ପ୍ରୟାଗରାଜ,(ଭି ଏସ୍ କେ): ଭାରତର ବିଶିଷ୍ଟ ପରିଚୟ ଏବଂ ସମାଜ ଜୀବନର ଦୃଷ୍ଟି, ବିଭିନ୍ନ ବିଚାର ମତ, ପନ୍ଥ, ସମ୍ପ୍ରଦାୟ ଏବଂ ସାଧନା ପଦ୍ଧତିର ଧୈଯ୍ୟ ଏବଂ ସତ୍ୟ ଏକ ତାକୁ ପ୍ରାପ୍ତ କରିବାର ମାର୍ଗ ଅନେକ ଅଟେ । ସମସ୍ତ ସମ୍ପ୍ରଦାୟର ଉଦ୍ଦେଶ୍ୟ ହେଉଛି ନରକୁ ନାରାୟଣ କରି ଗଢିତୋଳିବା ସଂଯମିତ ଉପଭୋଗ, ମର୍ଯ୍ୟଦାକୁ ପାଳନ କରିବାର ସଂସ୍କାର ଭାରତୀୟ ସଂସ୍କୃତିରେ ରହିଛି । ଭାରତୀୟ ସଂସ୍କୃତି କେବଳ ସିଦ୍ଧାନ୍ତ ନୁହେଁ ଆଚରଣରେ ପ୍ରତିଫଳିତ ହୁଏ ଏବଂ ବିଶ୍ୱ କଲ୍ୟାଣର କାମନା ଏହି ସଂସ୍କୃତିରେ ନିହିତ ଅଛି । ପର୍ଯ୍ୟାବରଣ,ପ୍ରକୃତି ଆମ ଜୀବନର ଆଧାର ଅଟେ । ସମାଜକୁ ସତ୍ ମାର୍ଗରେ ଚଳାଇବାରେ କେବଳ ଆଶୀର୍ବାଦ ଏହି ପୂଜ୍ୟ ସନ୍ଥମାନଙ୍କ ଦ୍ୱାରା ସମୟାନୁସାରେ ପ୍ରାପ୍ତ ହୋଇଥାଏ, ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଭୈୟାଜୀ ଯୋଶୀ କହିଲେ ପ୍ରକାଶ କରିଛନ୍ତି ।
ସରକାର୍ଯ୍ୟବାହ ପ୍ରୟାଗରାଜରେ ଆୟୋଜିତ ସର୍ବସମାବେଶୀ ସାଂସ୍କୃତିକ କୁ୍ମ୍ଭକୁ ସଂବୋଧନ କରିବା ଅବସରରେ ଏହା ପ୍ରକାଶ କରି କହିଲେ ଯେ,ଭାରତର ନିଜସ୍ୱ ଏକ ବିଶେଷତା ରହିଛି । ଭିନ୍ନ ଭିନ୍ନ ପ୍ରକାରର ସମ୍ପ୍ରଦାୟ, ଭିନ୍ନ ଭିନ୍ନ ପ୍ରକାରର ପୂଜା ପଦ୍ଧତି ଏଠାରେ ଲୋକଙ୍କ ଠାରେ ଦେଖିବାକୁ ମିଳେ । ସାଧନାର ପଦ୍ଧତିମାନ ଭିନ୍ନ ଭିନ୍ନ , ଆମେ ସମସ୍ତ ଭିନ୍ନତା, ବିବିଧତାରେ ଏକାତ୍ମତାର ଦର୍ଶନ କରିବାର ଚିନ୍ତନ କରିଆସିଛୁ ଏବଂ ଏପ୍ରକାରର ପଦ୍ଧତିରେ କିଛି ଏକାତ୍ମତାର ସୂତ୍ର ରହିଛି । ଏସୂତ୍ର ସାରା ସମାଜକୁ ଯୋଡିବା କାମ କରିଥାଏ । କେତେକ ବିରୋଧୀ ଶକ୍ତିମାନ ଏହି ଭେଦଭାବକୁ ସମାଜରେ ବିଘଟନର ଆଧାର କରିଛନ୍ତି । କିଛିମାତ୍ରାରେ ଏମାନେ ସଫଳ ହୋଇଛନ୍ତି, କିନ୍ତୁ ଆଜିର ଏହି ବୈଚାରିକ କୁମ୍ଭ ଆମ ସମସ୍ତଙ୍କୁ ସେହି ଏକାତ୍ମତାର ଦିଗରେ ନେଉଥିବାକୁ ସିଦ୍ଧ ହେବ । ଅନେକ ବର୍ଷରୁ ଅନେକ ମହାପୁରୁଷମାନେ ବହୁପ୍ରକାର ପ୍ରଯତ୍ନ ଏହି ଦିଗରେ କରିଛନ୍ତି ।
