ଶାବରୀମାଳା ଆନ୍ଦୋଳନ ସମାଜର ସଂର୍ଘଷ- ଡଃ ମୋହନ ଭାଗବତ


 ପ୍ରୟାଗରାଜ,(ଭି ଏସ୍ କେ):  ଧର୍ମ ସଂସଦ ଜଗତ୍ଗୁରୁ ସ୍ୱାମୀ ସରସ୍ୱତୀ ଜୀ ମହାରାଜଙ୍କ ଅଧ୍ୟକ୍ଷତାର ପ୍ରାରମ୍ଭ ହୋଇଥିଲା ,  ଯେଉଁଥିରେ ସାରାଦେଶର ପୂଜ୍ୟସନ୍ଥଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡଃ ମୋହନରାଓ ଭାଗବତ କହିଲେ ଯେ ସାବରୀମାଳା ସମାଜର ସଂର୍ଘଷ, ବାମପନ୍ଥୀ ସରକାର ନ୍ୟାୟପାଳିକାର ଆଦେଶ ଉଦ୍ଧ୍ୱର୍ରେ ଯାଉଛନ୍ତି ।  ସରକାର ପ୍ରତାରଣ ପୂର୍ବକ କିଛି ଅଣ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଭିତରକୁ ନେଇଯାଇଛନ୍ତି କିନ୍ତୁ ଯେଉଁମାନେ ଆୟାପ୍ପା ଭକ୍ତ ଅଟନ୍ତି ତାଙ୍କୁ ଦମନ କରାଯାଉଛି । ଯେଉଁଥି ପାଇଁ ହିନ୍ଦୁ ସମାଜ ଉଦ୍ବେଳିତ ।  ଆମେ ସମାଜର ଏହି ଆନ୍ଦୋଳନକୁ ସମର୍ଥନ କରୁଛୁ ।  ନ୍ୟାୟପାଳିକାକୁ ଯାଇଥିବା ଯାଚିକାକର୍ତା ମଧ୍ୟ ଭକ୍ତ ନଥିଲେ । ଆଜି ହିନ୍ଦୁ ସମାଜରେ ବିଘଟନ ସୃଷ୍ଟି କରିବା ପାଇଁ କେତେ ପ୍ରକାରର ପ୍ରୟାସ ଚାଲିଛି, କେତେ ପ୍ରକାରର ସଂର୍ଘଷ ଓ ଷଡଯନ୍ତ୍ର କରାଯାଉଛି , ଜାତିଗତ ବିଦ୍ୱେଷ ସୃଷ୍ଟି କରାଯାଉଛି, ଏହାର ସମାଧାନ ଲାଗି ସମାଜିକ ସମରସତା, ଜାତିଗତ ସଦ୍ଭାବ, ତଥା କୁଟୁମ୍ବ ପ୍ରବୋଧନ ଆଦିର ପଦକ୍ଷେପ ନେବାକୁ ପଡୁଛି । ଧର୍ମ ଜାଗରଣର ମାଧ୍ୟମରେ ଯେଉଁ ହିନ୍ଦୁ ବଂଧୁମାନେ ଆମଠୁ ଅଲଗା ହୋଇଯାଇଛନ୍ତି ତାଙ୍କୁ ଫେରାଇ ଆଣିବା ଏବଂ ସେମାନେ ଫେରିନଯାଆନ୍ତୁ ଏଥିପାଇଁ ପ୍ରୟାସ କରିବାର ଆବଶ୍ୟକତା ରହିଛି ।
ବିଶ୍ୱହିନ୍ଦୁ ପରିଷଦ କେନ୍ଦ୍ରୀୟ ମହାମନ୍ତ୍ରୀ ମିଲିନ୍ଦ ପରାଂଡେଙ୍କ ପ୍ରସ୍ତାବନା ରଖି କହିଲେ ଯେ ହିନ୍ଦୁ ସମାଜ ସ୍ୱୟଂ ଜାଗରୁକ ସମାଜ,  ଯିଏ ସମୟାନୁସାରେ  ନିଜର ଦୋଷକୁ ସ୍ୱୟଂ ନିର୍ମୁଳନ  କରିଛି, ନମ୍ବୁଦ୍ରିପାଦ ଲେଖିଥିଲେ ଯେ କେରଳରେ ସାମ୍ୟବାଦକୁ ଆଗକୁ ବଢିବାକୁ ହେଲେ ଭଗବାନ୍ ଆୟାପ୍ପାଙ୍କ ପ୍ରତି ଶ୍ରଦ୍ଧା ସମାପ୍ତ କରିବାକୁ ପଡିବ । ସନ୍ ୧୯୫୦ ରେ ଆୟପ୍ପା ମନ୍ଦିରର ବିଗ୍ରହ ଭଙ୍ଗାଗଲା, ତଥା ନିଆଁ ଲଗାଗଲା, ଆୟାପ୍ପା ଭକ୍ତଙ୍କ ଆସ୍ଥା ଉପରେ କୁଠାରଘାତ୍ କରାଯିବାର କାର୍ଯ୍ୟ କରାଗଲା । ନ୍ୟାୟାଳୟର ନିର୍ଣ୍ଣୟ ପରେ ବାମପନ୍ଥ୍ୀ ସରକାର ହିନ୍ଦୁ ସମାଜ ଉପରେ ଯେଉଁ ପ୍ରକାର ବ୍ୟବହାର କରିଛି ତାହା ବିରୋଧରେ ଭଗବାନ୍ ଆୟାପ୍ପାଙ୍କ ପୁରୁଷ ଭକ୍ତମାନେ ତଥା ମା’ ଭଉଣୀମାନେ ଆଜି ପର୍ଯ୍ୟନ୍ତ ସଂର୍ଘଷ କରୁଛନ୍ତି । କିନ୍ତୁ ବାମପନ୍ଥୀ ସରକାର ଦମନଚକ୍ର ଚଳାଇଛନ୍ତି ।  