ରାଷ୍ଟ୍ରୀୟ ସୁରକ୍ଷା ସମିତି ଆହ୍ୱାନରେ ରାଜନଗର ବନ୍ଦ


ରାଜନଗର,୨୪ା୧ : ରାଷ୍ଟ୍ରୀୟ ସୁରକ୍ଷା ସମିତି ଆହ୍ୱାନରେ ଦିଆଯାଇଥିବା କେନ୍ଦ୍ରାପଡା ଜିଲ୍ଲା ବନ୍ଦ ଡାକରା ରାଜନଗର ବ୍ଲକରେ ଫଳପ୍ରଦ ହୋଇଛି । ସମିତିର ରାଜନଗର ବ୍ଲକ ଆବାହକ ଶିବପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ହଂସୁଆ ସେତୁ ନିକଟରେ ରାସ୍ତାରୋକ କରାଯିବା ସହ ନାରାବାଜି କରାଯାଇଥିଲା । ଏହାପରେ କର୍ମକର୍ତାମାନେ ଦୋକାନ ବଜାର, ଅଫିସ, ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ । ବୁଧବାର ଦିନ କେନ୍ଦ୍ରାପଡାଠାରେ ନେତାଜୀ ସୁବାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ମୁସଲମାନ ସଙ୍ଗଠନ ବିରୋଧ କରିଥିଲେ । ଯେଉଁ ପଡିଆରେ ଏହି କାର୍ଯ୍ୟକ୍ରମ କରାଯିବାର ଥିଲା, ସେମାନଙ୍କୁ ପ୍ରଶାସନ ଅନୁମତି ଦେଇନଥିଲା । ଏଠାରେ ସୁବାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ କାହିଁକି ପାଳନ ହେବ ବୋଲି ମୁସଲିମ୍ ସଙ୍ଗଠନ ବିରୋଧ କରିଥିଲେ । ଫଳରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ପାଇଁ ପ୍ରଶାସନଠାରୁ ଅନୁମତି ଆଣିଥିଲେ ମଧ୍ୟ ପାଳନ କରିପାରିନଥିଲେ । ଯାହାକୁ ନେଇ କେନ୍ଦ୍ରାପଡରେ ୧୪୪ଧାରା ଜାରୀ କରାଯାଇଥିଲା । ଅପରପକ୍ଷରେ ହିନ୍ଦୁ ସଂଗଠନ ପକ୍ଷରୁ ସମଗ୍ର ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଥିଲା । ରାଜନଗରରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରୋଜ ଦାସ, ପବିତ୍ର ସେଠୀ, ସଂଜୟ ବାଗ, କ୍ରିଷ୍ଣା ବେହେରା, ଲିଟନ ସେଠୀ, ଜଗବନ୍ଧୁ ଖଟୁଆ, ଅଭିଷେକ ଲେଙ୍କା, ପ୍ରତାପ ସେଠୀ, ଦୀପକ ସେଠୀ, ମିଥୁନ ମଣ୍ଡଳ, ନିଳମଣୀ ସେଠୀ, କାଳିଆ ସେଠୀ ପ୍ରମୁଖଙ୍କ ସହ ବହୁ କାର୍ଯ୍ୟକର୍ତାମାନେ ସାମିଲ ହୋଇଥିଲେ । ସେମାନଙ୍କୁ ନୈତିକ ସମର୍ଥନକରି ପ୍ରାକ୍ତନ ବିଧାୟକ ଅଲେଖକୁମାର ଜେନା, ବିଜେପି ନେତା ଅଜୟକୁମାର ବେହେରା, ସଦାଶିବ ଜେନା, ଦେବଦତ ରାଉଳ, ଦିଲ୍ଲୀପ ରାଉତ, ଭାଗବତ ରଥ, ରାଜୀବଲୋଚନ ନାୟକ ପ୍ରମୁଖ  ସାମିଲ ହୋଇଥିଲେ । 

Comments