ଆରଏସ୍ଏସ୍ର ବଡ଼ ବଡ଼ ନେତା


ନୂଆଦିଲ୍ଲୀ, ୨୧/୧  : ଆଗକୁ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଭାରତରେ ବଡ଼ ଧରଣର ରାଜନୈତିକ ଓ ସାମାଜିକ ବିଶୃଙ୍ଖଳା ଏବଂ ସାମ୍ପ୍ରଦାୟିକ ହିଂସା ଘଟାଇବା ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ଉଦ୍ୟମ କରୁଛି ବୋଲି ଗୁଇନ୍ଦା ସଂସ୍ଥା ସତର୍କ କରିଦେଇଛି  । ବିଶେଷ କରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍)ର ବଡ଼ ବଡ଼ ନେତାମାନଙ୍କୁ ଆଇଏସ୍ଆଇ ଟାର୍ଗେଟ କରିଥିବା ଗତ କିଛି ଦିନ ତଳେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଦ୍ୱାରା ଗିରଫ ହୋଇଥିବା ଆଇଏସ୍ଆଇର ୩ ଜଣ ସାର୍ପସୁଟରଙ୍କୁ ଜେରାବେଳେ ଜଣାପଡ଼ିଛି  । ଏଥିପାଇଁ ସେମାନଙ୍କୁ ୪ କୋଟି ଟଙ୍କାର ସୁପାରୀ ଦିଆଯାଇଥିଲା  । ଅଗ୍ରୀମ ବାବଦକୁ ୧୫ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ କାମ ଶେଷ କରିବା ପରେ ସେମାନଙ୍କୁ ବାକି ଟଙ୍କା ମିଳିଥାନ୍ତା  । ସେମାନଙ୍କ ପାଇଁ ହୋଟେଲ୍ ବୁକ୍ କରାଯିବା ସହ ୪ଟି ମୋବାଇଲ୍ ଫୋନ୍ ଓ ୪ଟି ସିମ୍ ମଧ୍ୟ ଉପଲବ୍ଧ କରାଯାଇଥିଲା  । ପାଖାପାଖି ୩ ମାସ ତୀକ୍ଷଣ ନଜର ରଖିବା ପରେ ଆଇଏସ୍ଆଇର ୩ ଜଣ ସାର୍ପ ସୁଟରଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର ପୁଲିସ ଟିମ୍ ଗିରଫ କରିଛି  । ତେବେ ସେମାନଙ୍କ ଅନ୍ୟ ୪ ଜଣ ସହଯୋଗୀ ଏବେ ଫେରାର ଥିବାବେଳେ ପୁଲିସ ସେମାନଙ୍କୁ ଖୋଜୁଛି  ।

Comments