ମହୋଦଧି ଆଳତୀ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ, ସାଧୁସନ୍ଥଙ୍କ ସମାଗମ


ପୁରୀ, ୨୧ ।୧  : ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠ ତରଫରୁ ଗତ ରବିବାର ଦିନ ପ୍ରତିବର୍ଷ ଭଳି ପୌଷ ପୂର୍ଣ୍ଣିମାରେ ମହୋଦଧି ଆଳତୀ ଓ ତାର ୧୨ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି  । ଏଥିରେ ଗଜପତି ମହାରାଜା ଦିବ୍ୟସିଂ ଦେବଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାର ବହୁ ସାଧୁସନ୍ଥ ଥିବାବେଳେ ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲେ  । ଶଙ୍କରାଚାର୍ଯ୍ୟ ସ୍ୱାମୀ ନିର୍ବିକଳ୍ପନନ୍ଦ ସରସ୍ୱତୀ ଆଦିତ୍ୟ ବାହିନୀର ମୁଖ୍ୟ ଜିତେନ୍ଦ୍ରୟ ମହାପାତ୍ର, ମଠ ମୁଖପାତ୍ର ମନୋଜ ରଥ ଓ ଅନ୍ୟମାନେ ପରିଚାଳନା କରିଥିଲେ  । ଗୋବର୍ଦ୍ଧନ ମଠ ପୁରୀ ଆନୁକୂଲ୍ୟରେ ତୀର୍ଥରାଜ ମହୋଦଧି ଆଳତୀ ୧୨ ବର୍ଷ ହେଲା ସମୁଦ୍ର କୂଳରେ ହୋଇ ଆସୁଥିବାବେଳେ ରବିବାର ମହୋଦଧି ଆଳତୀ ଆକର୍ଷଣୀୟ ହୋଇଥିଲା  । ଲକ୍ଷାଧିକ ଭକ୍ତ, ସାଧାରଣ ଲୋକେ ଦର୍ଶନ କରିବା ସହ ସଂକୀର୍ତ୍ତନ ଶୋଭାଯାତ୍ରାର ଆୟୋଜନ ମଧ୍ୟ କରାଯାଇଥିଲା  । ମହୋଦଧି ଆଳତୀ ପରିଚାଳନା ସମିତି ସଂପାଦକ ସୁନିଲ କୁମାର ପଣ୍ଡା ସଂଯୋଜନା କରିଥିଲେ  ।

Comments