ପ୍ରୟାଗରାଜ, ୨୦/୧ : ଅଯୋଧ୍ୟାରେ ପଥର ପ୍ରସ୍ତୁତ ହୋଇ ରହିଛି । ଯଦି ୧ ମାସର ସମୟ ମିଳେ ତେବେ ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କାମ ଶେଷ ହେବ ବୋଲି ଅଖିଳ ଭାରତୀୟ ଆଖଡ଼ା ପରିଷଦର ମହନ୍ତ ମହେନ୍ଦ୍ର ଗିରି କୁମ୍ଭରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଦୀର୍ଘ ବର୍ଷ ଧରି ରାମମନ୍ଦିର ନିର୍ମାଣ ଲାଗି କୌଣସି ରାଜନୈତିକ ଦଳ ଉତ୍ସାହ ଦେଖାଉନଥିବାକୁ ନେଇ ସେ କ୍ଷୁବ୍ଧ ହୋଇଥିଲେ । କ୍ଷମତାରେ ଯିଏ ବି ଥାଉ ବା ଯାହାର ସରକାର ରହିଥାଉ ସେଥିରୁ କିଛି ଯାଏ ଆସେ ନାହିଁ । ମାତ୍ର ରାମମନ୍ଦିର ନିର୍ମାଣ ହେବା ଦରକାର । ଉଲ୍ଲେଖଥାଉ କି ଆସନ୍ତା ୩୧ ତାରିଖ ଓ ଫେବୃୟାରୀ ୧ରେ କୁମ୍ଭ ମେଳାରେ ବିଶ୍ୱ ହିନ୍ଦୁ ପରିଷଦର ଏକ ବିଶାଳ ଧର୍ମସଭାର ଆୟୋଜନ ହେବ । ଉକ୍ତ ବିଶାଳ ଧର୍ମସଭାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥ ଓ ମହନ୍ତମାନେ ଅଯୋଧ୍ୟାରେ କିଭଳି ଭାବେ ରାମମନ୍ଦିର ନିର୍ମାଣ ହୋଇପାରିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

Comments
Post a Comment