ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ନିକଟରେ ୧୫ମିନିଟ୍ ତୀର ବାଦନ


ସମ୍ବଲପୁର,୨୩ା୧ : ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ସମ୍ବଲପୁର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍ଏସ୍) ପକ୍ଷରୁ ବୁଧବାର ଘୋଷ ସଂଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଚାରଭାଟି ଛକରୁ ସ୍ୱୟଂସେବକ ମାନେ ପୂର୍ଣ୍ଣ ଗଣବେଶ ସହ ଘୋଷବାଦ୍ୟ ସହ ସଂଚଳନରେ ବାହାରିଥିଲେ ।  ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ନିକଟରେ ୧୫ମିନିଟ୍ ତୀର ବାଦନ କରାଯାଇଥିଲା । ଏହାପରେ ଘୋଷର ତାଳେତାଳେ ସେମାନେ ପାଦ ପକାଇ ଜିଲ୍ଲା ସ୍କୁଲ, ଲକ୍ଷ୍ମୀ ଟକିଜ୍, ମୁଦିପଡା, କୁଞ୍ଜେଲପଡା, ବାଲିବନ୍ଧା ଦେଇ ସୋମନାଥ ମନ୍ଦିରରେ ପଂହଚି ସମାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଷେତ୍ର ପ୍ରଚାରକ ପ୍ରଦୀପ ଯୋଶୀ, କ୍ଷେତ୍ର ସଂଗଠକ ପ୍ରମୁଖ ପ୍ରସନ୍ନ ମିଶ୍ର, କ୍ଷେତ୍ର ଶାରିରିକ ପ୍ରମୁଖ ବୁଦ୍ଧଦେବ ମଣ୍ଡଳ, ପ୍ରାନ୍ତ ସଂଘ ଚାଳକ ବିପିନ ବିହାରୀ ନନ୍ଦ, ପ୍ରାନ୍ଥ କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ, ପ୍ରାନ୍ତ ପ୍ରଚାରକ ବିଷ୍ଣୁ ପାତ୍ର, ସହ ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା, ପ୍ରାନ୍ତ ଶାରୀରିକ ପ୍ରମୁଖ ହରେକୃଷ୍ଣ ମାଝୀ, ପ୍ରାନ୍ତ ପ୍ରଚାର ପ୍ରମୁଖ ବିଶ୍ୱ ରଂଜନ ପୁଝାରୀ ଓ ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ମହେଶ୍ୱର ବେହେରା ପ୍ରମୁଖ ସାମିଲ ଥିଲେ ।

Comments