ଭାରତର ମୂଳ ଚିନ୍ତନ ଶରୀରକୁ ମଧ୍ୟ ସାଧନ ମାନି ଆସିଛି । ଏବଂ ଏଠାରେ ଆମେ ଗୋଟିଏ କଥା ଦୋହରାଇ ଆସିଛୁ- ‘ଶରୀର ମାଧ୍ୟମ୍ ଖଳୁ ଧର୍ମଂ ସାଧନଂ’ ଶରୀର ଧର୍ମ ସାଧନର ମାଧ୍ୟମ ଅଟେ । ଆମେ ଶରୀରକୁ ଏତେ ମହତ୍ୱ ଦେଇନୁ ଏବଂ ଭାରତର ମନିଷୀମାନେ କହିଛନ୍ତି ଯେ ଶରୀରତ ଅବିନାଶୀ ନୁହେଁ ବିନାଶି ଅଟେ, କିନ୍ତୁ ଆତ୍ମା ଅବିନାଶୀ ଅଟେ ସେ କେବେ ନଷ୍ଟ ହୁଏନାହିଁ । ଯାହାକୁ ଅଗ୍ନି ଶେଷ କରିପାରିବ ନାହିଁ, ଏହା ଚିରନ୍ତନ ରହିବ , ନୂଆ ନୂଆ ଜୀବନ ପ୍ରାପ୍ତ ହୋଇପାରିବ ଏବଂ ଏହି ଭଳି ଜୀବନ ଯାତ୍ରା ଗତି କରୁଥିବ ପରିଶେଷରେ ଯାଇ କେବେ ମୋକ୍ଷର ପ୍ରାପ୍ତି ହେବ, ଏବଂ ଯେତେବେଳେ ଶରୀରକୂୁ ନେଇ ଯେତେ ମୋହ ବିଷୟ ସୃଷ୍ଟି ହୁଏ ତାହା ଧିରେ ଧିରେ କ୍ଷୀଣ ହେବାରେ ଲାଗେ, ଦୁର୍ବଳ ହୋଇଯାଏ, ଏବଂ ଶରୀର ଉଦ୍ଧ୍ୱର୍ରେ କିଛି ଅଛି, ଏଠାରେ ଏପରି ବିଚାର ସାମାନ୍ୟ ବ୍ୟକ୍ତି କରିବାକୁ ପ୍ରାରମ୍ଭ କରେ । ଶରୀରର ଆଜି ବା କାଲି ସମାପ୍ତ ହେବ ମୁଁ ରହିବି ।
ଆମ ଏଠାରେ ମାନ୍ୟତା ରହିଛି, କେବଳ ମାନ୍ୟତା ନୁହେଁ ଆମ ସମସ୍ତଙ୍କ ଅନୁଭବ ରହିଛି । ଯେମିତି କୋ÷ଣସି ଜଣେ ମଣିଷର ବିକାଶର କଥା ଆମେ ଯେତେବେଳେ କହୁ ସେତେବେଳେ ଆମର ସମସ୍ତ ଚିନ୍ତକମାନେ କୋ÷ଣସି ପ୍ରକାର ପନ୍ଥ, ସମ୍ପ୍ରଦାୟର ହେଉ ନାହିଁକି, ଶାକ୍ତ ସମ୍ପ୍ରଦାୟର ହେଉ, ଜୈନ, ବୋ÷ଦ୍ଧ,ଅବା ଶିଖ ସମ୍ପ୍ରଦାୟର ହେଉନା କାହିଁକି, ବିଭିନ୍ନ ପ୍ରକାରର ବିଚାରଧାରା ବିଶ୍ୱାସ ରଖୁଥିବା ଏହି ମତବାଲମ୍ବୀ ଏହି କଥାହିଁ କହିଛନ୍ତି ଯେ ପ୍ରକୃତି ଦ୍ୱାରାହିଁ ଏହି ଶରୀର ଆମକୁ ମିଳିଛି ଯଦି ବିକାଶ ଦିଗରେ ଗତି କରିବାରେ ଏହା ପ୍ରାରମ୍ଭ କରେ ତେବେ ଦେବତାଙ୍କ ସହ ଏହା ବିଲୀନ ହୋଇଯାଏ । ସେ ଦେବଦୂତ ହୋଇଯାଏ । ତେବେ ଏଠାରେ ମଣିଷର ବିକାଶର ଅବଧାରଣା ନରରୁ ନାରାୟଣର ଯାତ୍ରା ହୋଇଥାଏ । ଏପରି ବିଚାର ଏଠାରେ ରହିଛି । ସମସ୍ତ ସମ୍ପ୍ରଦାୟ ଏଇ କଥା ହିଁ କହିଛନ୍ତି । ନରରୁ ନାରାୟଣ ହେବା । ଏ ସମସ୍ତ ପ୍ରକାରର ବ୍ୟକ୍ତିଗତ ଜୀବନର ମୋହ, ରହିଥିବା ଦୋଷ, ସେହି ଦୋଷରୁ ମୁକ୍ତ ରହିବାର ମାର୍ଗ ପ୍ରଶସ୍ତ କରେ । ବ୍ୟକ୍ତିର ଅନ୍ତଃକରଣରେ ଏହି ବୀଜର ଦୃଷ୍ଟି ଆମ ସମସ୍ତଙ୍କୁ ଦିଆଯାଇଛି । ଯାହା ତ୍ୟାଗର ଅଟେ,ମନୁଷ୍ୟ ତ୍ୟାଗର ଦିଗରେ ଯାଉ । ଏକ ସଂଯମୀତ ଉପଭୋଗ କରୁ । ଏହି ଉପଭୋଗ ବେଳେ ସବୁ ପ୍ରକାରର ମର୍ଯ୍ୟଦାକୁ ପାଳନ କରୁ । ଆମ ଏଠାରେ ଏମିତି କୁହାଯାଇନାହିଁ ଯେ ଆମେ ଗରୀବ ରହୁ, ଦରିଦ୍ର ରହୁ ।
‘ପରୋପକାରୟ ପୂଣ୍ଣାୟ ପାପାୟ ପରପୀଡନମ୍’ ଏହା ସମସ୍ତ ଗ୍ରନ୍ଥର ସଂଦେଶ ରହିଛି । ଏହା ସମସ୍ତ ଗ୍ରନ୍ଥର ସାର ଅଟେ । ଏଥିପାଇଁ ଏପରି ଭିନ୍ନ-ଭିନ୍ନ ପ୍ରକାର ଅନୁଭବରେ ଆସୁଥିବା ପଦ୍ଧତି, ଟିକେ ଅଲଗା ଅଲଗା ପ୍ରକାର ରଖାଯାଇଥିବା ବିଚାର, ଅଲଗା ଅଲଗା ପ୍ରକାରର ମହାପୁରୁଷମାନେ ନିଜ ଚିନ୍ତନର ଆଧାର ଅନୁସାରେ ଅନୁଯାୟୀ ବର୍ଗ ନିର୍ମାଣ କରିଥାଇ ପାରନ୍ତି । କିନ୍ତୁ ଏସବୁକୁ ଯୋଡୁଥିବା କଥା ଯଦି ଗୋଟିଏ ଶଦ୍ଦରେ କୁହାଯାଏ ତାହା ହିନ୍ଦୁ ହିଁ ହେବ । ଏହି ହିନ୍ଦୁ ଶଦ୍ଦହିଁ ଏହି ଏକାତ୍ମତାର ଦର୍ଶନ କରାଇଥାଏ । ଏହି କୁମ୍ଭର ଆୟୋଜନ କରିବା ବେଳେ ଏକ ଘୋଷ ବାକ୍ୟ କୁହାଯାଇଛି ତାହା ହେଲା ‘ଏକ ସତ୍ ବିପ୍ରାଃ ବହୁଧାଃ ବଦନ୍ତି’ ଏହାହିଁ ଏକମାତ୍ର ସୂତ୍ର, ସତ୍ୟ ଏକ ସେହି ସତ୍ୟ ନିକଟରେ ପହଂଚିବାର ରାସ୍ତା ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ । ସତ୍ୟ ସର୍ନ୍ଦଭରେ ଏଠାରେ ଭିନ୍ନ ପ୍ରକାରର ବିଚାର ନାହିଁ । ଏହି ସମସ୍ତ ବୈଚାରିକ କୁମ୍ଭରେ ଦିନସାରା ଯେଉଁ ବିଚାର ମନ୍ଥନ ହେବ ତାହା ସତ୍ୟ ଦିଗକୁ ଯାଉଥିବା ମାର୍ଗ କେବଳ ନହୋଇ ସତ୍ୟ କ’ଣ ଅଟେ, ତାକୁ ବୁଝିବା, ସ୍ମରଣ କରିବାର କାମ ଆଜିର ଏହି ବୈଚାରିକ କୁମ୍ଭରେ ହେବାକୁ ଯାଉଛି ।
