ଢେଙ୍କାନାଳ,୧ା୨: ମହିମା ଧର୍ମର ଆଦିପୀଠ ଯୋରନ୍ଦା ଠାରେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମାଳା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଅଧ୍ୟକ୍ଷତା କରି ଯୋରନ୍ଦା ମାଘମେଳାକୁ ସୁବ୍ୟବସ୍ଥିତ କରି ଶାନ୍ତିଶୃଙ୍ଖଳାର ସହିତ ସଂପାଦନ କରିବା ଲାଗି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମେଳାର ସମସ୍ତ ଅଂଚଳକୁ ପର୍ଯ୍ୟାପ୍ତ ଆଲୋକୀକରଣ କରିବା, ବ୍ୟାପକ ପ୍ରଚାର ପ୍ରସାର ହେବା ଏବଂ ବ୍ୟକ୍ତିଗତ ଭାବେ କୌଣସି ପ୍ରକାର ଚାନ୍ଦା କେହି ଆଦାୟ ନକରିନ୍ତି ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ସରପଂଚ ପ୍ରଶାନ୍ତ କୁମାର ରାଉତ ଯୋରନ୍ଦା ମାଘମାଳା କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ସମ୍ଭାବ୍ୟ ଆୟ୧୨ ଲକ୍ଷ ୫୨ ହଜାର ଓ ବ୍ୟୟ ୧୫ ଲକ୍ଷ ୩ହଜାର ୫୦୦ ଟଙ୍କା ଅଟକ ହୋଇଥିବା ସୂଚନା ଦେଇଥିଲେ । ଜନସମାଗମକୁ ନିୟନ୍ତ୍ରଣ ଓ ବ୍ୟବସ୍ଥିତ କରିବା ପାଇଁ ଗାଦିମନ୍ଦିରର ଉତର ଓ ପଶ୍ଚିମ ଦ୍ୱାରକୁ ପ୍ରବେଶ ଦ୍ୱାର ଏବଂ ପୂର୍ବ ଓ ଦକ୍ଷିଶ ଦ୍ୱାରକୁ ପ୍ରସ୍ଥାନ ଦ୍ୱାର କରାଯିବ । ମେଳାକୁ ଶୃଙ୍ଖଳିତ କରିବା ପାଇଁ ମନ୍ଦିରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ନିୟମନ୍ତ୍ରଣ କରାଯିବ । ଉତ୍ସବ ସମୟରେ ଗାଦି ମନ୍ଦିରର ଦୃଶ୍ୟାବଳୀ ଏଲ୍ସିଡି ମାଧ୍ୟମରେ ପ୍ରସାରଣ ମଧ୍ୟ କରାଯିବ । ଯାତ୍ରୀମାନଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା, ପ୍ରାଥମିକ ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ନିକଟସ୍ଥ ପୋଖରୀ ଓ କୂଅ ଗୁଡିକୁ ପରିସ୍କାର ପରିଚ୍ଛନ ରଖାଯିବ । ଆବଶ୍ୟକ ପାର୍କିଂ ବ୍ୟବସ୍ଥା, ଯାନ ବାହାନ ନିୟନ୍ତ୍ରଣ, ଷ୍ଟଲ ନିର୍ମାଣ, ପୁଲିସ୍ ମୁତୟନ, ଅପରା ସମୟ ଧାର୍ଯ୍ୟ, ନିୟନ୍ତ୍ରଣ କକ୍ଷ ଖୋଲିବା ଆଦି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ମେଳା ପରିସରରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଢେଙ୍କାନାଳ ରେଳ ଷ୍ଟେସନ ଠାରୁ ସ୍ୱତନ୍ତ୍ର ଅଟୋ, ଟେମ୍ପୋ ଆଦିର ବ୍ୟବସ୍ଥା କରାଯିବ ଏବଂ ଉଚିତ୍ ଭଡଢା ଧାର୍ଯ୍ୟ କରାଯିବାକୁ ଆଲୋଚନା କରାଯାଇଥିଲା । ମେଳାକୁ ସଂପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଯାନ ବହାନ, ପାର୍କିଂ ବ୍ୟବସ୍ଥା ନିୟନ୍ତ୍ରଣ କକ୍ଷ, ମେଳା ସ୍ଥଳ ଆଲୋକୀରଣକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ନାୟକ ସୂଚନା ଦେଇଥିଲେ । ବୈଠକରେ ମହିମା ଗାଦିର ନଟବର ବାବା, ଅବିନାଶି ବାବା, ରଘୁବାବାଙ୍କ ସମତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତମ ବେହେରା, ତହସିଲ୍ଦାର , ଗଁଦିଆ ବିଡିଓ ଏବଂ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।

Comments
Post a Comment