ବରେଣ୍ୟ ମହାପୁରୁଷଙ୍କ ଜୟନ୍ତୀ ପାଳନ କରାଇ ଦେଇନଥିବା ଖଳନାୟକ ଓ ସ୍ଥାଣୁ ପ୍ରଶାସନିକ ଅଧିକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ ଓ ଭଣ୍ଡୁର କରିଥିବା
ଅରାଷ୍ଟ୍ରୀୟବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ସାରା ରାଜ୍ୟରେ ବିକ୍ଷୋଭ
ଭୁବନେଶ୍ୱର,୨୫/୧: ଗତ ଜାନୁଆରୀ ୨୩ ତାରିଖ ପବିତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ କେନ୍ଦ୍ରାପଡାରେ କେତେକ ଅରାଷ୍ଟ୍ରୀୟ ଅନୁପ୍ରବେଶକାରୀ ମୁସଲମାନ ବିରୋଧ କରିଥିଲେ ଏବଂ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ସଭାକାର୍ଯ୍ୟକୁ କରାଇ ନଦେବା ପାଇଁ ବଳପୂର୍ବକ ଚେଷ୍ଟା କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ସହରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଏକ ପଥସଂଚଳନ ସହର ପରିକ୍ରମା କରୁଥିଲା । ଏହି ଶାନ୍ତିୂର୍ଣ୍ଣ ପଥସଂଚଳନକୁ ପୂର୍ବରୁ କୌଣସି ଉତେଜନା ନଥାଇ ବିରୋଧ କରାଯାଇଥିଲା । ପୋଲିସର ଜ୍ଞାତସାରରେ ସମସ୍ତ କାର୍ଯ୍ୟକ୍ରମର ଯୋଜନା ହୋଇଥିଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନରେ ପୋଲିସ ୧୪୪ଧାରା ଜାରି କରିଥିଲା । ଏହି କଟକଣା ଜାରି କରିବା ସତ୍ୱେ ହଠାତ୍ ହଜାର ହଜାର ମୁସଲମାନ ମାରଣାସ୍ତ୍ର ଧରି କାର୍ଯ୍ୟକ୍ରମ ସ୍ଥାନରେ ଏକତ୍ରିତ ହୋଇଯାଇଥିଲେ । ତେଣୁ ଓଡିଶାର ଏହି ଦୁଇ ବରେଣ୍ୟ ମହାପୁରୁଷଙ୍କ ସମ୍ମାନାର୍ଥେ ଆୟୋଜିତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇ ପାରିଲା ନାହିଁ । ଏଥିାଇଁ ଅପାରଗ ପୋଲିସ ପ୍ରଶାସନ ଏବଂ ଗୁଇନ୍ଦା ବିଭାଗର ନିଷ୍କ୍ରିୟତା ସହିତ ଅରାଷ୍ଟ୍ରୀୟ ମୁସଲମାନମାନଙ୍କ ଔଦ୍ଧତ ସମ୍ପୂର୍ଣ୍ଣ ଦାୟୀ । ଏହିପରି ଏକ ଦେଶଭକ୍ତିମୂଳକ ପୂଜ୍ୟପୂଜା କାର୍ଯ୍ୟକ୍ରମ ବ୍ୟାହତ ହୋଇଥିବା ଯୋଗୁଁ ସହରର ଶାନ୍ତିିପ୍ରିୟ ଜନସାଧାରଣଙ୍କ ମନରେ କ୍ଷୋଭ ପ୍ରକାଶ ପାଇଥିଲା ଯାହାର ପରିଣାମ ସ୍ୱରୂ୨୪ ତାରିଖ ଦିନ ସମସ୍ତ କେନ୍ଦ୍ରାପଡାବାସୀ ଏକତ୍ରିତ ହୋଇ କେନ୍ଦ୍ରାପଡା ବନ୍ଦ ପାଳନ କରିଥିଲେ । ତେଣୁ ଏପରି ଏକ ଅପ୍ରୀତିକର ପରିସ୍ଥିତି ଉପୁଜି ଜିଲ୍ଲାରେ ସାଂପ୍ରଦାୟିକ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସଂଘର ସ୍ୱୟଂସେବକମାନଙ୍କ ସଂଯମତା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲା । ତେଣୁ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୟନ୍ତୀ ପାଳନ ନକରାଇ ଦେବା ପାଇଁ ଏହିପରି ଆକସ୍ମିକ ଘଟଣା ଭିଆଇଥିବା ଖଳନାୟକ ଓ ସ୍ଥାଣୁ ପ୍ରଶାସନିକ ଅଧିକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଶୁକ୍ରବାର ଦିନ ରାଷ୍ଟ୍ରୀୟ ସୁରକ୍ଷା ସମିତି ତରଫରୁ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଜିଲ୍ଲା କେନ୍ଦ୍ରମାନଙ୍କରେ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି ଏବଂ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଭୁବନେଶ୍ୱରର ମାଷ୍ଟ୍ରକ୍ୟାଂଟିନ ଛକଠାରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ତରଫରୁ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ସମିତିର ସଭାପତି ଜୟକୃ୍ଷ୍ଣ ପୃଷ୍ଠିଙ୍କ ଅଧ୍ୟକ୍ଷତାରେ ବୈକୁଣ୍ଠନାଥ ସାହୁ, ସୁବ୍ରତ ତ୍ରିପାଠି, ସମିତିର ସଂପାଦକ କାମାକ୍ଷା ପ୍ରସାଦ ପ୍ରଧାନ, ସୌମେରେନ୍ଦ୍ର ଜେନା, ବିଷ୍ଣୁ ଦାସ ପ୍ରମୁଖ ଏକ ଛଅ ଜଣିଆ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଏହି ସ୍ମାରକ ପତ୍ରରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ଦାବି କରିଛି ଯେ, କେନ୍ଦ୍ରାପଡା ତଥା ଓଡିଶା ପରି ଏକ ଶାନ୍ତିପୂର୍ଣ୍ଣ ପ୍ରଦେଶରୁ ବଙ୍ଗଳାଦେଶୀ ଅନୁ ପ୍ରବେଶକାରୀ ଓ ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଚିହ୍ନଟ କରି ଦେଶାନ୍ତର କରାଯାଉ । ଏ ଦିଗରେ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଉ ।
ଗୋଲଖ ଜନ୍ଦ୍ର ଦାସ
Comments
Post a Comment