ମୁଁ ଏତିକି ମାତ୍ର ସଂକ୍ଷେପରେ ଏହି ସତ୍ୟକୁ କହିଛି, ଯାହା ମୂଳଭୂତ ଚିନ୍ତନ କ’ଣ ? ତାହାର ବହୁତ ସୂତ୍ର ରୂପେ ଆପଣଙ୍କ ସାମନାରେ ରଖିବାର ପ୍ରୟାସ କରୁଛି । ବାସ୍ତବରେ ମଂଚରେ ଏପରି ଶ୍ରେଷ୍ଠ ମହାତ୍ମା ସନ୍ଥ ବସିଛନ୍ତି ତାଙ୍କ ବାଣୀରୁ ଆମେ ଲାଭାନ୍ୱିତ ହେବା । ମୁଁ କେବଳ ଏହି ଚର୍ଚ୍ଚାର ସୂତ୍ର ମାତ୍ର । ଏହି ଦୃଷ୍ଟିରୁ ଆପଣଙ୍କ ସାମନାରେ ଛିଡା ହୋଇଛି । ଆମର ଏଠାରେ ମାନ୍ୟତା ରହିଛି କି ଏହି ଚରାଚର ସୃଷ୍ଟି ଏକ ଅଟେ । ତାଠାରେ ଗୋଟିଏ ମାତ୍ର ଚିନ୍ତନ ଭରି ରହିଛି । କୋ÷ଣସି ପ୍ରକାରର ଚର-ଅଚର, କୋ÷ଣସି ପ୍ରକାରର ଭେଦ ଏଠି ନାହିଁ । ଏକହିଁ ଚିନ୍ତନ ରହିଛି । ଯାହାକୁ ଆମେ ଇଶ୍ୱର ବୋଲି ସ୍ୱୀକାର କରୁ ଏବଂ ସାରା ବ୍ରହ୍ମାଣ୍ଡରେ ଇଶ୍ୱରଙ୍କ ଅସ୍ତିତ୍ୱକୁ ଆମେ ଅନୁଭବ କରୁ । ଯାହା ପ୍ରାଣ ଶକ୍ତି ଅଟେ, ଯାହା ଚେତନା, ତାହା ହିଁ ସେହି ଶକ୍ତିର ପ୍ରତୀକ ଅଟେ ଏବଂ ଏଥିପାଇଁ ଆମ ଏଠାରେ କହୁଯାଇଛି କି ଇଶାବାସ୍ୟ ମିଦଂ ସର୍ବେ । ଆମ ଆଖ ପାଖରେ ଚର ଅଚର, ଜଡ, ଚେତନ, ସବୁଥିରେ ସେହି ଇଶ୍ୱର ଶକ୍ତିର ଉତ୍ସ ରହିଛି ।
ସତ୍ୟ କ’ଣ ? ସତ୍ୟ ହେଉଛି ସମନ୍ୱୟର ମାର୍ଗ । କେବେ ବିଶ୍ୱରେ ଚିନ୍ତନ ହୋଇଥିଲା । କିଛି ଲୋକ କହିଲେ କି ଯାହା ପାଖରେ ଅର୍ଥ ବଳ ରହିଛି ସେ ବିଶ୍ୱରେ ସାମ୍ରାଜ୍ୟ ସ୍ଥାପିତ କରିବ । ତେବେ ଦୁନିଆଁର ଅଧିକାଧିକ ଦେଶ ସଂପତି ପ୍ରାପ୍ତ କରିବାରେ ଲାଗି ପଡିଲେ । ଗୋଟିଏ ସମୁହ କହିଲେ ଯେ ଯାହା ପାଖରେ ସଂଖ୍ୟାବଳ ଅଧିକ ରହିଛି ସେ ବିଶ୍ୱରେ ସାମ୍ରାଜ୍ୟ ସ୍ଥାପନ କରିବ । ତେଣୁ ଦୁନିଆଁର ଅଲଗା ଅଲଗା ଦେଶ ନିଜ ସଂଖ୍ୟା ବଢାଇବାର କାମରେ ଲାଗି ପଡିଲେ । କିନ୍ତୁ ତୃତୀୟ ଏକ ବିଚାର ସାମନାରେ ରଖା ଗଲା କି ବିଶ୍ୱରେ ତାହାର ପ୍ରଭାବ ହେବ ଯିଏ ଆସୁଥିବା ସମୟରେ ସମନ୍ୱୟର ବିଚାର ରଖୁଥିବ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ବିଚାର ରଖୁଥିବ । ସମସ୍ତଙ୍କୁ ନିଜ ନିଜ ମାର୍ଗରେ ଯିବାର ସ୍ୱତନ୍ତ୍ରତା ଦେଉଥିବ । ମୁଁ ଭାବୁଛି କି ଏଠାକାର ମନିଷୀମାନେ ସ୍ଥାପନ କରିଥିବା ଚିନ୍ତନ ଭବିଷ୍ୟତର ସମସ୍ତ ପ୍ରକାର ସଂର୍ଘଷକୁ ସମାପ୍ତ କରିବା ସଫଳ ଓ ସିଦ୍ଧ ହେବ ।
Comments
Post a Comment