ରାମ ମନ୍ଦିର ମାମଲାରେ କେନ୍ଦ୍ର ସରକାରଙ୍କ ଦୃଢ ପଦକ୍ଷେପ


ନୂଆଦିଲ୍ଲୀ,୨୯ା୧: ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଅଯୋଧ୍ୟାରେ ବିବାଦିତ ସ୍ଥଳରେ ହିନ୍ଦୁ ପକ୍ଷକାରଙ୍କୁ ଯେଉଁ ଜମି ଦିଆଯାଇଛି ତାହା ରାମଜନ୍ମଭୂମି ନ୍ୟାସଙ୍କୁ ଦିଆଯାଉ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି ଏବଂ ୨.୭୭ ଏକର ଭୂମିର କିଛି ଅଂଶ ଭାରତ ସରକାରଙ୍କୁ ଦିଆଯାଉ ବୋଲି କୁହାଯାଇଛି । ତେବେ ଆଜି ସୁପ୍ରିମକୋର୍ଟରେ ଏହାକୁ ନେଇ ଶୁଣାଣି ହେବାର ଥିଲା କିନ୍ତୁ ଜଷ୍ଟିସ ବୋବଡେ ଛୁଟିରେ ଯିବା କାରଣରୁ ଶୁଣାଣି ଟାଳି ଦିଆଯାଇଛି । ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମଜନ୍ମଭୂମି-ବାବରୀ ମସଜିଦ ଜମି ବିବାଦରେ ଆଖପାଖ ପାଖାପାଖି ୭୦ ଏକର ଜମି କରେନ୍ଦ୍ର ସରକାରଙ୍କ ନିକଟରେ ରହିଛି । ଏଥିରୁ ୨.୭୭ଏକର ଜମିରେ ଇଲହାବାଦ ହାଇକୋର୍ଟ ନିଷ୍ପତି ଶୁଣାଇଥିଲେ । ଯେଉଁ ଭୂମିରେ ବିବାଦ ରହିଛି ତାହା ସମୁଦାୟ ୦.୩୧୩ ଏକର । ସରକାରଙ୍କ କହିବା ଅନୁଯାୟୀ, ଏହି ଜମିକୁ ଛାଡି ବାକି ଜମି ଭାରତ ସରକାରଙ୍କୁ ଫେରସ୍ତ କରାଯାଉ । ତେବେ ଜାନୁଆରୀ ୨୯ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଥିଲା । କିନ୍ତୁ ତାହା ଟାଳି ଦିଆଗଲା । ସୁପ୍ରିମକୋର୍ଟରେ ଏହି ଶୁଣାଣି ୫ଜଣିଆ ଖଣ୍ଡପୀଠରେ କରାଯାଉଥିଲା । ଏହି ଖଣ୍ଡପୀଠରେ ଜଷ୍ଟିସ ରଞ୍ଜନ ଗୋଗେଇ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଅବଦୁଲ ନଜୀର, ଜଷ୍ଟିସ ଏସ. ଏ ବୋବଡେ ଏବଂ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ସାମିଲ ଅଛନ୍ତି  ।

Comments