ଏହି ସଂର୍ଘଷରେ ପାଂଚଜଣ ଭକ୍ତଙ୍କ ପ୍ରାଣ ଯାଇଛି । ଜାତି ଓ ଭାଷାର ଆଧାରରେ ମହାରାଷ୍ଟ୍ର,ଆସାମ ଏବଂ ଗୁଜୁରାଟରେ ହିନ୍ଦୁ ସମାଜକୁ ନିଜ ନିଜ ଭିତରେ ଲଢିବାର ଷଡଯନ୍ତ୍ର କରା ଯାଉଛି ।
ସ୍ୱାମୀ ରାମଦେବ କହିଲେ ଯେ ଦେଶରେ ସମାନ ନାଗରୀକ ଆଇନ୍ ତଥା ସମାନ ଜନସଂଖ୍ୟାର  ଆଇନ୍ ଅଣାଯିବା ଦରକାର ।  ଗୀତା ମନିଷୀ ସ୍ୱାମୀ ଜ୍ଞାନାନନ୍ଦଜୀ ମହାରାଜା କହିଲେ ଯେ ସରକାର ଶୀଘ୍ରାତି ଶିଘ୍ର ଗୋସେବା ଆୟୋଗ ଗଠନ କରିବା ଦରକାର । ମଂଚରେ ବିଶେଷରୂପେ ଜଗତ୍ଗୁରୁ ରାମାନନ୍ଦଚାର୍ଯ୍ୟ ନରେନ୍ଦ୍ରଚାର୍ଯ୍ୟ ମହାରାଜ, ଜଗତ୍ଗୁରୁ ରାମାନୁଜାଚାର୍ଯ୍ୟ, ହଂସଦେବାଚାର୍ଯ୍ୟ ଜୀ ମହାରାଜ, ନିର୍ମଳ ପୀଠାଧିଶ୍ୱର ଶ୍ରୀ ମହନ୍ତ ଜ୍ଞାନଦେବ ଜୀ ମହାରାଜ, ପୂଜ୍ୟ ସ୍ୱାମୀ ଜିତେନ୍ଦ୍ରନାଥ,ସତପାଲଜୀ ମହାରାଜ, ପୂଜ୍ୟ ସ୍ୱାମୀ ବିୟୋଗାନନ୍ଦ ମହାରାଜ, ପୂଜ୍ୟ ସ୍ୱାମୀ ବିବେକାନନ୍ଦ ସରସ୍ୱତୀ ମହାରାଜ, ଆନନ୍ଦ ଅଖାଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ବାଳକାନନ୍ଦ ଜୀ ମହାରାଜ, ନିରଂଜନ ଆଖଡାର ପୂଜ୍ୟ ସ୍ୱାମୀ ଜିତେନ୍ଦ୍ରନାଥ ସରସ୍ୱତୀ ମହାରାଜ, ଡଃ ରାମେଶ୍ୱରଦାସ ମହାରାଜ, ପୂଜ୍ୟ ସ୍ୱାମୀ ଆୟାପାଦାସ ଜୀ ମହାରାଜ, ପୂଜ୍ୟ ସ୍ୱାମୀଶ୍ରୀ ମହନ୍ତ ନୃତ୍ୟଗୋପାଳଜୀ ମହାରାଜ, ତଥା ମହାମଣ୍ଡଳେଶ୍ୱର ଜୟରାମଦାସ ଜୀ ମହରାଜଙ୍କ ସହିତ ୨୦୦ ସନ୍ଥ ମଂଚ ଉପରରେ ଏବଂ ୩୦୦୦ ରୁ ଉଦ୍ଧ୍ୱର୍ ସନ୍ଥ ସଭାଗୃହରେ ଉପସ୍ଥିତ ଥିଲେ ।
କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳର ବରିଷ୍ଠ ସଦସ୍ୟ ଏବଂ ଆଚାର୍ଯ୍ୟ ସଭାର ମହାମନ୍ତ୍ରୀ ପୂଜ୍ୟ ସ୍ୱାମୀ ପରମାତ୍ମାନନ୍ଦଜୀ ମହାରାଜ ସାବରିମାଳାର ପରମ୍ପରା ଏବଂ ଆସ୍ଥା ରକ୍ଷାକରି ସଂର୍ଘଷ-ଅଯୋଧ୍ୟା ଆନ୍ଦୋଳନର ସମକକ୍ଷ ପ୍ରସ୍ତାବ ପାଠ କରିଥିଲେ ତଥା ପୂଜ୍ୟସ୍ୱାମୀ ଆୟପ୍ପାଦାସ ଜୀ ମହାରାଜ ପ୍ରସ୍ତାବର ଅନୁମୋଦନ କରିଥିଲେ ।  ଦ୍ୱିତୀୟ ପ୍ରସ୍ତାବ ହିନ୍ଦୁ ସମାଜର ବିଘଟନ ଷଡଯନ୍ତ୍ରର ବାଚନ ପୂଜ୍ୟ ସ୍ୱାମୀ ଗୋବିନ୍ଦ ଦେବଜୀ ମହାରାଜ କରିଥିଲେ, ତଥା ଅନୁମୋଦନ ସନ୍ଥ ସମିତିର ମହାମନ୍ତ୍ରୀ ପୂଜ୍ୟ ସ୍ୱାମୀ ଜିତେନ୍ଦ୍ରାନନ୍ଦ ମହାରାଜ କରିଥିଲେ ।

Comments